ETV Bharat / state

ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା କଲେ ମାଓବାଦୀ

author img

By

Published : Feb 24, 2023, 1:45 PM IST

Updated : Feb 24, 2023, 2:23 PM IST

ନବରଙ୍ଗପୁରରେ ମାଓବାଦୀଙ୍କ ବର୍ବରକାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ଶ୍ବାସରୁଦ୍ଧ କରି ହତ୍ୟା କଲେ ମାଓବାଦୀ । ଅଧିକ ପଢନ୍ତୁ

ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା
ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା

ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା

ନବରଙ୍ଗପୁର: ମାଓବାଦୀଙ୍କ ବର୍ବରକାଣ୍ଡ । ପୁଣି ରକ୍ତମୁଖା ହେଲା ଲାଲ ବାହିନୀ । ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟା କଲେ ମାଓବାଦୀ । କିଛି ଦିନର ବ୍ୟବଧାନ ପରେ ନବରଙ୍ଗପୁର ଜିଲ୍ଲାରେ ମାଓବାଦୀ ପୁଣି ନିଜର ଉପସ୍ଥିତି ଜାହିର କରିଛନ୍ତି । ଜିଲ୍ଲାର ରାଇଘର ବ୍ଲକ ହାତୀଗାଁ ନିକଟସ୍ଥ ଖାଲେପାରା ଗ୍ରାମର ଜଣେ ଯୁବକଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ନିର୍ଦ୍ଧୁମ ମାଡ଼ ମାରିବା ସହିତ ଶ୍ୱାସରୁଦ୍ଧ କରି ହତ୍ୟା କରିଥିବା ଜଣାପଡିଛି । ମୃତକ ୪୨ ବର୍ଷୀୟ ଚନ୍ଦନ ମଲ୍ଲିକ । ହତ୍ୟା ପରେ ମୃତଦେହ ନିକଟରେ ମାଓ ପୋଷ୍ଟର ଛାଡିଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୯ଟା ସମୟରେ ପ୍ରାୟ ୨୫ରୁ ଊର୍ଦ୍ଧ୍ବ ମାଓବାଦୀ ଛତିଶଗଡ଼ ସୀମାକୁ ଲାଗି ରହିଥିବା ଖାଲେପାରା ଗ୍ରାମର ଚନ୍ଦନ ମଲ୍ଲିକଙ୍କୁ ଘରୁ ଡାକି ନେଇ ପାଖ ଅଙ୍ଗନବାଡି କେନ୍ଦ୍ର ନିକଟକୁ ଯାଇଥିଲେ । ସେଠାରେ ଗ୍ରାମବାସୀଙ୍କୁ ମଧ୍ୟ ଡକାଇ ଏକ ବୈଠକ କରିଥିଲେ । ପରେ ସମସ୍ତଙ୍କୁ ଚାଲିଯିବାକୁ କହି ଚନ୍ଦନ ମଲ୍ଲିକଙ୍କୁ ହାତରେ ଦଉଡ଼ି ବାନ୍ଧି ନିକଟସ୍ଥ ପଡ଼ିଆକୁ ନେଇ ଯାଇଥିଲେ । ସେଠାରେ ତାଙ୍କୁ ପ୍ରବଳ ମାଡ ମାରିବା ସହ ଏକ ଦଉଡିରେ ବେକକୁ ବାନ୍ଧି ଶ୍ବାସରୁଦ୍ଧ କରି ମାରିଥିବା ସନ୍ଦେହ କରାଯାଉଛି ।

ଘଟଣାସ୍ଥଳରେ କିଛି ମାଓ ପୋଷ୍ଟର ପଡିଥିବା ମଧ୍ୟ ଦେଖିବାକୁ ମିଳିଛି । ଏହି ପୋଷ୍ଟରରେ ହତ୍ୟାକାଣ୍ଡ ପାଇଁ ନବରଙ୍ଗପୁର ଏସପି, ଛତିଶଗଡ ରାଜ୍ୟ ଗରିଆବନ୍ଧ ଏସପି ଓ ପୋଲିସ ଗୁଇନ୍ଦା ବିଭାଗ ଦାୟୀ ରହିବେ ବୋଲି ଉଦନ୍ତି ଏରିଆ କମିଟି ପକ୍ଷରୁ ଉଲ୍ଲେଖ କରାଯାଇଛି । ଏଥିସହିତ ମୃତ ଚନ୍ଦନ କିଛିଦିନ ଧରି ପୋଲିସର ସହଯୋଗୀ ସାଜି ମାଓବାଦୀଙ୍କ ଗତିବିଧି ବିଷୟରେ ଖବର ଦେଉଥିଲେ ବୋଲି ଅଭିଯୋଗ ନେଇ ପୂର୍ବରୁ ତାଙ୍କୁ ଜନ ଅଦାଲତରେ ହାଜର କରି ଚେତାବନୀ ଦିଆଯାଇଥିଲା । କିନ୍ତୁ ସେ ପୁଣିଥରେ ପୋଲିସର ଇନଫର୍ମର ଭାବେ କାମ କରୁଥିବା ଯୋଗୁଁ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିବା ଉକ୍ତ ଲିଫ୍ଲେଟ ଗୁଡ଼ିକରେ ଉଲ୍ଲେଖ କରାଯାଇଛି । ରାଇଘର ପୋଲିସ ଘଟଣାସ୍ଥଳରେ ପହଞ୍ଚି ନଥିବା ବେଳେ ଗ୍ରାମବାସୀ ମଧ୍ୟ ଏନେଇ ମୁହଁ ଖୋଲୁ ନାହାନ୍ତି ।

ଏହାମଧ୍ୟ ପଢନ୍ତୁ: ଲୋକଙ୍କ ବିକାଶ ପାଇଁ ପଢିଲେ ପାଠ, ମାଓବାଦୀରୁ ଏବେ ଡିପ୍ଲୋମା ଇଞ୍ଜିନିୟର

କିଛି ଦିନ ତଳେ କଳାହାଣ୍ଡି ଜିଲ୍ଲା ପଞ୍ଚକୁଲ ଗ୍ରାମରେ ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା କରିଥିଲେ ମାଓବାଦୀ । ମୃତକ ସେହି ଗ୍ରାମର ୪୮ ବର୍ଷୀୟ ଲାଲବତୀ ମାଝୀ ଥିଲେ । ବିଳମ୍ବିତ ରାତିରେ ତାଙ୍କୁ ଘରୁ ଉଠାଇ ନେଇ ଗଳାକାଟି ହତ୍ୟା କରିଥିଲେ । ଏହାସହିତ ଅଞ୍ଚଳର ଅନ୍ୟ କିଛି ଲୋକ ପୋଲିସକୁ ତଥ୍ୟ ପ୍ରଦାନ କରୁଥିବା ସନ୍ଦେହ କରି ଲାଲ ବାହିନୀ ପକ୍ଷରୁ ପୋଷ୍ଟର ମାଧ୍ୟମରେ ଚେତାବନୀ ଦିଆଯାଇଥିଲା ।

ସୂଚନା ଥାଉକି, ନିକଟରେ ଛତିଶଗଡରେ ନକ୍ସଲ ରକ୍ତର ହୋଲି ଖେଳିଛନ୍ତି । ଜଣେ ହେଡ କନେଷ୍ଟବଳଙ୍କୁ ଗଳା କାଟି ହତ୍ୟା କରିଥିଲେ ନକ୍ସଲ । ସେ ଏକ ବିବାହ କାର୍ଯ୍ୟରେ ଯୋଗ ଦେବାକୁ ଯାଇଥିବା ବେଳେ ଏଭଳି ନାରକୀୟ କାଣ୍ଡ ଭିଆଇଥିଲେ ନକ୍ସଲ ।

ଏହାମଧ୍ୟ ପଢନ୍ତୁ: ବିଶ୍ବାସରେ ବିଷ ଦେଲା ବନ୍ଧୁ: ଦେଖା କରିବାକୁ ଡାକି ନାବାଳିକାକୁ ଦୁଷ୍କର୍ମ କଲା ଇନଷ୍ଟ୍ରା ଫ୍ରେଣ୍ଡ

ଇଟିଭି ଭାରତ, ନବରଙ୍ଗପୁର

Last Updated : Feb 24, 2023, 2:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.