ETV Bharat / state

କୋଡ଼ିଙ୍ଗା ହାଜତ ମୃତ୍ୟୁ ମାମଲା: ପୂର୍ବତନ ସାଂସଦ ରାଜ୍ୟପାଳଙ୍କୁ ଦେଲେ ଦାବିପତ୍ର - ନବରଙ୍ଗପୁର ପୂର୍ବତନ ସାଂସଦ ବଳଭଦ୍ର ମାଝୀ

କୋଡ଼ିଙ୍ଗା ହାଜତ ମୃତ୍ୟୁ ମାମଲାକୁ ନେଇ ନବରଙ୍ଗପୁର ପୂର୍ବତନ ସାଂସଦ ବଳଭଦ୍ର ମାଝୀଙ୍କ ପ୍ରତିକ୍ରିୟା । ଉକ୍ତ ମାମଲାକୁ ନେଇ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ପୂର୍ବତନ ସାଂସଦ। ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଘଣ୍ଟ ଘୋଡାଉଥିବା ଅଭିଯୋଗ କରିଛନ୍ତି ସେ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Jul 30, 2019, 9:07 PM IST

ନବରଙ୍ଗପୁର: କୋଡ଼ିଙ୍ଗା ହାଜତ ମୃତ୍ୟୁ ମାମଲାକୁ ନେଇ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ପୂର୍ବତନ ସାଂସଦ। ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି ଏହି ଦାବିପତ୍ର । ଘଟଣାର ମୁଖ୍ୟ ଦୋଷୀ ବିରୋଧରେ ରାଜ୍ୟସରକାର କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ପୂର୍ବତନ ସାଂସଦ ବଳଭଦ୍ର ମାଝୀ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଦାବିପତ୍ର ଅନୁଯାୟୀ କୋଡ଼ିଙ୍ଗା ହାଜତ ମୃତ୍ୟୁ ମାମଲାରେ ରାଜ୍ୟ ସରକାର ମୃତକଙ୍କ ପରିବାରଙ୍କୁ ସାହାଯ୍ୟ କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରୁନାହାଁନ୍ତି । ଏହାସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଘଣ୍ଟ ଘୋଡାଉଥିବା ଅଭିଯୋଗ କରିଛନ୍ତି । ଉକ୍ତ ମାମଲାରେ ସେ ମୃତକ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ।

ସେପଟେ ପରିବାରର ଜଣକୁ ସରକାରୀ ଚାକିରୀ ଯୋଗାଇ ଦେବେ ନଚେତ ମାସିକ ପାଞ୍ଚ ହଜାର ଟଙ୍କା ଦେବା ପାଇଁ ଦାବି କରିଛନ୍ତି । ଉକ୍ତ ମାମଲାରେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ ୩୦୨ ଦଫାରେ ମାମଲା ଦାୟର କରିବା ପାଇଁ ଦାବି କରାଯାଛି । ଜିଲ୍ଲା ବିଜେପିର ପ୍ରତିନିଧି ମଣ୍ଡଳୀଙ୍କ ସହ ସାମିଲ ହୋଇ ପୂର୍ବତନ ସାଂସଦ ବଳଭଦ୍ର ମାଝୀ ଜିଲ୍ଲାପାଳଙ୍କୁ ଉକ୍ତ ଦାବିପତ୍ର ପ୍ରଦାନ କରିଥିଲେ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ - କୋଡ଼ିଙ୍ଗା ହାଜତ ମୃତ୍ୟୁ କୁ ନେଇ ପୂର୍ବତନ ସାଂସଦ ଙ୍କ ରାଜ୍ୟପାଳ ଙ୍କୁ ଦାବିପତ୍ର ପ୍ରଦାନ
ଫର୍ମାଟ - ଏଭିଓ, ୩୦/୦୭/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
------------------------------------------------------
ଆଙ୍କର -- କୋଡ଼ିଙ୍ଗା ହାଜତ ମୃତ୍ୟୁ ମାମଲା କୁ ନେଇ ରାଜ୍ୟପାଳ ଙ୍କୁ ଦାବିପତ୍ର ପ୍ରଦାନ କଲେ ପୂର୍ବତନ ସାଂସଦ । ଜିଲ୍ଲାପାଳ ଙ୍କ ଜରିଆରେ ପ୍ରଦାନ କରାଯାଇଥିବା ଏହି ଦାବିପତ୍ର ରେ କୋଡ଼ିଙ୍ଗା ହାଜତ ମୃତ୍ୟୁ ମାମଲାରେ ରାଜ୍ୟ ସରକାର ମୃତକ ଙ୍କ ପରିବାର ଙ୍କୁ ସାହାଯ୍ୟ କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ବେଳେ କିନ୍ତୁ ଦୋଷୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଘଣ୍ଟ ଘୋଡାଉଥିବା ଅଭିଯୋଗ କରିଛନ୍ତି । ଏହି ମାମଲାରେ ମୃତକ ପରିବାର କୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା କୁ ଦାବି କରିଛନ୍ତି । ଏହାସହ ପରିବାର ର ଜଣକୁ ସରକାରୀ ଚାକିରୀ ଯୋଗାଇଦେବା ନଚେତ ମାସିକ ପାଞ୍ଚ ହଜାର ଟଙ୍କା ଦେବା ପାଇଁ ଦାବି କରିଛନ୍ତି । ଏହି ମାମଲାରେ ସମ୍ପୃକ୍ତ ପୋଲିସ କର୍ମଚାରୀ ଙ୍କ ବିରୋଧରେ ୩୦୨ ଦଫାରେ ମାମଲା ଦାୟର କରିବା ପାଇଁ ଦାବି କରିଛନ୍ତି । ଜିଲ୍ଲା ବିଜେପି ର ପ୍ରତିନିଧି ମଣ୍ଡଳୀ ଙ୍କ ସହ ସାମିଲ ହୋଇ ପୂର୍ବତନ ସାଂସଦ ବଳଭଦ୍ର ମାଝୀ ଜିଲ୍ଲାପାଳ ଙ୍କୁ ଉକ୍ତ ଦାବିପତ୍ର ପ୍ରଦାନ କରିଥିଲେ ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.