ETV Bharat / state

ସାନିଟାଇଜ ହେଲା ନବରଙ୍ଗପୁର ସହର - କୋରୋନା ଭାଇରସ ଖବର

କୋରୋନାର ସଂକ୍ରମଣକୁ ରୋକିବା ପାଇଁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ନବରଙ୍ଗପୁର ସହରରେ ସାନିଟାଇଜ କରାଯାଇଛି । ଜିଲ୍ଲା ଅଗ୍ନୀଶମ ବିଭାଗ ଦ୍ବାରା ଔଷଧ ସିଞ୍ଚନ କରାଯାଇଛି । ଅଧିକ ପଢନ୍ତୁ...

nabarangpur city sanitised by district fire department for preventive of covid19
ନବରଙ୍ଗପୁର ସହରକୁ କରାଗଲା ସାନିଟାଇଜ
author img

By

Published : Apr 3, 2020, 3:46 PM IST

ନବରଙ୍ଗପୁର: ମହାମାରୀ କୋରୋନାକୁ ନେଇ ଆତଙ୍କ । କୋରୋନାର ସଂକ୍ରମଣକୁ ରୋକିବା ପାଇଁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ନବରଙ୍ଗପୁର ସହରରେ ସାନିଟାଇଜ କରାଯାଇଛି । ଜିଲ୍ଲା ଅଗ୍ନୀଶମ ବିଭାଗ ଦ୍ବାରା ଔଷଧ ସିଞ୍ଚନ କରାଯାଇଛି ।

ନବରଙ୍ଗପୁର ସହରକୁ କରାଗଲା ସାନିଟାଇଜ

ନବରଙ୍ଗପୁର ଜିଲ୍ଲାରେ କୋରୋନା ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଲକଡାଉନ କରି କଡାକଡି କଟକଣା ଲାଗୁ କରିଛି । ମାହାମାରୀ କୋରୋନାକୁ ରୋକିବା ପାଇଁ ନବରଙ୍ଗପୁର ଅଗ୍ନୀଶମ ବିଭାଗର ଗାଡି ସାହାର୍ଯ୍ୟରେ କେମିକାଲ ଯୁକ୍ତ ଔଷଧ ସିଞ୍ଚନ କରାଯାଇଛି । ସହରର ମୁଖ୍ୟ ରାସ୍ତା ସହ ଅନ୍ୟାନ୍ୟ ରାସ୍ତାଗୁଡିକରେ ସିଞ୍ଚନ ପ୍ରକ୍ରିୟା କରାଯାଇଛି । ସଂକ୍ରମଣକୁ ରୋକିବା ପାଇଁ ଏଭଳି ଅନେକ ଜରୁରୀ ପଦକ୍ଷେପ ନେଇଥିବା ବେଳେ ବର୍ତ୍ତମାନ ଔଷଧ ସିଞ୍ଚନ କରି ଜିଲ୍ଲାକୁ କୋରୋନା ସଂକ୍ରମଣ ଦାଉରୁ ରକ୍ଷା କରି ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ଅଣ୍ଟା ଭିଡ଼ିଛି ଜିଲ୍ଲା ପ୍ରଶାସନ ।

ସୂଚନାଥାଉକି ଜିଲ୍ଲାରେ ମେଡିକାଲ ଷ୍ଟୋର ବ୍ୟତୀତ ଅନ୍ୟ ପନିପରିବା ଓ ରାସନ ଦୋକାନ ବଜାର ସକାଳ ୭ ଟା ରୁ ଦିନ ୧୧ ଟା ପର୍ଯ୍ୟନ୍ତ ଖୋଲା ସନ୍ଧ୍ୟାରେ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି ସମୟରେ ହିଁ ଲୋକେ ନିଜର ଜରୁରୀ ରାସନ ସଉଦା କିଣିବା ସାରି ଦିନ ସାରା ଘରେ ରହିବା ନଚେତ ଅଯଥା ବୁଲାବୁଲି କରୁଥିଲେ ନଜର ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଘୋଷଣା କରିଥିଲେ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.