ETV Bharat / state

3ଦଫା ଦାବି ନେଇ କୋଡିଙ୍ଗା ଅଞ୍ଚଳ ବିକାଶ ପରିଷଦର ପ୍ରତୀକ ଧର୍ମଘଟ

author img

By

Published : Nov 28, 2019, 9:21 PM IST

ତିନି ଦଫା ଦାବି ନେଇ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ କୋଡ଼ିଙ୍ଗାରେ କୋଡ଼ିଙ୍ଗା ଅଞ୍ଚଳ ବିକାଶ ପରିଷଦର ଅନିର୍ଦ୍ଧିଷ୍ଟ କାଳ ପ୍ରତୀକ ଧର୍ମଘଟ । କୋଡ଼ିଙ୍ଗା ଠାରେ ସବଟ୍ରେଜେରୀ ସ୍ଥାପନ, ଯୁକ୍ତ ତିନି କଲେଜ ସ୍ଥାପନ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ ଦାବି ହୋଇଛି ।

3 ଦଫା ଦାବି ନେଇ କୋଡ଼ିଙ୍ଗାରେ ଅନିର୍ଦ୍ଧିଷ୍ଟ କାଳ ପ୍ରତୀକ ଧର୍ମଘଟ
3 ଦଫା ଦାବି ନେଇ କୋଡ଼ିଙ୍ଗାରେ ଅନିର୍ଦ୍ଧିଷ୍ଟ କାଳ ପ୍ରତୀକ ଧର୍ମଘଟ

ନବରଙ୍ଗପୁର: ତିନି ଦଫା ଦାବି ନେଇ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ କୋଡ଼ିଙ୍ଗାରେ କୋଡ଼ିଙ୍ଗା ଅଞ୍ଚଳ ବିକାଶ ପରିଷଦର ଅନିର୍ଦ୍ଧିଷ୍ଟ କାଳ ପ୍ରତୀକ ଧର୍ମଘଟ । କୋଡ଼ିଙ୍ଗା ଠାରେ ସବଟ୍ରେଜେରୀ ସ୍ଥାପନ, ଯୁକ୍ତ ତିନି କଲେଜ ସ୍ଥାପନ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ ଦାବି ନେଇ କୋଡ଼ିଙ୍ଗା ଅଞ୍ଚଳ ବିକାଶ ପରିଷଦ ପକ୍ଷରୁ କୋଡ଼ିଙ୍ଗା ଦୁର୍ଗା ମଣ୍ଡପ ନିକଟରେ ଧାରଣା ଦିଆଯାଇଛି ।

3 ଦଫା ଦାବି ନେଇ କୋଡ଼ିଙ୍ଗାରେ ଅନିର୍ଦ୍ଧିଷ୍ଟ କାଳ ପ୍ରତୀକ ଧର୍ମଘଟ

ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ କୋଡ଼ିଙ୍ଗା ମହାବିଦ୍ୟାଳୟ ହିଁ ଉଚ୍ଚଶିକ୍ଷା ପାଇଁ ଏକ ମାତ୍ର ମାଧ୍ୟମ ଥିବାବେଳେ କୋଡ଼ିଙ୍ଗା କଲେଜରେ କେବଳ କନିଷ୍ଠ ମହାବିଦ୍ୟାଳୟ ହୋଇ ରହିଯାଇଛି । ଏଠାରେ ଯୁକ୍ତ ତିନି କଲେଜ ନଥିବାରୁ ଛାତ୍ରଛାତ୍ରୀ ମାନେ ନବରଙ୍ଗପୁର ଯାଇ ଶିକ୍ଷା ଗ୍ରହଣ କରିବା ସମ୍ଭବପର ହୋଇପାରୁନାହିଁ । ଯାହାଫଳରେ ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷା ସ୍ବପ୍ନ ପୁରଣ ହେଉନଥିବା ବିକାଶ ପରିଷଦ ପକ୍ଷରୁ କୁହାଯାଇଛି । ଏଥିଲାଗି ଉଚ୍ଚ ଶିକ୍ଷାରେ ଉନ୍ନତି ଆଣିବା ପାଇଁ କୋଡ଼ିଙ୍ଗା କଲେଜରେ ଯୁକ୍ତ ତିନି କଲେଜ ଖୋଲିବା ପାଇଁ ଦାବି କରାଯାଇଛି ।

ଅପରପକ୍ଷରେ ଏହି ଅଞ୍ଚଳରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନଥିବାରୁ ରୋଗୀ ଜିଲ୍ଲା ସଦର ମହକୁମା ଉପରେ ନିର୍ଭରଶୀଳ ହେଉଛନ୍ତି । ଏଠାରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକୀୟ ସୁବିଧା ସୁଯୋଗ ଅଭାବ, ଉପଯୁକ୍ତ ଚିକିତ୍ସା ଅଭାବରୁ ଅନେକ ସମୟରେ ରୋଗୀଙ୍କୁ ମୃତ୍ୟୁ ମୁଖର ସମ୍ମୁଖୀନ ହେବାକୁ ପଡୁଛି । ଏଣୁ କୋଡ଼ିଙ୍ଗାରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ ନିମନ୍ତେ ମଧ୍ୟ ଦାବି କରାଯାଇଛି । ଜିଲ୍ଲା ସଦର ମହକୁମାଠାରୁ କୋଡ଼ିଙ୍ଗାର ଦୂରତା ଅଧିକ ରହୁଥିବାରୁ ସ୍ଥାନୀୟ ଲୋକେ ସବରେଜିଷ୍ଟ୍ରି ଅଫିସ ଯିବାକୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ୧୯୯୯ ମସିହାରୁ ସରକାର କୋଡ଼ିଙ୍ଗା ଏବଂ ମାଛକୁଣ୍ଡକୁ ସବ ରେଜିଷ୍ଟ୍ରି ଖୋଲିବା ପାଇଁ ଘୋଷଣା କରିଥିଲେ । ହେଲେ ମାଛକୁଣ୍ଡରେ ସବ ରେଜିଷ୍ଟ୍ରି ଅଫିସ ଖୋଲିଥିବା ବେଳେ କୋଡ଼ିଙ୍ଗାରେ ବର୍ତ୍ତମାନ ସୁଦ୍ଧା ଖୋଲିପରିନାହିଁ । ଏନେଇ ମଧ୍ୟ ଦାବି କରାଯାଇଛି ।

ବିକାଶ ପରିଷଦ ପକ୍ଷରୁ ପ୍ରଥମେ ହାତରେ ପ୍ଲାଗ କାର୍ଡ ଧରି ସହର ପରିକ୍ରମା କରାଯାଇଥିଲା । ସହର ପରିକ୍ରମା ପରେ ଦୁର୍ଗାପୂଜା ମଣ୍ଡପ ନିକଟରେ ଧାରଣାରେ ବସିଥିଲେ । ଯଦି ଆଗାମୀ ସପ୍ତାହ ମଧ୍ୟରେ ଦାବି ପୂରଣ ନହୁଏ ତେବେ ପ୍ରତିବାଦ ତୀବ୍ରତର କରାଯିବ ଏବଂ ଆମରଣ ଅନଶନ କରାଯିବା ନେଇ ବିକାଶ ପରିଷଦ ତରଫରୁ ଚେତାବନୀ ଦିଆଯାଇଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ - ପ୍ରତୀକ ଧର୍ମଘଟ
ଫର୍ମାଟ - ଏଭିଓ, ୨୮/୧୧/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
-----------------------------------------------------------
ଆଙ୍କର - ତିନି ଦଫା ଦାବି ନେଇ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ କୋଡ଼ିଙ୍ଗା ଅଞ୍ଚଳ ବିକାଶ ପରିଷଦ ର ଅନିର୍ଦ୍ଧିଷ୍ଟ କାଳ ପ୍ରତୀକ ଧର୍ମଘଟ । କୋଡ଼ିଙ୍ଗା ଠାରେ ସବଟ୍ରେଜେରୀ ସ୍ଥାପନ, କୋଡ଼ିଙ୍ଗା ଠାରେ ଯୁକ୍ତ ତିନି କଲେଜ ସ୍ଥାପନ, କୋଡ଼ିଙ୍ଗା ଠାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ ଦାବି ନେଇ କୋଡ଼ିଙ୍ଗା ଅଞ୍ଚଳ ବିକାଶ ପରିଷଦ ପକ୍ଷରୁ କୋଡ଼ିଙ୍ଗା ଦୁର୍ଗା ମଣ୍ଡପ ନିକଟରେ ଧାରଣା ଦିଆଯାଇଛି । ସ୍ଥାନୀୟ ଅଞ୍ଚଳର ଛାତ୍ର ଛାତ୍ରୀ ମାନଙ୍କ ପାଇଁ କୋଡ଼ିଙ୍ଗା ମହାବିଦ୍ୟାଳୟ ହିଁ ଉଚ୍ଚଶିକ୍ଷା ପାଇଁ ଏକ ମାତ୍ର ମାଧ୍ୟମ ଥିବାବେଳେ କିନ୍ତୁ କୋଡ଼ିଙ୍ଗା କଲେଜ ରେ କେବଳ କନିଷ୍ଠ ମହାବିଦ୍ୟାଳୟ ହୋଇରହିଯାଇଛି ଯୁକ୍ତ ତିନି କଲେଜ ନଥିବାରୁ ଛାତ୍ର ଛାତ୍ରୀ ମାନେ ନବରଙ୍ଗପୁର ଯାଇ ଶିକ୍ଷା ଗ୍ରହଣ କରିବା ସମ୍ଭବପର ହୋଇପାରୁନାହିଁ । ଯାହାଫଳରେ ଛାତ୍ର ଛାତ୍ରୀ ଙ୍କ ଉଚ୍ଚ ଶିକ୍ଷା ସ୍ୱପ୍ନ ଅଧୁରା ହୋଇରହିଯାଉଥିବା ବିକାଶ ପରିଷଦ ପକ୍ଷରୁ କୁହାଯାଇଛି ତେଣୁ ଉଚ୍ଚ ଶିକ୍ଷା ରେ ଉନ୍ନତି ଆଣିବା ପାଇଁ କୋଡ଼ିଙ୍ଗା କଲେଜ ରେ ଯୁକ୍ତ ତିନି କଲେଜ ଖୋଲିବା ପାଇଁ ଦାବି କରାଯାଇଛି । ଅପରପକ୍ଷରେ କୋଡ଼ିଙ୍ଗା ରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ନଥିବାରୁ ରୋଗୀ ଜିଲ୍ଲା ସଦର ମହକୁମା ଉପରେ ନିର୍ଭରଶୀଳ ହେଉଛନ୍ତି । କୋଡ଼ିଙ୍ଗା ଠାରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆବଶ୍ୟକୀୟ ସୁବିଧା ସୁଯୋଗ ଅଭାବରୁ ଉପଯୁକ୍ତ ଚିକିତ୍ସା ଅଭାବ ରୁ ଅନେକ ସମୟରେ ରୋଗୀ ଙ୍କୁ ମୃତ୍ୟୁ ମୁଖର ସମ୍ମୁଖୀନ ହେବାକୁ ପଡୁଛି । ଏଣୁ କୋଡ଼ିଙ୍ଗା ଠାରେ ଥିବା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ ନିମନ୍ତେ ଦାବି କରିଛି କୋଡ଼ିଙ୍ଗା ବିକାଶ ପରିଷଦ । ଜିଲ୍ଲା ସଦର ମହକୁମା ଠାରୁ କୋଡ଼ିଙ୍ଗା ର ଦୂରତା ଅଧିକ ରହୁଥିବାରୁ ସ୍ଥାନୀୟ ଲୋକେ ସବରେଜିଷ୍ଟ୍ରି ଅଫିସ ନ ଥିବାରୁ ନାନା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ୧୯୯୯ ମସିହାରୁ ସରକାର କୋଡ଼ିଙ୍ଗା ଏବଂ ମାଛକୁଣ୍ଡ କୁ ସବ ରେଜିଷ୍ଟ୍ରି ଖୋଲିବା ପାଇଁ ଘୋଷଣା କରିଥିଲେ ମାଛକୁଣ୍ଡ ଠାରେ ସବ ରେଜିଷ୍ଟ୍ରି ଅଫିସ ଖୋଲିଥିବା ବେଳେ କିନ୍ତୁ କୋଡ଼ିଙ୍ଗା ଠାରେ ବର୍ତ୍ତମାନ ସୁଦ୍ଧା ଖୋଲିପରିନାହିଁ । ଏଣୁ କୋଡ଼ିଙ୍ଗା ଠାରେ ଯଥାଶୀଘ୍ର ସବ ରେଜିଷ୍ଟ୍ରି ଅଫିସ ଖୋଲିବା ପାଇଁ ବିକାଶ ପରିଷଦ ଦାବି କରିଛି । କୋଷାଗୁମୁଡ଼ା ବ୍ଲକ ର ଅଧ୍ୟକ୍ଷା, ଉପାଧ୍ୟକ୍ଷ , ଦଳମତ ନିର୍ବିଶେଷରେ ବ୍ଲକ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଆନ୍ଦୋଳନ ରେ ସାମିଲ ହୋଇଥିଲେ । ବିକାଶ ପରିଷଦ ପକ୍ଷରୁ ପ୍ରଥମେ ହାତରେ ପ୍ଲାଗ କାର୍ଡ ଧରି ସହର ପରିକ୍ରମା କରାଯାଇଥିଲା । ସହର ପରିକ୍ରମା ପରେ ଦୁର୍ଗାପୂଜା ମଣ୍ଡପ ନିକଟରେ ଧାରଣାରେ ବସିଥିଲେ । ଯଦି ଆଗାମୀ ସପ୍ତାହକ ମଧ୍ୟରେ ଯଦି ଦାବି ପୂରଣ ନ ହେଲେ ଦାବି ହାସଲ ନିମନ୍ତେ ପ୍ରତିବାଦ ତୀବ୍ରତର କରାଯିବ ଏବଂ ଆମରଣ ଅନଶନ କରାଯିବା ନେଇ ବିକାଶ ପରିଷଦ ତରଫରୁ ଚେତାବନୀ ଦିଆଯାଇଛି ।Body:Tapan Kumar Bissoyi Conclusion:NABARANGPUR

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.