ନବରଙ୍ଗପୁର: ତାଲା ପଦରରେ ନିର୍ମାଣାଧୀନ ପୋଲ ଭୁଶୁଡିବା ଘଟଣାରେ ଆଜି(ସୋମବାର) ବିଭାଗୀୟ ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗର ସୁପରଟେଣ୍ଡ ଅଫ୍ ଇଞ୍ଜିନିୟର ପ୍ରଦୀପ ଜେନା ଘଟଣାସ୍ଥଳରେ ପହଞ୍ଚି ନମୁନା ସଂଗ୍ରହ କରିଛନ୍ତି ।
ଏହାସହ ବିଭିନ୍ନ ଯାଞ୍ଚ କରିଛନ୍ତି ଅଧିକାରୀ । ପ୍ରାଥମିକ ତଦନ୍ତରେ ସେଣ୍ଟରିଙ୍ଗ ଦୁର୍ବଳ ଥିବା ଯୋଗୁଁ ଦୁର୍ଘଟଣା ଘଟିଥିବା ପ୍ରକାଶ କରିଛନ୍ତି । ଅନ୍ୟପକ୍ଷେ ନିମ୍ନ ମାନର ଜିନିଷ ବ୍ୟବହାର ହୋଇଛି କି ନାହିଁ ସେ ନେଇ ଯାଞ୍ଚ ପରେ ଜଣାପଡ଼ିବ ବୋଲି ପ୍ରକାଶ କରିଛନ୍ତି ସେ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ