ନବରଙ୍ଗପୁର: ଜିଲ୍ଲାରେ ପ୍ରଥମ କୋରୋନା ପଜିଟିଭ ଚିହ୍ନଟ ପରେ ପ୍ରଶାସନ ତରଫରୁ ସତର୍କତା ମୂଳକ ପଦକ୍ଷେପ ସ୍ବରୁପ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଚିହ୍ନଟ ଆକ୍ରାନ୍ତ ରହୁଥିବା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ପାଟଖଲିଆ ପଞ୍ଚାୟତ ବନ୍ଧକନା ଗ୍ରାମର ପ୍ରାଥମିକ ବିଦ୍ୟାଳୟ ସ୍ଥିତ ସଂଗରୋଧ କେନ୍ଦ୍ର ଠାରୁ ୧୦୦ ମିଟର ପର୍ଯ୍ୟନ୍ତ ଅଞ୍ଚଳକୁ କଣ୍ଟେମେଣ୍ଟ ଜୋନ କରାଯାଇଛି । ୨୩ ତାରିଖ ସକାଳ ୧୦ ଟା ଠାରୁ ୩୦ ତାରିଖ ମଧ୍ୟ ରାତି ପର୍ଯ୍ୟନ୍ତ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ।

ଏହି ସମୟ ମଧ୍ୟରେ କଣ୍ଟେନମେଣ୍ଟ ଅଞ୍ଚଳରେ ଆସୁଥିବା ମେଡିକାଲ ଷ୍ଟୋର ବ୍ୟତୀତ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ । ଲୋକଙ୍କ ଚଳପ୍ରଚଳ ବନ୍ଦ ରହିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏଥିସହ ବନ୍ଧକନା ଗ୍ରାମକୁ ବୁଫର ଜୋନ ଭାବେ ଘୋଷଣା କରାଯାଇଛି । ଏହି ଜୋନ ଅଞ୍ଚଳ ରୁ କେହି ବାହାରକୁ ଯାଇ ପାରିବେ ନାହିଁ କିମ୍ବା କେହି ଗ୍ରାମ ସୀମା ଭିତରକୁ ଆସିପାରିବେ ନାହିଁ ବୋଲି ନିର୍ଦେଶନାମା ଜାରି କରିଛନ୍ତି ଜିଲ୍ଲାପାଳ ।


ନବରଙ୍ଗପୁର ରୁ ତପନ କୁମାର ବିଷୟି, ଇଟିଭି ଭାରତ