ETV Bharat / state

ବିଧାୟକଙ୍କ ମାନବିକତା, ଆହତଙ୍କୁ ନିଜ ଗାଡିରେ ନେଲେ ହସ୍ପିଟାଲ - monohar randhari

ଦୁର୍ଘଟଣାଗସ୍ତ ଦୁଇ ବାଇକ ଆରୋହିଙ୍କୁ ନିଜ ଗାଡ଼ିରେ ମେଡିକାଲରେ ପହଞ୍ଚାଇ ମାନବିକତା ଦେଖାଇଲେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ । ଅଧିକ ପଢନ୍ତୁ......

ବିଧାୟକଙ୍କ ମାନବିକତା, ଆହତଙ୍କୁ ନିଜ ଗାଡିରେ ନେଲେ ହସ୍ପିଟାଲ

author img

By

Published : Jan 20, 2021, 10:30 PM IST

ନବରଙ୍ଗପୁର: ଦୁର୍ଘଟଣାଗସ୍ତ ଦୁଇ ବାଇକ ଆରୋହିଙ୍କୁ ନିଜ ଗାଡ଼ିରେ ମେଡିକାଲରେ ପହଞ୍ଚାଇ ମାନବିକତା ଦେଖାଇଲେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ । ବିଧାୟକ ନବରଙ୍ଗପୁର ଅଭିମୁଖେ ଆସୁଥିବା ବେଳେ ତାରାଗାଁ ଛକ ପଟ୍ଟାମୁଣ୍ଡା ନିକଟରେ ମରୁତି ଆର୍ଟିଗା ଗାଡି ସହିତ ଗୋଟିଏ ବାଇକ ମଧ୍ୟରେ ଧକ୍କା ହେବା ଫଳରେ ଦୁଇ ବାଇକ ଆରୋହି ଗୁରୁତର ଆହତ ହୋଇଥିଲେ ।

ବିଧାୟକଙ୍କ ମାନବିକତା, ଆହତଙ୍କୁ ନିଜ ଗାଡିରେ ନେଲେ ହସ୍ପିଟାଲ

ଘଟଣାସ୍ଥଳରେ ବିଧାୟକ ୧୦୮ ଆମ୍ବୁଲାନ୍ସକୁ ଜଣାଇଥିଲେ ମନୋହର । କିନ୍ତୁ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ସେ ଗୁରୁତର ବାଇକ ଆରୋହିଙ୍କ ଅବସ୍ଥା ଦେଖି ନିଜ ଗାଡ଼ିରେ ବସାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ । ଏବଂ ସେମାନଙ୍କ ଚିକିତ୍ସା କରାଇଥିଲେ । ଦୁଇ ବାଇକ ଆରୋହି ନବରଙ୍ଗପୁର ବ୍ଲକ ମନ୍ତ୍ରୀଗୁଡା ଗ୍ରାମର କୈଳାସ ହରିଜନ ଓ ଦୀପକ ଭତରା ବୋଲି ଜଣାପଡିଛି । ଦୁଇ ଯୁବକ ସୁସ୍ଥ ରହିଥିବା ମଧ୍ୟ ଜଣା ପଡିଛି । ଦୁର୍ଘଟଣାରେ ଆହତ ମାନେ ବିଧାୟକଙ୍କ ଏହିଭଲି କାର୍ଯ୍ୟକୁ ସାଧୁବାଦ ଜଣାଇ ଛନ୍ତି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଈଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.