ETV Bharat / state

ଜମି ବିବାଦକୁ ନେଇ ହତ୍ୟାକାଣ୍ଡ, ସାନ ଭାଇ ଓ ପୁତୁରାର ମାଡ଼ରେ ବଡ଼ ଭାଇ ମୃତ - ସାନ ଭାଇ ଓ ପୁତୁରାର ମାଡ଼ରେ ବଡ଼ ଭାଇର ମୃତ୍ୟୁ

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ଘାଟଗୁଡା ଗାଁରେ ଜମି ବିବାଦକୁ ନେଇ ହତ୍ୟାକାଣ୍ଡ । ଅଧିକ ପଢନ୍ତୁ

man killed over land dispute
man killed over land dispute
author img

By

Published : Jul 12, 2023, 2:01 PM IST

ସାନ ଭାଇ ଓ ପୁତୁରାର ମାଡ଼ରେ ବଡ଼ ଭାଇ ମୃତ

ନବରଙ୍ଗପୁର: ଜମି ବିବାଦକୁ ନେଇ ହତ୍ୟାକାଣ୍ଡ । ସାନ ଭାଇ ଓ ପୁତୁରାର ମାଡ଼ରେ ବଡ଼ ଭାଇର ମୃତ୍ୟୁ ଅଭିଯୋଗ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ଘାଟଗୁଡା ଗାଁରେ ଏଭଳି ଘଟଣା ସାମ୍ନାକୁ ଆସିଛି । ତେବେ ମୃତ ବ୍ୟକ୍ତି ଜଣକ ହେଲେ ମଧୁ ବିଶ୍ବାଳ ।

ସୂଚନା ଅନୁଯାୟୀ, ଘାଟଗୁଡ଼ା ଗ୍ରାମର ମଧୁ ବିଶ୍ବାଳ ଓ ସାନ ଭାଇ ନରସିଂହ ପାଇକ ମଧ୍ୟରେ ବହୁ ଦିନ ହେଲା ଜମିକୁ ନେଇ ବିବାଦ ଲାଗି ରହିଥିଲା । ବଡ଼ ଭାଇ ଅଧିକ ଜମି ରଖିଥିବା ନେଇ ସବୁ ବେଳେ ପୁତୁରା ଓ ଭାଇ ଆମକୁ ଆହୁରି ଜମି ଦିଅ କହି ଗଣ୍ଡଗୋଳ କରୁଥଲେ । ଗତକାଲି ସନ୍ଧ୍ୟାରେ ଏହାକୁ କେନ୍ଦ୍ର କରି ମଧୁ, ନରସିଂହ ଓ ପୁତୁରା ନୀଳକଣ୍ଠ ପାଇକଙ୍କ ମଧ୍ୟରେ ପୁନଃ ଝଗଡ଼ା ହୋଇଥିଲା । ଏନେଇ ବଡ଼ ଭାଇଙ୍କ ସହିତ ବଚସା ହେବା ସମୟରେ ହାତାହାତି ଭଳି ପରିସ୍ଥିତି ଉପୁଜିଥିଲା । ବଡ଼ ଭାଇ ମଧୁ ବିଶ୍ୱାଳ ସହିତ ସାନ ଭାଇ ନରସିଂହ ପାଇକ ଓ ପୁତୁରା ନୀଳକଣ୍ଠ ଠେଲା ପେଲା ହେବା ବେଳେ ମଧୁ ତଳେ ପଡିଯାଇ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ସେ ଗୁରୁତର ହୋଇ ପଡିଥିଲେ ।

ତାଙ୍କୁ ତୁରନ୍ତ ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ନହେବାରୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଏନେଇ ଖବର ପାଇ ପାପଡାହାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିବା ଜଣାପଡିଛି । ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି । ଅନ୍ୟପଟେ ପାପଡ଼ାହାଣ୍ଡି ଥାନାରେ କେଶ୍ ନଂ- ୧୨୩/୨୩ ଅନୁଯାୟୀ ମାମଲା ରୁଜୁ କରାଯାଇ ଥିବା ବେଳେ ଅଭିଯୁକ୍ତ ନରସିଂହ ଓ ନୀଳକଣ୍ଠକୁ ଗିରଫ କରାଯାଇଥିବା ତଦନ୍ତକାରୀ ଅଧିକାରୀ ରାମେଶ୍ଵର ପ୍ରଧାନ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଝାରସୁଗୁଡ଼ା ହତ୍ୟାକାଣ୍ଡ: ଜଘନ୍ୟକାଣ୍ଡ ପାଇଁ ମଦବିକ୍ରି ଦାୟୀ, ଗ୍ରାମବାସୀଙ୍କ କାର୍ଯ୍ୟାନୁଷ୍ଠାନ ଦାବି

ପ୍ରକାଶ ଥାଉକି, ଗତ କିଛି ଦିନ ତଳେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ନଦୀନାଳ ଘେରା ପଦନୀପାଳ ଗ୍ରାମରେ ନିଜ ହାତରେ ଅନ୍ତଫାଡି ଜନ୍ମ ଦେଇଥିବା ଶିଶୁର ଜୀବନ ନେଇଥିଲା ମାଆ । ଗ୍ରାମର ରଶ୍ମିତା ମହାନ୍ତି ନାମକ ମହିଳା ନିଜର ମାସକର ଶିଶୁକନ୍ୟାକୁ ହତ୍ୟା କରିଥିବା ତାଙ୍କ ଶାଶୁ ଶ୍ବଶୁର ଥାନାରେ ଅଭିଯୋଗ କରିଥିଲେ । ଏନେଇ ମହିଳାଙ୍କ ଶାଶୁ ଅଭିଯୋଗ କରିଥିଲେ ଯେ, ରାତିରେ ବୋହୂ ରଶ୍ମିତା ୩ ବର୍ଷର ନାତି ଓ ମାସକର ନାତୁଣୀକୁ ନେଇ ଶୋଇଥିଲେ । ହେଲେ ପରଦିନ ସକାଳୁ ନାତୁଣୀ ନାକରୁ ରକ୍ତ ବାହାରୁଥିବା ସେ ଦେଖିଥିଲେ । ଏହାପରେ ସଙ୍ଗେସଙ୍ଗେ ପାଖ ଡାକ୍ତରଖାନାକୁ ନେଇ ଯାଇଥିଲେ । ହେଲେ ଡାକ୍ତର ସେଠାରେ ଶିଶୁକନ୍ୟାକୁ ମୃତ ଘୋଷଣା କରିଥିଲେ । ତେବେ ତାଙ୍କ ବୋହୂ ହିଁ ନିଜ ମାସକର ଝିଅକୁ ହତ୍ୟା କରିଛି ବୋଲି ଶାଶୁ ଅଭିଯୋଗ କରିଥିଲେ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.