ETV Bharat / state

ନବରଙ୍ଗପୁରରୁ ଦାଦନ ଶ୍ରମିକ ଉଦ୍ଧାର

ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନରୁ ବାହାର ରାଜ୍ୟକୁ ଚାଲାଣ ହେଉଥିବା ୧୨ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ନବରଙ୍ଗପୁର ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Jul 18, 2019, 11:28 AM IST

ନବରଙ୍ଗପୁର: ଜିଲ୍ଲାର ବିଭିନ୍ନ ସ୍ଥାନରୁ ବାହାର ରାଜ୍ୟକୁ ଚାଲାଣ ହେଉଥିବା ୧୨ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ନବରଙ୍ଗପୁର ପୋଲିସ । ଦାଦନ ମାନଙ୍କ ମଧ୍ୟରେ ୭ ଜଣ ଝିଅ ଓ ୫ ଜଣ ପୁଅ ଥିବା ଜଣାପଡିଛି । ତେବେ ଏମାନଙ୍କୁ ସାଙ୍ଗରେ ନେଉଥିବା ୨ ଦଲାଲଙ୍କୁ ଅଟକ ରଖିଛି ପୋଲିସ ।

ଉଦ୍ଧାର ଦାଦନ ଶ୍ରମିକମାନେ ଉମରକୋଟ, ତେନ୍ତୁଳିଖୁଣ୍ଟି ବ୍ଲକ ସହିତ ପଡ଼ୋଶୀ କଳାହାଣ୍ଡି ଜିଲ୍ଲାର ବୋଲି ଜଣାପଡିଛି । ଏମାନେ ସମସ୍ତଙ୍କୁ ଚେନ୍ନାଇ ଓ ତ୍ରିପୁରାକୁ ସିଲେଇ ମେସିନ ଓ ବୋରୱେଲ କାମରେ ଯାଉଥିବା ନେଇ ସୂଚନା ମିଳିଛି । ଉଦ୍ଧାର ହୋଇଥିବା ଦାଦନଙ୍କ ମଧ୍ୟରୁ ୨ ରୁ ୩ ନାବାଳକ ଥିବା ସୂଚନା ମଧ୍ୟ ପୋଲିସକୁ ହସ୍ତଗତ ହୋଇଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ନବରଙ୍ଗପୁର

ସମସ୍ତଙ୍କୁ ପୋଲିସ ଷ୍ଟେସନରେ ରଖାଯାଇଥିବାବେଳେ ସେମାନଙ୍କ ପିତାମାତା ଆସିଲେ ସେମାନଙ୍କୁ ଜିମାରେ ଛଡ଼ାଯିବ ବୋଲି ସୂଚନା ମିଳିଛି । ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲାରେ କାମ ଅଭାବରୁ ଲୋକମାନେ ବାଧ୍ୟ ହୋଇ ବାହାର ରାଜ୍ୟକୁ ଦଲାଲ ଦ୍ବାରା ଚାଲାଣ ହେଉଥିବା ଦେଖିବାକୁ ମିଳୁଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Intro:Body:

asc

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.