ନବରଙ୍ଗପୁର: କୋଲକାତା ଫେରନ୍ତା ଫେରାର ! ପ୍ରଶାସନ ପାଉନି ଟେର୍ । ପୋଲିସର ମାଗିଲା ସହାୟତା । 13 ଜଣ କୋଲକାତା ଫେରନ୍ତାଙ୍କ ପତ୍ତା ପାଉନି ନବରଙ୍ଗପୁର ଜିଲ୍ଲା ପ୍ରଶାସନ । ସେମାନେ କେଉଁଠି ଅଛନ୍ତି, କଣ କରୁଛନ୍ତି ସେ ତଥ୍ୟ ପ୍ରଶାସନ ପାଖରେ ନଥିବା ସୂଚନା ମିଳିଛି । ଫଳରେ ସେମାନଙ୍କୁ ଖୋଜିବା ପାଇଁ ପୋଲିସର ସହାୟତା ଜିଲ୍ଲା ପ୍ରଶାସନ ଲୋଡିଥିବା କୁହାଯାଉଛି ।
ସୂଚନାଥାଉକି, କୋଲକାତାରୁ ନବରଙ୍ଗପୁରକୁ ଆସିଥିବା 13ଜଣଙ୍କ ଏକ ତାଲିକା ଏନ୍ଏଚଏମ୍ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ନବରଙ୍ଗପୁର ଜିଲ୍ଲା ପ୍ରଶାସନକୁ ଗତ 27.04.2020ରେ ଅବଗତ କରିଥିଲେ । ସମ୍ପୃକ୍ତ 13ଜଣକୁ ଠାବ କରିବାରେ ବିଫଳ ହେବା ପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପୋଲିସର ସହାୟତା ଲୋଡିଛନ୍ତି l
ସିମ୍ର ଲୋକେସେନ ଅନୁଯାୟୀ ଏହି ନମ୍ବର ଗୁଡିକ 15 ଦିନ ମଧ୍ୟରେ ନବରଙ୍ଗପୁର ଜିଲ୍ଲାକୁ ଆସିଛନ୍ତି। ଏମାନେ ନବରଙ୍ଗପୁର ବ୍ଲକର ଚାରି ଜଣ, ଡାବୁଗାଁ ବ୍ଲକର ଦୁଇ, ରାଇଘର ବ୍ଲକର ଜଣେ, କୋଷାଗୁମୁଡା ବ୍ଲକର ଦୁଇ ଜଣ, ଉମରକୋଟ ବ୍ଲକର ଚାରି ଜଣ ମୋଟ ତେର ଜଣ ହୋଇଥିବା କୁହାଯାଇଛି ।
ତେବେ ଏମାନଙ୍କୁ ପ୍ରଶାସନ ଏପର୍ଯ୍ୟନ୍ତ ଖୋଜି ପାଉନଥିବାବେଳେ ଏମାନଙ୍କୁ ଖୁବଶୀଘ୍ର ଖୋଜାଯାଇ ସଙ୍ଗରୋଧରେ ରଖାଯିବା ସହ ସ୍ବାବ୍ ଟେଷ୍ଟ ପାଇଁ ପଠାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ