ETV Bharat / state

ରସରକେଲି ଗୀତର ତାଳେତାଳେ ନାଚିଲେ ଜିଲ୍ଲାପାଳ - ନବରଙ୍ଗପୁର ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି

ନବରଙ୍ଗପୁର ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମରେ ପିଲାଙ୍କ ସହ ନାଚିଲେ ଜିଲ୍ଲାପାଳ । ପିଲାଙ୍କ ଗହଣରେ ଆସି ଆଦିବାସୀ ପାରମ୍ପିରକ ନୃତ୍ୟ କରିଥିବା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

collector dance in district level suravi programme in nabarangpur
ରସରକେଲି ଗୀତର ତାଳେତାଳେ ନାଚିଲେ ଜିଲ୍ଲାପାଳ
author img

By

Published : Nov 5, 2022, 12:43 PM IST

Updated : Nov 5, 2022, 1:11 PM IST

ନବରଙ୍ଗପୁର: ରସରକେଲି ଗୀତର ତାଳେତାଳେ ଝୁମିଲେ ଜିଲ୍ଲାପାଳ । ନବରଙ୍ଗପୁର ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମରେ ପିଲାଙ୍କ ସହ ନାଚିଲେ ଜିଲ୍ଲାପାଳ କମଳ ଲୋଚନ ମିଶ୍ର । ସଦର ମହକୁମା ସ୍ଥିତ ସାଇ କଲ୍ୟାଣ ମଣ୍ଡପଠାରେ ମହାଆଡମ୍ବର ସହକାରେ ଜିଲ୍ଲାସ୍ତରୀୟ ଶିଶୁ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ରସରକେଲି ଗୀତର ତାଳେତାଳେ ନାଚିଲେ ଜିଲ୍ଲାପାଳ

ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଜିଲ୍ଲାର ବିଭିନ୍ନ ସ୍ତରରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନେ ନିଜ ପ୍ରତିଭା ଦେଖାଇଥିଲେ । ପରିଶେଷରେ ସେମାନଙ୍କ ପୁରସ୍କାର ପ୍ରଦାନ କରାଯାଇଥିଲା । ତେବେ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ପାଲଟିଥିଲା କୋଷାଗୁମୁଡା ବ୍ଲକର ଛୋଟ ପିଲାଙ୍କ ପାରମ୍ପରିକ ଆଦିବାସୀ ନୃତ୍ୟ ।

ଏହା ମଧ୍ୟ ପଢ଼ନ୍ତୁ: ସୁରଭି କାର୍ଯ୍ୟକ୍ରମ ପାଇଁ ଡଙ୍ଗରଭେଜା ଉଚ୍ଚ ବିଦ୍ୟାଳୟରେ ଚାନ୍ଦା ଆଦାୟ ଅଭିଯୋଗ

ପିଲାଙ୍କ ଗହଣରେ ଜିଲ୍ଲାପାଳ ଓ ସାଂସଦ ଆସି ନାଚିଥିଲେ । ଏନେଇ ଜିଲ୍ଲାପାଳ ଡ଼. କମଳ ଲୋଚନ ମିଶ୍ର କହିଛନ୍ତି, "ଗତ ଦୁଇ ବର୍ଷ ଧରି କୋରୋନା ଯୋଗୁଁ ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇନଥିଲା । ତେଣୁ ଚଳିତ ଥର ପିଲାଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ଏଭଳି କାର୍ଯ୍ୟକ୍ରମ ପିଲାଙ୍କ ବିକାଶ ଦିଗରେ ସହାୟକ ହେବ ।''

ଇଟିଭି ଭାରତ, ନବରଙ୍ଗପୁର

Last Updated : Nov 5, 2022, 1:11 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.