ETV Bharat / state

ନବରଙ୍ଗପୁରର ‘ଧନମତି’: ସ୍ବାବଲମ୍ୱୀ ହେବି, ସାମାଜିକ ଦୂରତା ରଖିବି - Indigenous women consider social distance

କୋରୋନା ଯୋଗୁଁ ଦୀର୍ଘଦିନ ଧରି ଦେଶରେ ତାଲାବନ୍ଦ ରହିଛି । ଯାହାଫଳରେ ଦେଶର ଆର୍ଥିକ ସ୍ଥିତି ଭୁସୁଡିବାକୁ ବସିଲାଣି । ମାତ୍ର ଧିରେ ଧିରେ ଅଣ୍ଟା ସଳଖି ଛିଡା ହେବାକୁ ଚେଷ୍ଟା କରି ନିଜ ଜଣେ ଆଦିବାସୀ ମହିଳା ନିଜର ଜୀବିକା ନିର୍ବାହ କରିବା ସହ ସାମାଜିକ ଦୂରତ୍ବକୁ ମଧ୍ୟ ଗୁରୁତ୍ବ ଦେବା ଏବେ ସମସ୍ତଙ୍କ ପାଇଁ ଉଦାହରଣ ।

nabarangapur
ସାମାଜିକ ଦୂରତା ମାନୁଛନ୍ତି ଆଦିବାସୀ ମହିଳା
author img

By

Published : May 31, 2020, 9:56 PM IST

ନବରଙ୍ଗପୁର: ମହାମାରୀ ମହାସଙ୍କଟ କୋରୋନା ଯୋଗୁଁ ଦେଶରେ ଦିକକୁ ଦିନ ବୃଦ୍ଧି ପାଉଛି ମୃତକଙ୍କ ସଂଖ୍ୟା । ଅନ୍ୟପଟେ ଦୀର୍ଘଦିନ ଧରି ତାଲାବନ୍ଦ ଯୋଗୁଁ ସାରା ବିଶ୍ବରେ ଦେଖାଦେଇଛି ଆର୍ଥିକ ମାନ୍ଦାବସ୍ଥା । ଉଜୁଡି ଯାଇଛି ଜୀବନ ଓ ଜୀବିକା । ଆଉ ଏଭଳି ପରିସ୍ଥିତିରେ କୌଳିକ ବୃତ୍ତିକୁ ଆଗକୁ ବଢ଼ାଇ ବଞ୍ଚିବା ଶିଖୁଛନ୍ତି ଆଦିବାସୀ। ଗୋଟିଏ ପଟେ ସରକାରଙ୍କ କୋରୋନା ନିୟମ ମାନି ଚଳୁଛନ୍ତି, ଆଉ ଅନ୍ୟପଟେ ନିଜର ଜୀବିକା ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଛନ୍ତି । ସେଭଳି ଜଣେ ଆଦିବାସୀ ମହିଳା ହେଲେ ନବରଙ୍ଗପୁର ଜିଲ୍ଲାର ଧନମତି ଭତ୍ରା ।

ସାମାଜିକ ଦୂରତା ମାନୁଛନ୍ତି ଆଦିବାସୀ ମହିଳା

ଆଦିବାସୀ ଅଧ୍ୟୁଷିତ ଅଖ୍ୟାତ ପଲ୍ଲୀର ଏହି ମହିଳା ଜଣକ ହେଲେ ଧନମତି ଭତ୍ରା । ପାପଡାହାଣ୍ଡି ଠାରୁ କୋଷାଗୁମୁଡା ଯିବା ମୁଖ୍ୟରାସ୍ତା କଡରେ ତାଙ୍କ ପରିବା ଦୋକାନ । ପନିପରିବା ବିକ୍ରି କରି ପିଲାମାନଙ୍କୁ ମଣିଷ କରିବାକୁ ସ୍ବପ୍ନ ନେଇ ଧନମତି ନିଜ ଜମିରେ ଫଳାଇଛନ୍ତି ପନିପରିବା । ଉଠା ଦୋକାନ ଚାରିପଟେ ତାର ବାଡ଼ ଦେବା ସହ ଗ୍ରାହକଙ୍କୁ ସାଧାସଳଖ ହାତରେ ନଦେଇ ବାଡି ସାହାଯ୍ୟରେ ଗ୍ରାହକଙ୍କୁ ବଢାଇ ଦେଉଛନ୍ତି ପରିବା।

ଯାହାକୁ ବେଶ ପ୍ରଶଂସା କରିଛନ୍ତି ନବରଙ୍ଗପୁର ଜଣେ ବାସିନ୍ଦା । ମହାମାରୀ କୋରୋନା ପାଇଁ ସଚେତନତା ବାର୍ତ୍ତା ଦେଇ ବିପୁଳ ଅର୍ଥ ବ୍ୟୟ କରୁଥିବା ବେଳେ ଏହି ଲଢେଇରେ ଧନମତିଙ୍କ ଯୋଗଦାନ ଅସାଧାରଣ । ତାଙ୍କ ପ୍ରୟାସକୁ ସମସ୍ତେ ପ୍ରଶଂସା କରିବା ସହ ଅନୁକରଣ ମଧ୍ୟ କରୁଛନ୍ତି । ସାଧାରଣ ପଲ୍ଲୀର ନିରକ୍ଷର ମହିଳାଙ୍କ ଅସାଧାରଣ ପ୍ରୟାସ ସ୍ଥାନୀୟ ଅଞ୍ଚଳ ପାଇଁ ଉଦାହରଣ ପାଲଟିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୟି, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.