ETV Bharat / state

ନବରଙ୍ଗପୁର ଗସ୍ତରେ କୃଷିମନ୍ତ୍ରୀ

author img

By

Published : Jun 25, 2020, 8:37 PM IST

ଅବିଭକ୍ତ କୋରାପୁଟ ଜିଲ୍ଲାକୁ ମାରାଥନ ଗସ୍ତ କରିଛନ୍ତି କୃଷିମନ୍ତ୍ରୀ ଅରୁଣ କୁମାର ସାହୁ । ଏହି ଅବସରରେ ନବରଙ୍ଗପୁର ସର୍କିଟ ହାଉସରେ ଥିବା ସଭାଗୃହରେ କୃଷି ବିଭାଗ ସହ ଭିନ୍ନଭିନ୍ନ ବିଭାଗର ଅଧିକାରୀଙ୍କ ସହିତ ଆଲୋଚନା ସହ କାର୍ଯ୍ୟ ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ...

ନବରଙ୍ଗପୁର ଗସ୍ତରେ କୃଷିମନ୍ତ୍ରୀ
ନବରଙ୍ଗପୁର ଗସ୍ତରେ କୃଷିମନ୍ତ୍ରୀ

ନବରଙ୍ଗପୁର: ଅବିଭକ୍ତ କୋରାପୁଟ ଜିଲ୍ଲାକୁ ମାରାଥନ ଗସ୍ତ କରିଛନ୍ତି କୃଷିମନ୍ତ୍ରୀ ଅରୁଣ କୁମାର ସାହୁ । ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଗସ୍ତ କରିବା ସହ ଜିଲ୍ଲା ପ୍ରଶାସନ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ନବରଙ୍ଗପୁର ସର୍କିଟ ହାଉସରେ ଥିବା ସଭାଗୃହରେ କୃଷି ବିଭାଗ ସହ ଭିନ୍ନଭିନ୍ନ ବିଭାଗର ଅଧିକାରୀଙ୍କ ସହିତ ଆଲୋଚନା ସହ କାର୍ଯ୍ୟ ସମୀକ୍ଷା କରିଛନ୍ତି ।

ନବରଙ୍ଗପୁର ଗସ୍ତରେ କୃଷିମନ୍ତ୍ରୀ

ଚଳିତ ଖରିଫ ଚାଷ ସମୟରେ ପ୍ରମୁଖ ସମସ୍ୟା ଉପରେ କୃଷି ବିଭାଗର ଅଧିକାରୀ ମାନଙ୍କ ସହିତ ଅଲୋଚନା କରିଥିଲେ। ଏହା ସହିତ ମତ୍ସ୍ୟ ସମ୍ପ୍ରସାରଣ ଅଧିକାରୀ ନିୟନ୍ତ୍ରଣ ବଜାର କମିଟିର ସେକ୍ରେଟାରୀ ଏବଂ ଉଚ୍ଚଶିକ୍ଷା ବିଭାଗର ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ମୃତ୍ତିକା ସଂରକ୍ଷଣ ବିଭାଗ ଓ ଉଦ୍ୟାନ ବିଭାଗର ମନରେଗା କାମ ଉପରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା । ଆଗାମୀ ଦିନରେ ଚାଷରେ ରୋଗପୋକ କେମିତି ନିୟନ୍ତ୍ରଣ କରାଯିବ ତାହା ଉପରେ ଗୁରୁତ୍ୱ ଦେଇ ଅଧିକାରୀ ମାନଙ୍କୁ ଚାଷୀମାନଙ୍କ ପାଖରେ ପହଞ୍ଚି ସେମାନଙ୍କୁ ସଚେତନ କରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଆଗାମୀ ଦିନରେ ଚାଷ ପାଇଁ ସାରର କିଭଳି ଅଭାବୀ ବିକ୍ରି ନହେବ ସେଥିପ୍ରତି ଦୃଷ୍ଟି ଦେବାକୁ ସେ ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ନବରଙ୍ଗପୁର ଗସ୍ତରେ କୃଷିମନ୍ତ୍ରୀ
ନବରଙ୍ଗପୁର ଗସ୍ତରେ କୃଷିମନ୍ତ୍ରୀ

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.