ETV Bharat / state

ଶିକ୍ଷକ ସାଜିଲେ ଜାଗ୍ରତ ପ୍ରହରୀ, ପାଳି କରି ସୀମାରେ କରୁଛନ୍ତି ଡ୍ୟୁଟି

author img

By

Published : May 4, 2021, 9:00 AM IST

କୋରୋନା ସଂକ୍ରମଣକୁ ମାତ୍ ଦେବା ପାଇଁ ପୋଲିସ ବିଭାଗ ପରେ ଏବେ ନବରଙ୍ଗପୁର ଛତିଶଗଡ ସୀମାନ୍ତ ଜଗିଛନ୍ତି ଶିକ୍ଷକ । ଅଧିକ ପଢନ୍ତୁ...

ଶିକ୍ଷକ ସାଜିଲେ ଜାଗ୍ରତ ପ୍ରହରୀ, ପାଳି କରି ସୀମାରେ କରୁଛନ୍ତି ଡ୍ୟିୁଟି

ନବରଙ୍ଗପୁର: ରାଜ୍ୟରେ ବଢ଼ି ଚାଲିଥିବା କୋରୋନା ସଂକ୍ରମଣକୁ ମାତ୍ ଦେବା ପାଇଁ ପୋଲିସ ବିଭାଗ ପରେ ଏବେ ପ୍ରହରା ଦେଉଛନ୍ତି ଶିକ୍ଷକ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଛତିଶଗଡ ସୀମାନ୍ତ ଗ୍ରାମ ଦଣ୍ଡସୋରା ଗ୍ରାମରେ । ଦିନକୁ ଆଠ ଘଣ୍ଟା ଲେଖାଏଁ ପାଳି କରି ସୀମାରେ ଜଗି ରହି ସୀମାକୁ ସୁରକ୍ଷା ଦେଉଛନ୍ତି ଶିକ୍ଷକ । ଜିଲ୍ଲାରେ ଦିନକୁ ଦିନ କୋରୋନା ଗ୍ରାଫ୍ ବଢୁଥିବା ବେଳେ ଛତିଶଗଡରୁ ନବରଙ୍ଗପୁର ଜିଲ୍ଲାକୁ ପ୍ରବେଶ କରିବାକୁ ରହିଛି 5ଟି ପ୍ରବେଶ ପଥ । ଏଥି ସହ ରହିଛି ଅନେକ ଗଳାବାଟ । ମୁଖ୍ୟ ପ୍ରବେଶ ପଥକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି ।

ତଥାପି ଛତିଶଗଡରୁ ଜିଲ୍ଲାକୁ ଅମାନିଆଙ୍କ ଅବାଧ ପ୍ରବେଶ ଲାଗି ରହିଛି । ପୋଲିସ ଆଖିରେ ଧୂଳି ଦେଇ ଅମାନିଆ ଚାଲି ଆସୁଛନ୍ତି ଜିଲ୍ଲାକୁ । ଏହାକୁ ଚେକ୍ ଦେବାପାଇଁ ପୋଲିସ ସହ ଶିକ୍ଷକଙ୍କୁ ବି ସୀମା ସୁରକ୍ଷା ଦାୟିତ୍ବ ଦିଆ ଯାଇଛି । ଏବଂ ଏହାର ତଦାରଖ କରୁଛନ୍ତି ବ୍ଲକ୍ ଶିକ୍ଷାଧିକାରୀ । କୋରୋନାକୁ ରେକିବାକୁ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ଶିକ୍ଷକ ସଂଘ ତରଫରୁ ଏହାକୁ ସ୍ଵାଗତ କରାଯାଇଥିଲେବି କାମରେ ନିଯୁକ୍ତି ପୂର୍ବରୁ ଶିକ୍ଷକଙ୍କୁ ଟିକା ଦିଆ ଯାଇନାହିଁ କିମ୍ବା ସରକାରଙ୍କ ପକ୍ଷରୁ ମାସ୍କ ଓ ସାନି ଟାଇଜର୍ ଯୋଗାଇ ଦିଆଯାଇନାହିଁ ବୋଲି କହିଛନ୍ତି ଶିକ୍ଷକ ସଂଘ ସଂପାଦକ ।

ଶିକ୍ଷା ସହାୟକରୁ ନିୟମିତ ହୋଇଥିବା ଶିକ୍ଷକଙ୍କ ପାଇଁ ମୃତ୍ୟୁ ଜନିତ କିମ୍ବା ଅବସର ପରେ କୌଣସି ଲାଭ ମିଳିବା ବ୍ୟବସ୍ଥା ନାହିଁ ବୋଲି କହିଛନ୍ତି ଶିକ୍ଷକ ସଂଘ ସଂପାଦକ । ଏ ସମ୍ପର୍କରେ ଉମରକୋଟ ବ୍ଲକ ଅଧ୍ୟକ୍ଷ କହିଛନ୍ତି ଯେ ସୀମାରେ ଜଗୁଥିବ ଶିକ୍ଷକ କୋରୋନା ରୋକିବାରେ ସାହାଯ୍ୟ କରିବେ । କିନ୍ତୁ ସେମାନଙ୍କ ପାଇଁ ଖାଇବା ପିଇବା ବ୍ୟବସ୍ଥା ସହ ମାସ୍କ ଓ ସାନି ଟାଇଜର୍ ଯୋଗାଇ ଦେବାକୁ ସେ ଦାବି କରିଛନ୍ତି । ଅନ୍ୟ ପକ୍ଷରେ ଉମରକୋଟ ବ୍ଲକ ଶିକ୍ଷାଧିକାରୀ କହିଛନ୍ତି ଯେ ଜାତୀୟ ବିପତ୍ତି ରେ ଶିକ୍ଷକ ମାନଙ୍କ ଭୂମିକା ରହିଛି । ସରକାରଙ୍କ ନିର୍ଦ୍ଦେଶନାରେ ପୋଲିସ ସହ ଶିକ୍ଷକ ମାନେ ସୀମାରେ କାର୍ଯ୍ୟ କରୁଛନ୍ତି । ସୀମାରେ ପ୍ରବେଶ କରୁଥିବା ସମସ୍ତ ଗାଡିର ଯାଞ୍ଚକରି ତଥ୍ୟ ସଂଗ୍ରହ କରୁଛନ୍ତି । ଏହି କାର୍ଯ୍ୟରେ ଶିକ୍ଷକଙ୍କ ଅସନ୍ତୋଷ ନଥିବା କହିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.