ETV Bharat / state

ହାତୀବାରି ଗ୍ରାମରେ ହାଡଫୁଟି ଆତଙ୍କ, ଗୁଣିଆ କରୁଛି ଚିକିତ୍ସା

author img

By

Published : Sep 21, 2019, 10:49 AM IST

ଏବେ ବି ଲୋକଙ୍କ ଭିତରେ ବଞ୍ଚି ରହିଛି ଅନ୍ଧ ବିଶ୍ବାସ । ରୋଗ ହେଲେ ଡାକ୍ତର ପାଖକୁ ନଯାଇ ଗୁଣିଆ ଡାକି କରୁଛନ୍ତି ଚିକିତ୍ସା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ହାତୀବାରି ଗାଁରେ । ହାଡଫୁଟି ଆକ୍ରାନ୍ତଙ୍କର ଚିକିତ୍ସା କରୁଛି ଗୁଣିଆ ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ନବରଙ୍ଗପୁର

ନବରଙ୍ଗପୁର: ପାପଡାହାଣ୍ଡି ବ୍ଲକ ମାଝୀଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ହାତୀବାରି ଗାଁରେ ହାଡଫୁଟି ଆତଙ୍କ । ଏହି ରୋଗରେ ୧୭ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ହୋଇଛନ୍ତି । ଗ୍ରାମରେ ଏହି ରୋଗ ବ୍ୟାପିବାରେ ଲାଗିଥିବାବେଳେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି ।

ଗତ ଅଗଷ୍ଟ ମାସରେ ଗ୍ରାମର ଜଣେ ବ୍ୟକ୍ତି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିଲେ। ଫେରିବାବେଳେ ସେ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ। ଗ୍ରାମବାସୀ ପ୍ରଥମେ ଦେଶୀ ଚିକିତ୍ସା ସାଙ୍ଗକୁ ଝଡାଫୁଙ୍କା ଆରମ୍ଭ କରିଥିଲେ । କ୍ରମଶଃ ଏହା ଗାଁ ସାରା ବ୍ୟାପିଥିବା କୁହାଯାଉଛି । ଲୋକେ ଆଜି ବି ଝଡାଫୁଙ୍କା ଉପରେ ନିର୍ଭର କରୁଥିବାବେଳେ ଏହା ଘରକୁ ଘର ବ୍ୟାପିବାରେ ଲାଗିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ନବରଙ୍ଗପୁର

ବର୍ତ୍ତମାନ ଗ୍ରାମରେ ୧୭ରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ଗଣମାଧ୍ୟମ ପ୍ରତିନିଧିମାନେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ଜଣାଇବା ପରେ ଏକ ମେଡିକାଲ ଟିମ ସହ ଆୟୁଷ ଡାକ୍ତର ଶ୍ରୀନିବାସ ଗ୍ରାମକୁ ଯାଇଥିଲେ । ଶୁକ୍ରବାର ଅପରାହ୍ନରେ ଏନଆରଏଚଏମ୍ ଏକ ଟିମ ଚିକିତ୍ସା କରି ଫେରିଛନ୍ତି ।

ଗ୍ରାମବାସୀ କିନ୍ତୁ ଏହାକୁ ମାତା ଲାଗିଥିବା କହି ଭୟଭୀତ ଅବସ୍ଥାରେ ରହିଛନ୍ତି । ପ୍ରକାଶ ଥାଉକି ହାତୀବାରି ଗ୍ରାମର ସ୍ବାସ୍ଥ୍ୟକର୍ମୀ ଏଠାରେ ରହୁନାହାଁନ୍ତି। ମାସକୁ ଥରେ ଗ୍ରାମକୁ ଆସି ଫେରିଯାଆନ୍ତି ବୋଲି ଗ୍ରାମବାସୀ କହିଛନ୍ତି । ସ୍ବାସ୍ଥ୍ୟ କର୍ମୀ ନ ରହିବାରୁ ପ୍ରାଥମିକ ଚିକିତ୍ସା ବଦଳରେ ଗ୍ରାମବାସୀ ଗୁଣିଆ ଉପରେ ନିର୍ଭର କରୁଛନ୍ତି। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲୋଗ-ହାତୀବାରି ଗ୍ରାମରେ ହାଡ଼ଫୁଟି,୧୭ରୁ ଉର୍ଦ୍ଧ୍ବ ଆକ୍ରାନ୍ତ।
ଫର୍ମାଟ-ଏଭିଓ,୨୧/୦୯/୧୯
ରିପୋର୍ଟ-ତପନ ବିଷୋୟୀ, ନବରଙ୍ଗପୁର।
--------------------------------------------------
ଆଙ୍କର:-ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମାଝୀଗୁଡ଼ା ପଂଚାୟତ ଅନ୍ତର୍ଗତ ହାତୀବାରି ଗ୍ରାମରେ ହାଡ଼ଫୁଟି ରୋଗରେ ୧୭ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇଛନ୍ତି।ଗ୍ରାମରେ ଏହି ରୋଗ ବ୍ୟାପିବାରେ ଲାଗିଥିବା ବେଳେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୈଣସି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି।ଗତ ଅଗଷ୍ଟ ମାସରେ ଗ୍ରାମର ଜଣେ ବ୍ୟକ୍ତି ଦାଦନ ଘଟିବାକୁ ବାହାର ରାଜ୍ୟକୁ ଯାଇଥିଲେ।ଫେରିବା ବେଳେ ସେ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ।ଗ୍ରାମବାସୀ ପ୍ରଥମେ ଦେଶୀ ଚିକିତ୍ସା ସାଙ୍ଗକୁ ଝଡାଫୁଙ୍ଖା ଆରମ୍ଭ କରିଥିଲେ।କ୍ରମଶଃ ଏହା ଗ୍ରାମରେ ବ୍ୟାପିଥିବା କହିଛନ୍ତି।ଲୋକେ ଆଜି ବି ଝଡାଫୁଙ୍ଖା ଉପରେ ନିର୍ଭର କରୁଥିବା ବେଳେ ଏହା ଘରକୁ ଘର ବ୍ୟାପିବାରେ ଲାଗିଛି।ବର୍ତ୍ତମାନ ଗ୍ରାମରେ ୧୭ ରୁ ଉର୍ଦ୍ଧ୍ବ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି।ଏନେଇ ଗଣମାଧ୍ୟମ ପ୍ରତିନିଧିମାନେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କୁ ଜଣାଇବା ପରେ ଏକ ମେଡିକାଲ ଟିମ ସହ ଆୟୁଷ ଡାକ୍ତର ଶ୍ରୀନିବାସ ଗ୍ରାମକୁ ଯାଇଥିଲେ।ଗତକାଲି ଅପରାହ୍ନ ରେ ଏନଆରଏଚଏମ୍ ଏକ ଟିମ ଚିକିତ୍ସା କରି ଫେରିଛନ୍ତି।ଗ୍ରାମବାସୀ କିନ୍ତୁ ଏହା କୁ ମାତା ଲାଗିଥିବା କହି ଭୟଭୀତ ଅବସ୍ଥାରେ ରହିଛନ୍ତି।ପ୍ରକାଶ ଥାଉକି ହାତୀବାରି ଗ୍ରାମର ସ୍ୱାସ୍ଥ୍ୟ କର୍ମୀ ଏଠାରେ ରହୁନାହାନ୍ତି।ମାସ କୁ ଥରେ ଗ୍ରାମକୁ ଆସି ଫେରିଯାଆନ୍ତି ବୋଲି ଗ୍ରାମବାସୀ କହିଛନ୍ତି।ସ୍ୱାସ୍ଥ୍ୟ କର୍ମୀ ନରହିବାରୁ ପ୍ରାଥମିକ ଚିକିତ୍ସା ବଦଳରେ ଗ୍ରାମବାସୀ ଗୁଣିଆ ଉପରେ ନିର୍ଭର କରୁଛନ୍ତି।ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।Body:TapanConclusion:Nabarangpur
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.