ନବରଙ୍ଗପୁର: ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ଦିନକୁ ଦିନ ମାଓବାଦୀଙ୍କ ଉପସ୍ଥିତି ଜାହିର ବହୁ ମାତ୍ରାରେ ରହିଥିବା ଜଣାପଡ଼ିଛି । କିଛି ଦିନ ତଳେ ଲିଫଲେଟ, ବ୍ୟାନର ମାରି ସରକାରଙ୍କ ବିରୋଧରେ ଉଲ୍ଲେଖ କରିଥିଲେ। ପୁଣି କୁସୁମପୁର, ଜେହେଲଗୁଡ଼ା ଠାରେ ଲିଫଲେଟ ପକେଇବା ସୂଚନା । ତେବେ ଏଠାରେ ଦେଖିବାକୁ ଗଲେ ଏଇଟା କାହାର ଭୁଲ ଜଙ୍ଗଲ ମାଫିଆଙ୍କ ନା ବନ ବିଭାଗ ଅଧିକାରୀଙ୍କର ।
ଲିଫଲେଟ ମାଧ୍ୟମରେ ରାଇଘର କୁନ୍ଦେଇ ଅଞ୍ଚଳର କେତେକ ଗ୍ରାମର ଜଙ୍ଗଲ ମାଫିଆ ତଥା ନାକଟିସିମୋଡ଼ା, କୁସୁମପୁର, କାଣ୍ଡେତରା, ରାଜପୁର, ସମ୍ବଲପୁର, ଚିଡ଼େଇପାନି ଏହି ଗ୍ରାମର ଲୋକମାନଙ୍କ ନାମରେ ଧମକ ଦେଇ ଜଙ୍ଗଲ ଜମି ଛାଡ଼ିବାକୁ ଉଲ୍ଲେଖ କରିଛନ୍ତି। ନ ଛାଡ଼ିଲେ ହତ୍ଯାର ସଜା ଦେବା ପାଇଁ ସେଥିରେ ଉଲ୍ଲେଖ କରିଛନ୍ତି। ମାଓବାଦୀମାନଙ୍କୁ ଦେଖିବାକୁ ମିଳୁଥିବାରୁ ଜଙ୍ଗଲ ସୁରକ୍ଷା ପ୍ରତି ଅଧିକା ଗୁରୁତ୍ୱ ଦେଖାଦେଇଛି ।