ETV Bharat / state

ପାଠ ଘର ଶୂନ, ପ୍ରଧାନଶିକ୍ଷକ କରୁଛନ୍ତି ଔଷଧ ବିକ୍ରି - ଶିକ୍ଷକଙ୍କୁ ଦରମା ନିଅଣ୍ଟ

କ୍ବାକ କାମ କରୁଛନ୍ତି ପ୍ରଧାନଶିକ୍ଷକ।ସ୍କୁଲ ସମୟରେ ସ୍କୁଲ ନଯାଇ ନିଜ ଚାରି ଚକିଆ ଗାଡିରେ ଔଷଧ ଧରି ଗାଁ ଗାଁ ବୁଲି ଦେଉଛନ୍ତି। ତେବେ ଏପରି ଘଟଣା ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ ଝୋଲା ପ୍ରାଥମିକ ବିଦ୍ୟାଳୟର ଦେଖିବାକୁ ମିଳିଛି। ଅଧିକ ଖବର ପଢନ୍ତୁ...

ପାଠ ଘର ଶୂନ, ପ୍ରଧାନଶିକ୍ଷକ କରୁଛନ୍ତି ଔଷଧ ବିକ୍ରି
author img

By

Published : Nov 16, 2019, 1:07 PM IST

ନବରଙ୍ଗପୁର: ପେଶାରେ ଶିକ୍ଷକ ହେଲେ ନିଶା କିଛି ଅଲଗା। ଦେଶର ଭବିଷ୍ୟତ ଗଢିବାକୁ ସରକାର ଶିକ୍ଷକଙ୍କୁ ମୋଟା ଅଙ୍କର ଦରମା ଦେଇ ନିଯୁକ୍ତି ଦେଉଛନ୍ତି। ହେଲେ ଏମିତି ଜଣେ ଶିକ୍ଷକ ଅଛନ୍ତି ଯାହାକୁ ସରକାରଙ୍କ ସେ ଦରମା ନିଅଣ୍ଟ।

ଦେଖନ୍ତୁ ଏ ଭିଜୁଆଲକୁ, ହାଇଫାଇ ପର୍ସନାଲିଟି। ପାଖରେ ଯାଇଲୋ ଗାଡି। ହେଲେ ଟଙ୍କା ରୋଜଗାର କରିବାର ଲୋଭ ଛାଡୁନି। ଗାଡି ଭିତରେ ଏ ଶିକ୍ଷକଙ୍କ କୌଣସି ଖାତା ବହି ନାହିଁ ବରଂ ଗଦା ହୋଇଛି ପୁଳା ପୁଳା ଔଷଧ। କାରଣ ଏ ବ୍ୟକ୍ତି ଜଣକ ବୃତ୍ତିରେ ଶିକ୍ଷକ ହେଲେ ନିଶା ମେଡିସିନ ବିକିବା।

ସ୍କୁଲ ସମୟରେ ସ୍କୁଲ ନଯାଇ ନିଜ ଚାରି ଚକିଆ ଗାଡିରେ ଔଷଧ ଧରି ଗାଁ ଗାଁ ବୁଲି କ୍ବାକ କାମ କରୁଛନ୍ତି। ଗ୍ରାମବାସୀ ପଚାରିଲେ ନାଲି ଆଖି ଦେଖାଇ ମୁହଁ ବନ୍ଦ କରିବା ସହ କହୁଛନ୍ତି , ମୋ ଇଛା ମୁଁ ଯାହା କରିବି ତମେ କହିବାକୁ କିଏ । ଘଟଣା ବିଷୟରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଗ୍ରାମବାସୀ ଅଭିଯୋଗ କରିବା ପରେ ମଧ୍ୟ ଫଳଶୂନ।

ପାଠ ଘର ଶୂନ, ପ୍ରଧାନଶିକ୍ଷକ କରୁଛନ୍ତି ଔଷଧ ବିକ୍ରି

ତେବେ ଏତେ ଚର୍ଚ୍ଚାରେ ରହିଥିବା ଏହି ଯୋଗ୍ୟ ଗୁରୁ ଜଣକ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଝୋଲା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦୀପ କୁମାର ମଣ୍ଡଳ। ସୂଚନା ଅନୁସାରେ, ଶିକ୍ଷକ ଜଣକ ପ୍ରତ୍ୟେକ ଦିନ ଏମିତିକି ରବିବାର ବି ଆସି ସ୍କୁଲରେ ଉପସ୍ଥିତ ଥାନ୍ତି। ଏହାପରେ ହାଜିରା ପକାଇ ପିଲାଙ୍କୁ ଛାଡି ଡାକ୍ତରୀ କାମ କରିବାକୁ ଗାଁକୁ ପଳାନ୍ତି ।

ଏପଟେ ଜିଲ୍ଲାରେ ସରକାରୀ ଡାକ୍ତରଙ୍କ ଅଭାବ ଥିଲାବେଳେ ଏପରି କ୍ବାକଙ୍କ ଦ୍ବାରା ନିରୀହ ଆଦିଦାସୀ ଶୋଷଣ ହେଉଛନ୍ତି । ଏ କଥା ଆମେ କହୁନୁ , ଖୁଦ ଝୋଲା ପ୍ରାଥମିକ ବିଦ୍ୟାଳୟର ସ୍କୁଲ କମିଟିର ସଭାପତି ଓ ଗ୍ରାମବାସୀ ଅଭିଯୋଗ କରୁଛନ୍ତି।

ଖାଲି ଏତିକିରେ ସରିନି ସାରଙ୍କ କାରନାମା , ଭଲ ପାଠ ପଢ଼ା ହେଉନଥିବାରୁ କେତେ ପିଲା ଆସୁନାହାଁନ୍ତି। ଏପଟେ ଉପସ୍ଥାନରେ ପିଲା ଫୁଲ ଦେଖାଇ ମଧ୍ୟାନ୍ନ ଭୋଜନକୁ ଚଳୁ କରି ଦେଉଛନ୍ତି ସାର୍। ଉପସ୍ଥାନ ଉପରେ ଟିକେ ନଜର ପକାନ୍ତୁ ଆଜି ଯିଏ ଆସିଛି ତାର ଉପସ୍ଥାପନ ପଡିଛି ବାକିରେ ଖାଲି , ହେଲେ ପଛ ଦିନ ସବୁ ଉପସ୍ଥାନ ପଡିଛି । ସ୍କୁଲର ଛାତ୍ରୀଙ୍କୁ ପଚାରିବାରୁ କହୁଛନ୍ତି ଅଧା ପିଲା ସ୍କୁଲ ହିଁ ଆସୁନାହାଁନ୍ତି ।

ଏପଟେ ସହ ଶିକ୍ଷକଙ୍କୁ ଘଟଣା ବିଷୟରେ ପଚାରିବାରୁ ପ୍ରଧାନ ଶିକ୍ଷକ ମୋ ଉପରିସ୍ତ ଅଧିକାରୀ ହୋଇଥିବାରୁ ମୁଁ କିଛି କହିପାରିବିନି ଓ ଭୁଲ ଉପସ୍ଥାନ ପ୍ରଧାନ ଶିକ୍ଷକ କହିବାରୁ ମୁଁ ପକାଇଛି ବୋଲି ସଫେଇ ଦେଇଛନ୍ତି।

ଏଠି ପ୍ରଶ୍ନ ଆସୁଛି ସରକାରଙ୍କ ‘5ଟି' ଟିମ ଘନଘନ ବିଭିନ୍ନ ଜିଲ୍ଲା ଗସ୍ତ କରି ସ୍ବାସ୍ଥ୍ୟ ଓ ଶିକ୍ଷାରେ ସ୍ବଚ୍ଛ କରିବା ପାଇଁ ତତ୍ପର ହେଉଛନ୍ତି। ଏପରିକି ଖୋଦ୍ ଶିକ୍ଷାମନ୍ତ୍ରୀ ମଧ୍ୟ ବିଭିନ୍ନ ସ୍କୁଲ ପରିଦର୍ଶନରେ ଯାଉଛନ୍ତି। ହେଲେ ନବରଙ୍ଗପୁର ଜିଲ୍ଲା ଭଳି ଉପାନ୍ତ ଅଞ୍ଚଳରେ ଶିକ୍ଷାବ୍ୟବସ୍ଥାର ଏହି ନଗ୍ନଚିତ୍ର ଅତ୍ୟନ୍ତ ହାସ୍ୟାସ୍ପଦ। ହେଲେ ଦେଖିବାକୁ ବାକି ରହିଲା ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ତଦନ୍ତ କରି କେବେ ଏହି ଲୁଟେରା ଓ ଲୋଭୀ ଶିକ୍ଷକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯିବ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ରିପୋର୍ଟ-ତପନ କୁମାର ବିଷୟି,ନବରଙ୍ଗପୁର
ଆଙ୍କର-ଏମିତି ଜଣେ ସରକାରୀ ଶିକ୍ଷକ ଅଛନ୍ତି ଯାହାକୁ ସରକାରଙ୍କ ମୋଟା ଅଙ୍କର ଦରମା ଅଣ୍ଟୁ ନାହିଁ,ସ୍କୁଲ ସମୟରେ ସ୍କୁଲ ନଯାଇ ନିଜ ଯାଇଲ ଗାଡ଼ିରେ ଔଷଧ ଧରି ଗାଁ ଗାଁ ବୁଲି କ୍ୱାକ କାମ କରୁଛନ୍ତି।ଗ୍ରାମ ବାସୀ ପଚାରିଲେ ନାଲି ଆଖି ଦେଖାଉଛନ୍ତି ଶିକ୍ଷକ, ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଗ୍ରାମବାସୀ ଅଭିଯୋଗ କରିବା ପରେ ମଧ୍ୟ ଫଳ ସୁନ।
ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଝୋଲା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦୀପ କୁମାର ମଣ୍ଡଳ । ସେ ସବୁଦିନ ସ୍କୁଲ କୁ ଆସନ୍ତି ଏମିତିକି ରବିବାର ବି ଆସନ୍ତି ସ୍କୁଲ କୁ ହେଲେ ଶିକ୍ଷା ଦାନ ପାଇଁ ନୁହେଁ ବରଂ କ୍ବାକ ଡାକ୍ତର ସାଜି କି । ସ୍କୁଲ ଆସନ୍ତି ଚାରି ଚକିଆ ଗାଡ଼ିରେ । ଆଉ ଗାଡ଼ିରେ ଥାଏ ଔଷଧ । ଆପଣ ଏହି ବିଜୁଆଲ ଦେଖନ୍ତୁ ଗାଡି ଭିତରେ ପୁଲ ପୁଳା ଔଷଧ । ସ୍କୁଲ ରେ ସାର 10 ଟା ହାଜର ହାଜର ହୁଅନ୍ତି ସତ ହେଲେ ହାଯିରୀ ପକାଇ ଦେଇ ସହ ଶିକ୍ଷାକ ଙ୍କ ହାତରେ ପିଲାଙ୍କୁ ଛାଡି ଡାକ୍ତରୀ କାମ କରିବାକୁ ଗାଁ ଗାଁ କୁ ପଳା ନ୍ତି । ସରକାର ଙ୍କ ଠୁ ମୋଟା ଙ୍କରେ ଦରମା ପାଉଥିଲେ ମଧ୍ୟ ସାରଙ୍କ ପଇସା ରୋଜଗାର ଲୋଭ ଯାଉନି । ଜିଲ୍ଲା ରେ ସରକାରୀ ଡାକ୍ତର ଙ୍କ ଅଭାବ ଥିଲାବେଳେ ଏପରି କ୍ବାକ କନଙ୍କ ଦ୍ୱାରା ନିରୀହ ଅଦିଦାସୀ ଶୋଷଣ ହେଉଛନ୍ତି । ଏପରି ଆମେ କହୁନୁ , ଖୁଦ ଝୋଲା ପ୍ରାଥମିକ ବିଦ୍ୟାଳୟର ସ୍କୁଲ କମିଟି ର ସଭାପତି ଓ ଗ୍ରାମବାସୀ ଅଭିଯୋଗ କରୁଛନ୍ତି । ଶିକ୍ଷକ ଙ୍କୁ ଗ୍ରାମବାସୀ ମାନେ ଏପରି କାର୍ଯ୍ୟ କରିବାକୁ ମନା କଲେ , ଗ୍ରାମବାସୀଙ୍କୁ ନାଲି ଆଖି ଦେଖାଉଛନ୍ତି ଆଉ କହୁଛନ୍ତି , ମୋଇଛ ମୁ ଯାହା କରିବି ତମେ କହିବାକୁ କିଏ । ଏପରି କି ଗ୍ରାମବାସୀ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଲିଖିତ ଜଣାଇଥିଲେ ମଧ୍ୟ କିଛି ଫଳ ମିଳେ ନଥିବାର କହିଛନ୍ତି ।
ଖାଲି ଏତିକିରେ ସରିନି ସାରଙ୍କ କାରନାମା , ଭଲ ପଢା ପଢ଼ି ହୋଉନଥିବାରୁ କେତେ ପିଲା ଆସୁନାହାନ୍ତି । ଏପଟେ ଉପସ୍ତାନରେ ପିଲା ଫୁଲ ଦେଖାଇ mdm ବି ଚଳୁ କରି ଦେଉଛନ୍ତି । ଉପସ୍ଥିତ ଉପରେ ଟିକେ ନଜର ପକାନ୍ତୁ ଆଜି ଯିଏ ଆସିଛି ତାର ଉପସ୍ଥାପନ ପଡିଛି ବକିରେ ଖାଲି , ହେଲେ ପଛ ଦିନ ସବୁ ଉପସ୍ଥାନ ପଡିଛି । ସ୍କୁଲ ର ଛାତ୍ରୀ ଙ୍କୁ ପଚାରିବାରୁ କହୁଛନ୍ତି କେତେ ପିଲା ଆସୁ ନାହାନ୍ତି । ଏସବୁ ପିଲାଙ୍କୁ ପଚାରିବାରୁ ଆମ ପ୍ରତିନିଧିଙ୍କୁ ନାଲି ଆଖି ଦେଖାଉଛନ୍ତି ।ଭୁଲ ଉପସ୍ଥାନ ବିଷୟରେ ପଚାରିବାରୁ ସହ ଶିକ୍ଷକ କରିଥିବେ କହୁଛନ୍ତି ଏପଟେ ସହ ଶିକ୍ଷକ କହୁଛନ୍ତି ପ୍ରଧାନ ଶିକ୍ଷକ ମୋ ଉପରିସ୍ତ ଅଧିକାରୀ ହୋଇଥିବାରୁ ମୁଁ କିଛି କହିପାରିବିନି ଓ ଭୁଲ ଉପସ୍ଥାନ ପ୍ରଧାନ ଶିକ୍ଷକ କହିବାରୁ ମୁ ପକାଇଛି କହୁଛନ୍ତି ।
ସରକାର 5t ଜରିଆରେ ସ୍ୱାସ୍ଥ୍ୟ ଓ ଶିକ୍ଷା ରେ ସ୍ୱଚ୍ଛ କରିବା ପାଇଁ ତତ୍ପର ହେଉଥିବା ବେଳେ ନବରଙ୍ଗପୁର ଜିଲ୍ଲା ଭଳି ଉପାନ୍ତ ଅଂଚଳରେ ଏହିପରି ବିଭ୍ରାଟ ଦେଖିବାକୁ ମିଳିଛି । ହେଲେ ଦେଖିବା ରହିଲା ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ତଦନ୍ତ କରି ଗ୍ରାମବାସୀଙ୍କ କଥାକୁ ଶୁଣିବେBody:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.