ETV Bharat / state

କୋଡ଼ିଙ୍ଗା ହାଜତ ମୃତ୍ୟୁ ମାମଲାରେ ଥାନା ଅଧିକାରୀ ନିଲମ୍ବିତ

author img

By

Published : Jun 17, 2019, 9:37 PM IST

କୋଡ଼ିଙ୍ଗା ଥାନା ହାଜତ ମୃତ୍ୟୁ ଅଭିଯୋଗ ମାମଲାରେ ଥାନା ଅଧିକାରୀ ନିଲମ୍ବିତ ହୋଇଛନ୍ତି । ଡିଜିପି ଆରପି ଶର୍ମା ତାଙ୍କୁ ନିଲମ୍ବିତ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: କୋଡ଼ିଙ୍ଗା ଥାନା ହାଜତ ମୃତ୍ୟୁ ଅଭିଯୋଗ ମାମଲାରେ ଥାନା ଅଧିକାରୀ ପୁଷ୍ପେନ୍ଦ୍ର ସାଗର ନିଲମ୍ବିତ ହୋଇଛନ୍ତି । ହାଜତ ମୃତ୍ୟୁ ଘଟଣାରେ ଜଡିତ ଅଭିଯୋଗରେ ଡିଜିପି ଆରପି ଶର୍ମା ତାଙ୍କୁ ନିଲମ୍ବିତ କରିଛନ୍ତି । ଏ ସମ୍ପର୍କରେ ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ଆଜି ଏକ ପ୍ରେସ ବିବୃତ୍ତି ଯୋଗେ ସୂଚନା ଦିଆଯାଇଛି ।

KODINGA
ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ତଦନ୍ତ ନାଁରେ କୋଡିଙ୍ଗା ଥାନା ପୋଲିସ ଦୁଇ ଜଣଙ୍କୁ ଉଠେଇ ନେବା ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଗୋବର୍ଦ୍ଧନ ବିନ୍ଧାଣୀ ମୃତ୍ୟୁବରଣ କରିଥିଲେ । ଏହି ଘଟଣାରେ ଗତକାଲି ଗ୍ରାମବାସୀମାନେ କୋଡ଼ିଙ୍ଗା ଥାନାରେ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଏହା ସହ ସମ୍ପୃକ୍ତ ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:Body:

FSD

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.