ETV Bharat / state

କୋରୋନା ସହାୟତା: ଝରିଗାଁ ବିଧାୟକ ଦେଲେ ୨୦ ଲକ୍ଷ

କୋରୋନା ମୁକାବିଲା ପାଇଁ ନବରଙ୍ଗପୁର ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଉନ୍ନତି ପାଇଁ ନିଜ ବିଧାୟକ ପାଣ୍ଠିରୁ ୨୦ ଲକ୍ଷ ଟଙ୍କା ଦେବା ନେଇ ଘୋଷଣା କଲେ ଝରିଗାଁ ବିଧାୟକ ପ୍ରକାଶ ମାଝୀ । ପଢନ୍ତୁୁ ସମ୍ପୂର୍ଣ୍ଣ ଖବର...

ଝରିଗାଁ ବିଧାୟକ ପ୍ରକାଶ ମାଝୀ
ଝରିଗାଁ ବିଧାୟକ ପ୍ରକାଶ ମାଝୀ
author img

By

Published : Mar 29, 2020, 7:59 PM IST

ନବରଙ୍ଗପୁର: ଝରିଗାଁ ବିଧାୟକ ପ୍ରକାଶ ମାଝୀ କୋରୋନା ମୁକାବିଲା ପାଇଁ ନବରଙ୍ଗପୁର ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଉନ୍ନତି ପାଇଁ ନିଜ ବିଧାୟକ ପାଣ୍ଠିରୁ ୨୦ ଲକ୍ଷ ଟଙ୍କା ଯୋଗାଇ ଦେବା ନେଇ ଘୋଷଣା କରିଛନ୍ତି l ଏନେଇ ଏକ ଚିଠି ନବରଙ୍ଗପୁର ଜିଲ୍ଲାପାଳଙ୍କୁ ଲେଖିଛନ୍ତି l ଉକ୍ତ ଅର୍ଥରେ ଜିଲ୍ଲାର କୋରୋନା ମୁକାବିଲା ପାଇଁ ମାନବ ଶକ୍ତି ପାଇଁ ଆବଶ୍ୟକୀୟ ସରଞ୍ଜାମ ସହିତ, ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର, ସହାୟକ କିଟ କ୍ରୟ କରାଯିବାକୁ କହିଛନ୍ତି l

Prakash majhi donate 20 laksh rupee
କୋରୋନା ପାଇଁ ଝରିଗାଁ ବିଧାୟକଙ୍କ ୨୦ ଲକ୍ଷ ଟଙ୍କା ଘୋଷଣା

ରୋଗୀଙ୍କ ପାଇଁ ଆମ୍ବୁଲାନ୍ସର ବ୍ୟବସ୍ଥା କରିବା ସହ ପାଇଖାନା ନିମନ୍ତେ ଖର୍ଚ୍ଚ କରିବା ପାଇଁ କହିଛନ୍ତି । ସ୍ବାସ୍ଥ୍ୟ କର୍ମଚାରୀମାନଙ୍କ ପାଇଁ ଆବଶ୍ୟକ ସୁରକ୍ଷା କିଟ ସ୍ବାସ୍ଥ୍ୟ ବିଭାଗ ଯୋଗାଇ ପାରୁନଥିବା ନେଇ ବିଭିନ୍ନ ମହଲରେ ଅଭିଯୋଗ ହୋଇ ଆସୁଥିବା ବେଳେ ବିଧାୟକଙ୍କ ଏହି ପାଣ୍ଠି ଘୋଷଣା ପରେ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀ ଆଶ୍ବସ୍ତି ଲାଭ କରିଛନ୍ତି l ବିଧାୟକ ମାଝୀଙ୍କ ଏହି ଘୋଷଣା ପରେ ତାଙ୍କୁ ଜିଲ୍ଲାବାସୀ ଏବଂ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କର୍ମଚାରୀମାନେ କୃତଜ୍ଞତା ଜଣାଇଛନ୍ତି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.