ନବରରଙ୍ଗପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ବିଜେପି ପାଳୁଛି ସେବା ସପ୍ତାହ । ଆଉ ଏହି କ୍ରମରେ ସେବା କରିବାକୁ ନିଷ୍ପତ୍ତି ନେଇଥିଲା ନବରରଙ୍ଗପୁର ଜିଲ୍ଲା ବିଜେପି । ରକ୍ତଦାନ ଶିବିର ବ୍ୟତୀତ ସ୍ବଚ୍ଛତା କାର୍ଯ୍ୟକ୍ରମ, ପ୍ଲାଷ୍ଟିକ ମୁକ୍ତ ପରିବେଶ ନେଇ ସଚେତନ କରାଇଛି ଦଳ ।
ଜିଲ୍ଲାର ବିଭିନ୍ନ କଲେଜରେ ବିଜେପି ନେତାମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଗଛ ଲଗାଇବା, ପ୍ଲାଷ୍ଟିକ ମୁକ୍ତ ,ସ୍ବଚ୍ଛତା ପ୍ରସଙ୍ଗରେ ସଚେତନ କରିଥିଲେ । ଯେତିକି ଜଳ ଦରକାର ସେତିକି ଜଳ ଖର୍ଚ୍ଚ କରିବା ବିଷୟରେ ସଚେତନ କରିଥିଲେ । ସମସ୍ତ ଛାତ୍ରଛାତ୍ରୀଙ୍କ ସହିତ ପୂର୍ବତନ ସାଂସଦ ବଳବଦ୍ର ମାଝୀ, ପର୍ଶୁରାମ ମାଝୀ, ଯୁବ ନେତା ଗୌରୀଶଙ୍କର ମାଝୀ, କଲେଜର କର୍ମଚାରୀ ମାନେ ଆଜି ଶପଥ ନେଇଥିଲେ ।
ଜିଲ୍ଲା ବଜେପି କାର୍ଯ୍ୟକର୍ତ୍ତା ନବରରଙ୍ଗପୁର ଜିଲ୍ଲାର ତିନୋଟି କଲେଜରେ ଏଭଳି କାର୍ଯ୍ୟକ୍ରମ କରିଛନ୍ତି । ପୂର୍ବତନ ସାଂସଦ ବଳବଦ୍ର ମାଝୀ ରକ୍ତଦାନ କରିଥିଲେ । ନବରଙ୍ଗପୁର ସହରରେ ପ୍ରଥମେ ଆରମ୍ଭ ହୋଇ ଏହି କାର୍ଯ୍ୟକ୍ରମ ଜିଲ୍ଲା ବ୍ୟାପୀ କରାଯିବ ବୋଲି କହିଛି ବିଜେପି ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ