ନବରଙ୍ଗପୁର: ଦୂର ହେବ ଇନ୍ଦ୍ରାବତୀ ବୁଡି ଅଞ୍ଚଳର ବିସ୍ଥାପିତଙ୍କ ସମସ୍ୟା । କାରଣ ବିସ୍ଥାପିତଙ୍କ ସମସ୍ୟା ଦୂର କରିବାକୁ ଅଣ୍ଟା ଭିଡିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ଅଜିତ କୁମାର ମିଶ୍ର ।
ଗତ କିଛି ଦିନ ପୂର୍ବେ ଇନ୍ଦ୍ରାବତୀ ବୁଡି ଅଞ୍ଚଳର ବିସ୍ଥାପିତଙ୍କ ସମସ୍ୟା ଦୂର କରିବା ନେଇ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା । ରାଜ୍ୟ ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବରରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ଉନ୍ନୟନ କମିଶନରଙ୍କ ଠାରୁ ପ୍ରତିଶ୍ରୁତି ପାଇବା ପରେ ଏନେଇ ଇନ୍ଦ୍ରାବତୀ ବୁଡ଼ି ଅଞ୍ଚଳର ଗଣପରିଷଦ ସହ ସମ୍ପାଦକ ସୁଧୀର ସୁନାଙ୍କ ସଭାପତିତ୍ବରେ ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ଠାରେ ବିସ୍ଥାପିତ ପରିବାରଙ୍କ ସହିତ ଏକ ସାଧାରଣ ବୈଠକ କରାଯାଇଛି ।
ବୈଠକରେ ସମସ୍ତ ବିସ୍ଥାପିତ ପରିବାର ମାନେ ଯୋଗ ଦେଇ ତାଙ୍କ ସମସ୍ୟା ଦୂର କରିବାକୁ ଅଣ୍ଟା ଭିଡ଼ିଥିବା ଜିଲ୍ଲାପାଳ ଅଜିତ କୁମାର ମିଶ୍ରଙ୍କୁ ଧନ୍ୟବାଦ ଦେବା ସହ ଖୁବଶୀଘ୍ର ଦାବି ଗୁଡିକର କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ