ନବରଙ୍ଗପୁର: ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି । ଏହି ଅବସରରରେ ମହିଳା ମାନଙ୍କୁ ପ୍ରଦାନ କରାଯାଇଥିବା ବିଭିନ୍ନ ଆଇନ ଓ ସହାୟତା ସମ୍ପର୍କରେ ଆଲୋଚନା କରାଯାଇଥିଲା ।
ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ନବରଙ୍ଗପୁରସ୍ଥିତ ରଙ୍ଗମାଟିଗୁଡା ପ୍ରାଥମିକ ବିଦ୍ୟାଳୟରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାଜଜ ପ୍ରଣୟ କୁମାର ଦାସ ଯୋଗ ଦେଇଥିଲେ l ଏହି ଶିବିରରେ ମହିଳା ମାନଙ୍କ ନିମନ୍ତେ ପ୍ରଣୀତ ବିଭିନ୍ନ ଆଇନ ସମ୍ପର୍କରେ ଆଲୋଚନା କରାଯାଇଥିଲା l ପୀଡିତାଙ୍କ ନିମନ୍ତେ ଆର୍ଥିକ ସହାୟତା ବ୍ୟବସ୍ଥା, କର୍ମ କ୍ଷେତ୍ରରେ ମହିଳା ମାନଙ୍କୁ ଯୌନ ନିର୍ଯାତନାରୁ ସୁରକ୍ଷା, ଶିଶୁ ମାନଙ୍କୁ ଯୌନ ନିର୍ଯାତନାରୁ ସୁରକ୍ଷା ସମ୍ପର୍କିତ ଆଇନ ବିଷୟରେ ଆଲୋଚନା କରାଯାଇଛି l
ଏହି ବୈଠକରେ ଅନ୍ୟତମ ଅତିଥି ଭାବେ ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ଶ୍ରୀଯୁକ୍ତ ରାଜକୁମାର ଦାସ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦକ ପ୍ରସନ୍ନ କୁମାର ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ, ଆଇନଜୀଵୀ ଏନ. ଅହମଦ ଓ ଜୋତ୍ସ୍ନା କୁମାରୀ ମିଶ୍ର ଏବଂ ରଙ୍ଗମାଟିଗୁଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଗ୍ରାମର ଶତାଧିକ ମହିଳା ଯୋଗଦେଇଥିଲେ । ଏହି ସଭାକାର୍ଯ୍ୟକୁ ପ୍ରସନ୍ନ କୁମାର ବେହେରା ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ l
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ