ETV Bharat / state

ନବରଙ୍ଗପୁରରେ 89 କୋଭିଡ ଆକ୍ରାନ୍ତ ଚିହ୍ନଟ - Nabarangpur reports 89 new COVID19 Positive cases today

ନବରଙ୍ଗପୁରରେ ଆଜି ମୋଟ 89 ଜଣ କୋରୋନା ପଜେଟିଭି ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 3708ରେ ପହଞ୍ଚିଛି । ଅଧିକ ପଢନ୍ତୁ..

ନବରଙ୍ଗପୁରରେ  89ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ
ନବରଙ୍ଗପୁରରେ 89ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ
author img

By

Published : Sep 30, 2020, 9:27 PM IST

ନବରଙ୍ଗପୁର: ଜିଲ୍ଲାରେ ବଢିବାରେ ଲାଗିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ବୁଧବାର ଜିଲ୍ଲାରେ ପୁଣି 89 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜି ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ମଧ୍ୟରେ ନବରଙ୍ଗପୁର ପୌରାଞ୍ଚଳରୁ 43ଜଣ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ତେନ୍ତୁଳିଖୁଣ୍ଟି ବ୍ଲକରୁ 15 ଜଣ, କୋଷାଗୁମୁଡା ବ୍ଲକରୁ 7 ଜଣ, ରାଇଘର ବ୍ଲକରୁ 5 ଜଣ, ନନ୍ଦାହାଣ୍ଡି ବ୍ଲକରୁ 5 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l

ସେହିପରି ନବରଙ୍ଗପୁର, ଚନ୍ଦାହାଣ୍ଡି,ପାପଡାହାଣ୍ଡି, ଝରିଗାଁ ବ୍ଲକରୁ 3 ଜଣ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଉମରକୋଟ ପୌରାଞ୍ଚଳରୁ 2ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 3708ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ 2873 ଜଣ ସୁସ୍ଥ ହୋଇଛନ୍ତି ଏବଂ ଅନ୍ୟ 809 ଜଣ ସକ୍ରିୟ ଆକ୍ରାନ୍ତ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ 681ଜଣ ହୋମ ଆଇସୋଲେସନରେ ରହି ଚିକିତ୍ସାଧିନ ଅଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.