ନବରଙ୍ଗପୁର: ମାତିଛନ୍ତି ମଦ ବେପାରୀ । ରାଜ୍ୟରେ ବଢିବାରେ ଦେଶୀଠୁ ନେଇ ବିଦେଶୀ ମଦ କାରବାର । ନବରଙ୍ଗପୁରରେ ଚାଲୁଥିବା ବିଦେଶୀ ମଦ କାରବାରକୁ ପଣ୍ଡ କରିଛି ପୋଲିସ । ବିଭିନ୍ନ ବିଦେଶୀ ବ୍ରାଣ୍ଡର ମଦ ଜବତ କରିଛି ପୋଲିସ ।
ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ମୁଣ୍ଡାଗୁଡା ଗ୍ରାମରେ ନକଲି ବିଦେଶୀ ମଦ ତିଆରି ହେଉଥିବା ଖବର ପାଇ ଥିଲା ବ୍ରହ୍ମପୁରରୁ ଅବକାରୀ ଗୁଇନ୍ଦା ବିଭାଗ । ଏକ ସ୍ବତନ୍ତ୍ର ଟିମ ଚଢ଼ାଉ କରି ବିଭିନ୍ନ ବ୍ରାଣ୍ଡର ବିପୁଳ ପରିମାଣର ନକଲି ବିଦେଶୀ ମଦ ସହ ଜଣକୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ମୁଣ୍ଡାଗୁଡା ଗ୍ରାମର ସୀତାରାମ ପ୍ରଧାନ।
ତାଙ୍କ ଘରୁ ବିଭିନ୍ନ ବ୍ରାଣ୍ଡର ନକଲି ମଦ ୧୨ ଲିଟର, ବିଅର ୧୧୭ ଲିଟର, ଏକ ବିଦେଶୀ ବ୍ରାଣ୍ଡର ମଦ ୮ ଲିଟର, ୪୦ ଲିଟର ସ୍ପିରିଟ୍ ସହ ଏକ ଲିଟର କାରାମିଲ ଜବତ କରିଛି । ଆଠ ଜଣିଆ ସ୍ବତନ୍ତ୍ର ଟିମ ଚଢ଼ାଉ କରିଥିବା ବେଳେ ଏସ.ଆଇ ବିଶ୍ବଜିତ ଦାସ ଏହାର ନେତୃତ୍ବ ନେଇଥିବା ସୂଚନା ମିଳିଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ