ETV Bharat / state

ଦାଉ ସାଜୁଛି ରୋଗ ପୋକ, ଚାଷୀ ମୁଣ୍ଡରେ ଚଡକ - ଧାନଚାଷରେ ରୋଗ ପୋକ

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକର କୋଂଡେଙ୍ଗାରେ ହଜାର ହଜାରଏକର ଧାନଚାଷରେ ପୋକ ଲାଗି ନଷ୍ଟ ହୋଇଯାଇଛି । ରଣ ଆଣି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ । ଅଧିକ ଖବର ପଢନ୍ତୁ...

ଫଟୋ ସୌଜନ୍ୟ: ସୌଜନ୍ୟ: ସମ୍ବାଦଦାତା ନବରଙ୍ଗପୁର
author img

By

Published : Sep 26, 2019, 4:30 AM IST

ନବରଙ୍ଗପୁର: ଜିଲ୍ଲାରେ ଚାଷୀଙ୍କ ପିଛା ଛାଡୁନି ଦୁର୍ଦ୍ଧଶା । ଗୋଟିଏ ପରେ ଗୋଟିଏ ଦୁଃଖ ଚାଷୀଙ୍କ ମେରୁଦଣ୍ଡ ଦୋହୋଲାଇ ଦେଉଛି । ତେବେ ପୂର୍ବରୁ ଫୋନି ବାତ୍ୟାରେ ନଷ୍ଟ ଫସଲର କରଜ ଶୁଝିନଥିବା ଚାଷୀଙ୍କୁ ପୁଣି ଚିନ୍ତାରେ ପକାଇଛି ରୋଗ ପୋକ । ତେବେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକର କୋଂଡେଙ୍ଗାରେ ହଜାର ହଜାରଏକର ଧାନଚାଷରେ ପୋକ ଲାଗି ନଷ୍ଟ ହୋଇଯାଇଛି । ଚାଷୀଙ୍କ କହିବା ଅନୁସାରେ ଧାର,ଉଧାର ରୁଣ ଆଣି ସେମାନେ ଏହି ଚାଷ କରିଛନ୍ତି । ବର୍ତ୍ତମାନ ରୋଗ ପୋକ ଦାଉରେ ଫସଲ ନଷ୍ଟ ହେବାକୁ ବସିଥିବା ବେଳେ ଋଣ କିଭଳି ପରିଶୋଧ କରିବେ ସେନେଇ ମୁଣ୍ଡରେ ହାତଦେଇ ବସିଛି ଚାଷୀ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ନବରଙ୍ଗପୁର

ଗତ କିଛିଦିନ ପୋକ ଲାଗିବାର ଚାଷୀ ଦେଖୀ କୃଷି ଅଧିକାରୀଙ୍କୁ ଜଣାଇଥିଲେ। ଔଷଧ ସିଞ୍ଚନ କଲେ ଏହାର ପ୍ରତିକାର ହୋଇପାରିବ ବୋଲି ଭାବୁଥିଲେ । କିନ୍ତୁ କୌଣସି ଔଷଧ କାମ କରୁନାହଁ । ଏପଟେ ରୋଗ ପୋକ ଦିନକୁ ଦିନ ହଜାର ହଜାର ଏକର ଧାନଚାଷ ନଷ୍ଟ କରୁଛନ୍ତି । ଏପଟେ ୧୫ ଦିନ ଭିତରେ ଗୁଡାଏ ଧାନଜମି ନଷ୍ଟ ହୋଇଗଲାଣି ।

ଏନେଇ କୃଷି ଅଧିକାରୀ ଓ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଫାଇଦା ମିଳିନାହିଁ । ତେବେ ସରକାର ଏହାର ଉପରେ ତୁରନ୍ତ ନିଷ୍ପତ୍ତି ନେଇ ଆମମାନଙ୍କୁ କ୍ଷତି ପୂରଣ ଯୋଗାଇ ଦେଲ ଆମେ ରୁଣ ମୁକ୍ତ ହୋଇପାରିବୁ । ନହେଲେ ଆମ ପରିବାର ଭୋକ ଉପାସରେ ମରିଯିବ ବୋଲି ଚାଷୀମାନେ ଆକୁଳ ନିବେଦନ କରିଛନ୍ତି। ଏପଟେ ଘଟଣା ଉପରେ ଜିଲ୍ଲାପାଳ ଦୃଷ୍ଟି ଦେବା ପାଇଁ କୋଷାଗୁମୁଡା ବ୍ଲକର ବୁଦ୍ଧିଜୀବୀ ମାନେ ଅନୁରୋଧ କରିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ- ହଜାର ହଜାର ଏକର ଧାନଚାଷ ରେ ପୋକଲାଗି ନଷ୍ଟ , ଚିନ୍ତାରେ କୋଷାଗୁମୁଡା ବ୍ଲକର ଚାଷୀ ।
ଫର୍ମାଟ - ଏଭିଵିବି ୨୫/୦୯/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
--------------------------------------------------------------
ଆଙ୍କର :- ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକର କୋଂଡେଙ୍ଗା ଓ କୋଷାଗୁମୁଡା ହଜାର ହଜାରଏକର ଧାନଚାଷ ରେ ପୋକ ଲାଗି ନଷ୍ଟ ହୋଇଯାଇଛି ,ଚିନ୍ତାରେ ଚାଷୀ । ଚାଷୀ କହିବା ଅନୁସାରେ ଧାର,ଉଧାର ରୁଣ ଆଣି ଚାଷ କରିଛନ୍ତି । ବର୍ତ୍ତମାନ ଚାଷୀ ଋଣ କିଭଳି ଚାଷ ରୁଣ ପରିଷଦ କରିବେ ଏନେଇ ମୁଣ୍ଡରେ ହାତ ଦେଇ ଚିନ୍ତା ରେ ବସିଛନ୍ତି ।ଗତ କିଛିଦିନ ପୋକ ଲାଗିବାର ଚାଷୀ ଦେଖୀ କୃଷି ଅଧିକାରୀ ଙ୍କୁ ଜଣେଇ ଥିଲେ । ଔଷଧ ସିଞ୍ଚନ କଲେ ଏହାର ପ୍ରତିକାର ହୋଇପାରିବ ବୋଲି ଭାବୁଛି । କିନ୍ତୁ କୌଣସି ଔଷଧ କାମ କରୁନାହଁ । ବର୍ତ୍ତମାନ ଧାନଚାଷ ନଷ୍ଟ ହେଲା ପରେ ଚାଷ ଜମି ଉପେର ଏହାର ପ୍ରଭାବ ପଡିବ । ବର୍ତ୍ତମାନ ଚାଷୀ କୂଳରେ ଚିନ୍ତା ଏହି ପୋକ ଦିନକୁ ଦିନ ହଜାର ହଜାର ଏକର ଧାନଚାଷ ନଷ୍ଟ କରୁଛନ୍ତି । ସେଭଳି ଆଖ ପାଖ ଧାନଜମି ମଳିବାରେ ଲାଗୁଛି ଏହି ପୋକ । ୧୫ ଦିନ ଭିତରେ ଗୁଡାଏ ଧାନଜମିରେ ନଷ୍ଟ ହୋଇଗଲାଣି । ଚାଷୀ କହୁଛନ୍ତି ଔଷଧ ସିଞ୍ଚନ କଲେ ମଧ୍ୟ କୌଣସି ପ୍ରତିକାର ହେଇପାରୁ ନାହିଁ ।ଏହି ଧାନଚାଷ ନଷ୍ଟ ହେବାରୁ ଲିଖିତ ଅଭିଯୋଗ , କୃଷି ଅଧିକାରୀ, ବିଡ଼ିଓ, ଜଣାଇଛୁ ବୋଲି କହିଛନ୍ତି । ସରକାର ଏହାର ଉପେରେ ତୁରନ୍ତ ନିଷ୍ପତ୍ତି ନେଇ ଆମ ମାନଙ୍କୁ କ୍ଷତି ପୁରାଣ ଯୋଗେଇ ଦେଲ ଆମେ ରୁଣ ମୁକ୍ତ ହୋଇପାରିବୁ । ନ ହେଲେ ଆମେ ବଞ୍ଚିବୁ କେମିତି , ପରିବାର କିଭଳି ଚଳେଇବୁ ,ପିଲ୍ଲା ମାନଙ୍କ ଭବିଷ୍ୟତ କିଭଳି ଗୋଡିବୁ । କିମ୍ବା ଜିଲ୍ଲାପାଳ ଏହା ପତି ଦୁଷ୍ଟି ଦେବା ପାଇଁ କୋଷାଗୁମୁଡା ବ୍ଲକର ବୁଦ୍ଧିଜୀବୀ ମାନେ ଅନୁରୋଧ କରିଛନ୍ତି ।

ବାଇଟ -୧- ଚାଷୀ ବାଇଟ-୨- ବଳରାମ ଲେଙ୍କା ( କୃଷି ଅଧିକାରୀ )Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.