ETV Bharat / state

ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଅଣ୍ଟାଭିଡ଼ିଲେ ଅଞ୍ଚଳବାସୀ - Local people protest

କୋଷାଗୁମୁଡା ବ୍ଲକ କୋଡିଙ୍ଗା ତହସିଲର ୧୮ ଗୋଟି ବାଲି ସୈରାତରୁ ବେଆଇନଭାବେ ବାଲି ଚୋରା ଚାଲାଣକୁ ବିରୋଧ କରି ଜିଲ୍ଲା କଂଗ୍ରେସ ଉପ-ସଭାପତି ଧରମ ସିଂ ଏବଂ ଭାଜପା ଜିଲ୍ଲା ସହ ସମ୍ପାଦକ ଅରୁଣ ପ୍ରଶନ୍ନ ନାୟକଙ୍କ ଆହ୍ବାନକ୍ରମେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ। ଅଧିକ ପଢନ୍ତୁ...

ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଅଣ୍ଟାଭିଡ଼ିଲେ ଅଞ୍ଚଳବାସୀ

author img

By

Published : Dec 24, 2020, 7:45 AM IST

ନବରଙ୍ଗପୁର: ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଅଣ୍ଟାଭିଡ଼ିଲେ ଅଞ୍ଚଳବାସୀ । ନବରଙ୍ଗପୁର କୋଷାଗୁମୁଡା ବ୍ଲକ ସଦର ମହକୁମା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ କୋଡିଙ୍ଗା ତହସିଲର ୧୮ ଗୋଟି ବାଲି ସୈରାତରୁ ବେଆଇନଭାବେ ବାଲି ଚୋରା ଚାଲାଣକୁ ବିରୋଧ କରି ଜିଲ୍ଲା କଂଗ୍ରେସ ଉପ-ସଭାପତି ଧରମ ସିଂ ଏବଂ ଭାଜପା ଜିଲ୍ଲା ସହ ସମ୍ପାଦକ ଅରୁଣ ପ୍ରଶନ୍ନ ନାୟକଙ୍କ ଆହ୍ବାନକ୍ରମେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆସନ୍ତା ଜାନୁଆରୀ ମାସ ୧୫ ତାରିଖ ସୁଧା କୋଡିଙ୍ଗା ତହସିଲ ଅଧୀନ ବିଏମସେମଳା, ହନ୍ଦୋଳି, ସରାଳଧନୁଆ, ସିନ୍ଧୁଗୁଡା, ଦୁରାଗୀ, ଆଟିଗାଁ ଆଦି ଅଞ୍ଚଳର ସ୍ଥାନୀୟ ଲୋକ ମାନଙ୍କୁ ନେଇ ୨୫ ଜଣିଆ କମିଟି ଗଠନ କରାଯିବା ସହ ବେଆଇନ ବାଲି ଚୋରା ଚାଲାଣକୁ ଅଞ୍ଚଳବାସୀଙ୍କ ତରଫରୁ ବନ୍ଦ କରାଯିବା ପାଇଁ ନିଷ୍ପତ୍ତି ହୋଇଛି ।

ତେବେ ବାଲି ସୈରାତ ଲିଜଧାରୀ ମାନେ ବେଆଇନ ଭାବେ ମେସିନ ସହାୟତାରେ ବାଲି ଉଠାଣ କରି ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ ଚୋରାଚାଲାଣ କରୁଥିବା ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା । କୋଷାଗୁମୁଡା ଜଗନ୍ନାଥ ମନ୍ଦିର ପରିସରରେ ବହୁ ରାଜନେତା ଓ ସାଧାରଣ ଜନତା ବୈଠକ କରି ନବରଙ୍ଗପୁର ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପ୍ରୟାସ କରିଛନ୍ତି । ଏନେଇ ଏକ ଦାବିପତ୍ର ଭିଜିଲାନ୍ସ ଡିଏସପିଙ୍କ ଉଦେଶ୍ୟରେ ଦସ୍ତଖତ କରଯାଇଥିଲା ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.