ETV Bharat / state

ଫେରାର ଯବାନଙ୍କ ସନ୍ଧାନ ପାଇଲା ନବରଙ୍ଗପୁର ପୋଲିସ - ବିଏସଏଫ ଯବାନଙ୍କ

ନବରଙ୍ଗପୁର ସରକାରୀ ପଲିଟେକନିକ କଲେଜ ଟିଏମ୍ସି ସେଣ୍ଟରରୁ ଗତ ଶୁକ୍ରବାରରୁ ଫେରାର ଥିବା ବିଏସଏଫ ଯବାନଙ୍କ ସନ୍ଧାନ ପାଇଲା ନବରଙ୍ଗପୁର ପୋଲିସ ।

missing jawan
ଫେରାର ଯବାନଙ୍କ ସନ୍ଧାନ ପାଇଲା ନବରଙ୍ଗପୁର ପୋଲିସ
author img

By

Published : Jul 12, 2020, 1:13 PM IST

ନବରଙ୍ଗପୁର: ଫେରାର ଯବାନକୁ ସନ୍ଧାନ ପାଇଲା ପୋଲିସ । ନବରଙ୍ଗପୁର ସରକାରୀ ପଲିଟେକନିକ କଲେଜ ଟିଏମ୍ସି ସେଣ୍ଟରରୁ ଗତ ଶୁକ୍ରବାରରୁ ଫେରାର ଥିବା ବିଏସଏଫ ଯବାନଙ୍କ ଯବାନଙ୍କ ସନ୍ଧାନ ପାଇଲା ନବରଙ୍ଗପୁର ପୋଲିସ ।

ସୂଚନା ଅନୁଯାୟୀ, ଗତ ଜୁନ 24 ତାରିଖରେ ଯବାନ ଜଣଙ୍କ କୋରୋନା ଆକ୍ରାନ୍ତ ଥିବା ଜଣାପଡିଥିଲା । ଏହାପରେ ତାଙ୍କୁ ନବରଙ୍ଗପୁର ସ୍ଥିତ କୋଭିଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରୁ ସେ ଜୁଲାଇ 1ରେ ସୁସ୍ଥ ଫେରିଥିଲେ । ଏହାପରେ ବିଏସଏଫ ତରଫରୁ ତାଙ୍କୁ ପଲିଟେକ୍ନିକ ଟିଏମସିରେ ପୁଣି ୧୪ ଦିନିଆ କ୍ୱାରେଣ୍ଟିନରେ ରହିବାକୁ କୁହାଯାଇଥିଲା ।

missing jawan
ଫେରାର ଯବାନଙ୍କ ସନ୍ଧାନ ପାଇଲା ନବରଙ୍ଗପୁର ପୋଲିସ

କ୍ବାରେଣ୍ଟିନରେ ରହିବାକୁ ଇଛା ପ୍ରକାଶ କରୁନଥିବା ଯବାନ ଜଣକ କାହାକୁ କିଛି ନଜଣାଇ ଗତ ଶୁକ୍ରବାର ରାତିରୁ ଫେରାର ହୋଇଯାଇଥିଲେ । ଅନେକ ସ୍ଥାନରେ ଖୋଜାଖୋଜି ପରେ ମଧ୍ୟ ତାଙ୍କୁ ନପାଇବାରୁ ଏନେଇ ନବରଙ୍ଗପୁର ଥାନାରେ ଅଭିଯୋଗ ହୋଇଥିଲା । ଏହାପରେ ପୋଲିସ ତଦନ୍ତ କରି ଯବାନ ଜଣଙ୍କ ନିଜ ଘର ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲା କୁଚିପିଡ଼ି ଗ୍ରାମରେ ଥିବା ଜାଣିବାକୁ ପାଇଛନ୍ତି । ବର୍ତ୍ତମାନ ଯବାନ ଜଣକୁ ତାଙ୍କ ଘରେ ହୋମ କ୍ବାରେଣ୍ଟିନରେ ରହିବାକୁ କୁହାଯାଇଥିବା ନବରଙ୍ଗପୁର ପୋଲିସ ତରଫରୁ ସୂଚନା ମିଳିଛି ।

ସେହିପରି ଏହାପୂର୍ବରୁ ମଧ୍ୟ ଜଣେ କୋରୋନା ଆକ୍ରାନ୍ତ ବ୍ୟକ୍ତି ଚିକିତ୍ସାଧୀନ ଅବସ୍ଥାରେ ନବରଙ୍ଗପୁର ସ୍ଥିତ କୋଭିଡ ମେଡିକାଲରୁ ଫେରାର ହୋଇଯାଇଥିଲା । ପରେ ପୋଲିସ ପକ୍ଷରୁ ତାକୁ ଉମରକୋଟ ବ୍ଲକ ବେନରା ଗ୍ରାମରୁ ସ୍ଥିତ ନିଜ ବାସଭାବନରୁ ଧରିଥିଲା । ।

ନବରଙ୍ଗପୁରରୁ ତପନ କୁମାର ବିଶୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.