ନବରଙ୍ଗପୁର: ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ମାଓ ଅଧ୍ୟୁଷିତ ଅଞ୍ଚଳ ଗସ୍ତ । କୋରାପୁଟ ତଥା ଦକ୍ଷିଣାଞ୍ଚଳ ଡିଆଇଜି ସଫିନ୍ ଅହମ୍ମଦ ନବରଙ୍ଗପୁର ଜିଲ୍ଲାର ମାଓ ଅଧ୍ୟୁଷିତ ରାଇଘର ବ୍ଲକ୍ ତଥା ପଡୋଶୀ ରାଜ୍ୟ ଛତିଶଗଡ଼ର ସୀମାନ୍ତବର୍ତ୍ତୀ ଅଞ୍ଚଳ ଗସ୍ତ କରିଛନ୍ତି । ଏଥିସହ ସ୍ଥାନୀୟ ପୋଲିସ ଅଧିକାରୀଙ୍କ ସହ ମାଓ ମୁକାବିଲା ସାଙ୍ଗକୁ ଉପାନ୍ତ ଅଞ୍ଚଳର ସାଧାରଣ ଲୋକଙ୍କୁ ସୁରକ୍ଷା ଯୋଗାଇଦେବା ସମ୍ପର୍କରେ ଆଲୋଚନା କରିଛନ୍ତି।
ପରେ ଉମରକୋଟ ଥାନା ପରିସରରେ ଜିଲ୍ଲାର ରାଇଘର, ଚନ୍ଦାହାଣ୍ଡି, ଝରିଗାଁ ଏବଂ ଉମରକୋଟ ବ୍ଲକର ଉପାନ୍ତ ଅଞ୍ଚଳଗୁଡିକ ପ୍ରତି ଅଧିକ ଗୁରୁତ୍ବ ଦେବାକୁ ସ୍ଥାନୀୟ ପୋଲିସ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଏହାସହ କୋରୋନା ମହାମାରୀ ଠାରୁ ନିଜେ ସୁରକ୍ଷିତ ରହିବା ସଙ୍ଗେ ସଙ୍ଗେ ଲୋକଙ୍କୁ ସୁରକ୍ଷିତ ରଖିବା ଦିଗରେ କଡା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଏହି ଗସ୍ତ ସମୟରେ ଡିଆଇଜିଙ୍କ ସହ ନବରଙ୍ଗପୁର ଏସପି ନିତିନ କୁସଲକର ମଧ୍ୟ ଉପସ୍ଥିତ ଥିଲେ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ