ETV Bharat / state

ସଞ୍ଜୟ ଦାଶବର୍ମା ଓ ପ୍ରଣବ ପ୍ରକାଶ ଦାସଙ୍କ ନାଁରେ ଏତଲା ଦେଲା ନବରଙ୍ଗପୁର ଜିଲ୍ଲା ବିଜେପି

author img

By

Published : Feb 3, 2021, 7:55 PM IST

Updated : Feb 3, 2021, 9:20 PM IST

ନବରଙ୍ଗପୁରରେ ଆରଏମସି କାର୍ଯ୍ୟାଳୟରେ ଉଦଘାଟନକୁ ନେଇ ବିଜେପି ନେତା ଓ ଚାଷୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ସଞ୍ଜୟ ଦାଶବର୍ମା ଓ ପ୍ରଣବ ପ୍ରକାଶ ଦାସଙ୍କ ନାଁରେ ଏତଲା ଦେଲା ନବରଙ୍ଗପୁର ଜିଲ୍ଲା ବିଜେପି । ଅଧିକ ପଢନ୍ତୁ...

nabarangpur BJP
ସଞ୍ଜୟ ଦାଶବର୍ମା ଓ ପ୍ରଣବ ପ୍ରକାଶ ଦାସଙ୍କ ନାଁରେ ଏତଲା ଦେଲା ନବରଙ୍ଗପୁର ଜିଲ୍ଲା ବିଜେପି

ନବରଙ୍ଗପୁର: ରାଜ୍ୟ ବିଜେଡିର ଦୁଇ ହେଭିୱେଟଙ୍କ ବିରୋଧରେ ଥାନାରେ ଏତଲା । ଏତଲା ଦେଲେ ନବରଙ୍ଗପୁର ଜିଲ୍ଲା ବିଜେପିର ଯୁବ ନେତା ଗୌରୀ ମାଝୀ । ଗତକାଲି ସନ୍ଧ୍ୟାରେ ଆରଏମସି ପରିସରରେ ଆନ୍ଦୋଳନରତ ଆଦିବାସୀ ବିଜେପି ନେତା ଓ ଚାଷୀଙ୍କୁ ବିଜେଡିର ଦୁଇ ନେତା ତଥା ପ୍ରଣବ ପ୍ରକାଶ ଦାଶ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ଥାନାରେ ଏତଲା ଦେଇଛି ଜିଲ୍ଲା ବିଜେପି ।

ନବରଙ୍ଗପୁରେ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉପରେ ବର୍ଷିଛନ୍ତି ଜିଲ୍ଲା ବିଜେପି ନେତା । ଜିଲ୍ଲାରେ ଦୀର୍ଘ ଦିନ ଧରି ମଣ୍ଡିରେ ଲକ୍ଷ ଲକ୍ଷ କୁଇଣ୍ଟାଲ ଧାନ ପଡିରହିଥିବାବେଳେ ରାଜ୍ୟ ସରକାର ଏହାକୁ ଗୁରୁତ୍ଵ ନ ଦେଇ କେବଳ ଦଳୀୟ ପ୍ରଚାର ପ୍ରସାର ରାଜନୀତିରେ ବ୍ୟସ୍ତ ଥିବା କହିଛି ଜିଲ୍ଲା ବିଜେପି । ଏପରିକି ଚାଷୀଙ୍କ ଧାନ ମଣ୍ଡିରୁ ଉଠାଇବା ପାଇଁ ସ୍ଵର ଉତ୍ତୋଳନ କରୁଥିବା ବିଜେପି କର୍ମକର୍ତ୍ତାଙ୍କ ଉପରେ ଆକ୍ରୋଶମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ଗତକାଲି ନବରଙ୍ଗପୁରସ୍ଥିତ ଆରଏମସି କାର୍ଯ୍ୟାଳୟ ପରିସରରେ ଏକ କୃଷକ ସୂଚନା କେନ୍ଦ୍ରକୁ ଉଦଘାଟନ କରିବାକୁ ଯାଇ ହଟହଟା ହୋଇଥିଲେ ବିଜେଡିର ଦୁଇ ହେଭିୱେଟ ନେତା ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାଶ ବର୍ମା । ଦୁଇ ନେତାଙ୍କୁ ବିଭିନ୍ନ ପ୍ରଶ୍ନବାଣରେ ଘେରିଥିଲେ ଜିଲ୍ଲାର ଶତାଧିକ ଚାଷୀ । ଟାର୍ଗେଟ ନ ଥିବା କହି ଦୀର୍ଘଦିନ ଧରି ମଣ୍ଡିରେ ପଡି ରହିଥିବା ଧାନକୁ ଶୀଘ୍ର ଉଠାଇବା ପାଇଁ ନିଜ ଜିଦରେ ଚାଷୀ ଅଟଳ ରହି ଉଦଘାଟନ ସ୍ଥଳକୁ ଦୁଇ ବିଜେଡି ନେତାଙ୍କୁ ନ ଛାଡିନଥିଲେ । ଏହାପରେ ଦୁଇ ବିଜେଡି ନେତା ଚାଷୀଙ୍କ ଦାବିକୁ କର୍ଣ୍ଣପାତ ନ କରି ଆନ୍ଦୋଳନରେ ବସିଥିବା ବିଜେପିର ଆଦିବାସୀ ନେତା ଏବଂ ଚାଷୀଙ୍କ ଉପରକୁ ଚଢ଼ି ଯାଇ ବିଭିନ୍ନ ଦୁର୍ବ୍ୟବହାର କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

ସେପଟେ ଜିଲ୍ଲାର ଚାଷୀଙ୍କ ମଣ୍ଡି ସମସ୍ୟାକୁ ସମାଧାନ ନ କରି ବିଜେଡିର ଦୁଇ ହେଭିୱେଟ ନେତା ଉଦଘାଟନକୁ ପ୍ରାଧାନ୍ୟ ଦେଇଛନ୍ତି । ଏହି ଘଟଣାକୁ ଜିଲ୍ଲା ବିଜେପି ଦୃଢ଼ ନିନ୍ଦା କରିଛି । ଏ ନେଇ ନବରଙ୍ଗପୁର ଥାନାରେ ଦୁଇ ବିଜେଡି ହେଭିୱେଟ ନେତାଙ୍କ ବିରୋଧରେ ଏକ ଏତଲା ଦେଇଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Feb 3, 2021, 9:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.