ETV Bharat / state

ସାପ କାମୁଡିବା ପରେ ସାପ ଧରି ଡାକ୍ତରଖାନାରେ ପହଞ୍ଚିଲେ ଆକ୍ରାନ୍ତ - ନବରଙ୍ଗପୁର ସାପ କାମୁଡିବା ଖବର

ସାପ କାମୁଡି ଦେବା ପରେ ସାପକୁ ଧରି ମେଡିକାଲରେ ପହଞ୍ଚିଲେ ଆକ୍ରାନ୍ତ । ଏପରି ଏକ ଘଟଣା ଘଟିଛି ନବରଙ୍ଗପୁରରେ । ଅଧିକ ପଢନ୍ତୁ...

ସାପ କାମୁଡିବା ପରେ ସାପ ଧରି ଡାକ୍ତରଖାନାରେ ପହଞ୍ଚିଲେ ଆକ୍ରାନ୍ତ

author img

By

Published : Mar 24, 2021, 6:29 AM IST

ନବରଙ୍ଗପୁର: ସାପ କାମୁଡି ଦେବା ପରେ ସାପକୁ ଧରି ମେଡିକାଲରେ ପହଞ୍ଚିଲେ ଆକ୍ରାନ୍ତ । ଏପରି ଏକ ଘଟଣା ଘଟିଛି ନବରଙ୍ଗପୁରରେ । ସାପକାମୁଡିବା ପରେ ସାପକୁ ଧରି ବ୍ୟକ୍ତିଜଣକ ଡାକ୍ତରଖାନାରେ ପହଞ୍ଚିଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ ଜିଲ୍ଲାର ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଥିଲା ଏକ ବିଚିତ୍ର ଦୃଶ୍ୟ । ନିଜ ଜମିରେ କାମ କରୁଥିବା ସମୟରେ ସୁଧାଂଶୁ ସିଲ(୩୫)ଙ୍କୁ ଏକ ନାଗସାପ କାମୁଡି ଦେଇଥିଲା । ସୁଧାଂଶୁ ସିଲ କାଳ ବିଳମ୍ବ ନକରି ବାଇକ୍ ଯୋଗେ ସାପକୁ ଧରି ପହଞ୍ଚି ଯାଇଥିଲେ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ । ସୁଧାଂଶୁ ଧରିଥିବା ସାପକୁ ଦେଖି ମେଡିକାଲ କର୍ତ୍ତୃପକ୍ଷ କିଛି ସମୟ ପାଇଁ ଭୟବିତ ହୋଇଯାଇଥିଲେ । ତେବେ ଚିକିତ୍ସା ପରେ ସୁଧାଂଶୁ ବିପଦମୁକ୍ତ ଥିବା ଡ଼ାକ୍ତର ପ୍ରକାଶ କରିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.