ETV Bharat / state

ଠକେଇ ମାମଲାରେ ମୁଖ୍ୟ ଅଭିଯୁକ୍ତ ସମେତ ତିନି ଗିରଫ - ଅଭିଯୁକ୍ତ ସମେତ ତିନି ଜଣ ଗିରଫ

ବେକାର ଯୁବକ ଯୁବତୀଙ୍କୁ ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ । ଉମରକୋଟ ପୋଲିସ ଘଟଣାର ତଦନ୍ତ କରି ପ୍ରଥମେ ତିନି ଜଣକୁ ଓ ଶନିବାର ଆଉ ତିନି ଜଣକୁ ଗିରଫ କରିଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ନବରଙ୍ଗପୁର
author img

By

Published : Oct 6, 2019, 11:17 AM IST

ନବରଙ୍ଗପୁର: ବେକାର ଯୁବକ ଯୁବତୀଙ୍କୁ ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଶନିବାର ଉମରକୋଟ ପୋଲିସ ଭୁବନେଶ୍ବରରୁ ମୁଖ୍ୟ ଅଭିଯୁକ୍ତ ସମେତ ତିନି ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ମୁଖ୍ୟ ଅଭିଯୁକ୍ତ ସୁଯୋଗ୍ୟ କୁମାର ଗୁରୁଙ୍କ ଘର ଗଜପତି ଜିଲ୍ଲା ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତ ସୁନିଲ କୁମାର ରାୟଙ୍କ ଘର ପୁରୀ ଓ ସାଗର କୁମାର ଜେନାଙ୍କ ଘର ଜଗତସିଂହପୁର ଜିଲ୍ଲାରେ ବୋଲି ପୋଲିସ ସୂଚନା ଦେଇଛି । ଏମାନଙ୍କୁ ଭୁବନେଶ୍ବରରୁ ଗିରଫ କରି ଶନିବାର ଉମରକୋଟ ଅଣାଯାଇ ପଚରାଉଚରା ପରେ କୋର୍ଟ ଚାଲାଣ କରାଯାଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ନବରଙ୍ଗପୁର

ପ୍ରକାଶ ଥାଉକି, ଜାତୀୟ ମାନବ ଅଧିକାର ନାଗରିକ କମିଶନ ନାମରେ ଏକ ସଂସ୍ଥା ଖୋଲି ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଏବଂ ବଲାଙ୍ଗୀର ଜିଲ୍ଲାର ବେକାର ଯୁବକ ଯୁବତୀଙ୍କୁ ବିଭିନ୍ନ ବିଭାଗରେ ଚାକିରି କରାଇଦେବା ନାଁରେ ଜଣକ ପିଛା ଚାଳିଶି ହଜାର ଟଙ୍କା ଠାରୁ ଆରମ୍ଭ କରି ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଠକିଥିବା ଥାନାରେ ଅଭିଯୋଗ ହୋଇଥିଲା ।

ପରେ ଉମରକୋଟ ପୋଲିସ ଘଟଣାର ତଦନ୍ତ କରି ପ୍ରଥମେ ତିନି ଜଣକୁ ଓ ଶନିବାର ଆଉ ତିନି ଜଣକୁ ଗିରଫ କରିଛି । ଏହି ଠକଙ୍କ ଚେର ରାଜ୍ୟ ରାଜଧାନୀ ପର୍ଯ୍ୟନ୍ତ ଲମ୍ବିଥିବା ଜାଣିବାକୁ ପାଇଥିଲା ପୋଲିସ । ବର୍ତ୍ତମାନ ସୁଦ୍ଧା ଏମାନେ ୩ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକିଥିବା ନବରଙ୍ଗପୁର ଏସପି ସୂଚନା ଦେଇଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ- ଚାକିରି କରାଇଦେବା ନାମରେ ଠକେଇ ଘଟଣା,ମୁଖ୍ୟ ଅଭିଯୁକ୍ତ ସମେତ ତିନି ଜଣ ଭୁବନେଶ୍ବର ରୁ ଗିରଫ ।
ଫର୍ମାଟ - ଏଭିଓ ୫/୧୦/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
-------------------------------------------------------------
ଆଙ୍କର :-ଚାକିରି କରାଇଦେବା ନାମରେ ଠକେଇ ଘଟଣା,ମୁଖ୍ୟ ଅଭିଯୁକ୍ତ ସମେତ ତିନି ଜଣ ଭୁବନେଶ୍ବର ରୁ ଗିରଫ ।
ବେକାର ଯୁବକ ଯୁବତୀଙ୍କୁ ଚକାରି କରାଇଦେବା ନାମରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଆଜି ଉମରକୋଟ ପୋଲିସ ଭୁବନେଶ୍ବର ରୁ ମୁଖ୍ୟ ଅଭିଯୁକ୍ତ ସମେତ ତିନି ଜଣକୁ ଗିରଫ କରି କୋର୍ଟ ଚଳାନ କରିଛି । ମୁଖ୍ୟ ଅଭିଯୁକ୍ତ ସୁଯୋଗ୍ୟ କୁମାର ଗୁରୁ ଙ୍କ ଘର ଗଜପତି ଜିଲ୍ଲା ହୋଇଥିବାବେଳେ ଅନ୍ୟ ଅଭିଯୁକ୍ତ ସୁନିଲ କୁମାର ରାୟ ଙ୍କ ଘର ପୁରି ଜିଲ୍ଲା ଏବଂ ସାଗର କୁମାର ଜେନା ଙ୍କ ଘର ଜଗତସିଂ ଜିଲ୍ଲା ବୋଲି ପୋଲିସ ସୂଚନା ଦେଇଛନ୍ତି ଏବଂ ଏମାନଙ୍କୁ ଭୁବନେଶ୍ବର ର ଗିରଫ କରି ଆଜି ଉମରକୋଟ ଅଣାଯାଇ ପଚରାଉଚରା ପରେ କୋର୍ଟ ଚଳାନ କରାଯାଇଛି ।
ପ୍ରକାଶ ଥାଉକି ଜାତୀୟ ମାନବ ଅଧିକାର ନାଗରିକ କମିଶନ ନାମରେ ଏକ ସଂସ୍ଥା ଖୋଲି ନବରଙ୍ଗପୁର,କୋରାପୁଟ,କଳାହାଣ୍ଡି ଏବଂ ବଲାଙ୍ଗିର ଜିଲ୍ଲାର ବେକାର ଯୁବକ ଯୁବତୀଙ୍କୁ ବିଭିନ୍ନ ବିଭାଗରେ ଚାକିରି କରାଇଦେବା ନାମରେ ଜଣପିଛା ୪୦୦୦୦/- ଟଙ୍କା ଠାରୁ ଆରମ୍ଭ କରି ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଠକିଥିବା ଥାନାରେ ଅଭିଯୋଗ ହୋଇଥିଲା । ପରେ ଉମରକୋଟ ପୋଲିସ ଘଟଣାର ତଦନ୍ତ କରି ପ୍ରଥମେ ତିନି ଜଣକୁ ଓ ଆଜି ଆଉ ତିନି ଜଣକୁ ଗିରଫ କରିବା ଏହି ଠକଙ୍କ ଚେର ରାଜ୍ୟ ରାଜଧାନି ପର୍ଯ୍ୟନ୍ତ ଲମ୍ବିଥିବା ଜାଣିବାକୁ ପାଇଥିଲା । ବର୍ତ୍ତମାନ ସୁଦ୍ଧା ଏମାନେ ୩ କୋଟିରୁ ଉର୍ଦ୍ଧ ଟଙ୍କା ଠକିଥିବା ନବରଙ୍ଗପୁର ଏସପି ପ୍ରକାଶ କରିଛନ୍ତି ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.