ନବରଙ୍ଗପୁର: ‘କିଶୋରୀ ଜାଗୃତି’ ସପ୍ତାହ ପାଳନ ଉତ୍ସବରେ ଗୀତ ଗାଇଲେ ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ । ନବରଙ୍ଗପୁର ଜିଲ୍ଲା ନିସନାହାଣ୍ଡି ପଞ୍ଚାୟତର ଏକମ୍ବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କିଶୋରୀ ଜାଗୃତି ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ ।
କାର୍ଯ୍ୟକ୍ରମରେ ନିଜେ ଉପସ୍ଥିତ ରହି କିଶୋରୀ ମାନଙ୍କୁ ଉତ୍ସାହିତ କରିବା ସହ ନିଜେ ମଧ୍ୟ ଗୀତ ଗାଇଥିଲେ । ନବରଙ୍ଗପୁର ସହର ମାଝିଗୁଡ଼ା ଠାରେ ଥିବା ଦିନଦୟାଲ ଅନାଥ ଆଶ୍ରମକୁ ନବରଙ୍ଗପୁର ଜିଲ୍ଲାପାଳ ଡ଼କ୍ଟର କମଳ ଲୋଚନ ମିଶ୍ର ଓ ଏସପି ଏସ. ସୁଶ୍ରୀ ପରିଦର୍ଶନ କରିଥିଲେ । ସେହି ସମୟ ଆଶ୍ରମରେ ଥିବା ଅନାଥ ବାଳିକାମାନେ ତାଙ୍କୁ ସ୍ବାଗତ କରିବା ସହିତ ତାଙ୍କ ସହ କଦଳୀ, ଆମ୍ବ ଓ ମିଠା ଖାଇଥିଲେ ।
ଏହି ସମୟରେ ଆଶ୍ରମରେ ଥିବା ଅନାଥ ବାଳିକା ମାନଙ୍କ ସହ ବାର୍ତ୍ତାଳାପ କରିଥିଲେ । ଅନାଥ ଆଶ୍ରମରେ ଥିବା ଝିଅମାନଙ୍କ ସହିତ ମିଶି ନିଜେ ନାଚିଥିଲେ । ଝିଅମାନଙ୍କ ସହିତ ତାଳରେ ତାଳ ଦେଇ ନାଚି ଉତ୍ସାହିତ କରିଥଲେ । ତାଙ୍କ ସହିତ ନାଚି ଅନାଥ ଆଶ୍ରମର ଝିଅମାନେ ମଧ୍ୟ ବେଶ ଖୁସୀ ଅନୁଭବ କରିଥଲେ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ