ETV Bharat / state

ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ, ଅଭିଯୁକ୍ତ ସ୍ବାମୀ ଅଟକ

author img

By

Published : Jul 31, 2022, 8:49 PM IST

ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ ! ନବରଙ୍ଗପୁର ରେଙ୍ଗାଭାଟି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଅଭିଯୁକ୍ତ ସ୍ବାମୀ ଅଟକ । ଅଧିକ ପଢନ୍ତୁ

ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ! ଅଭିଯୁକ୍ତ ସ୍ବାମୀ ଅଟକ

ନବରଙ୍ଗପୁର : ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ! ପାରିବାରିକ କଳହର କରୁଣ ପରିଣତି । ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ରେଙ୍ଗାଭାଟି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ମହିଳା ଜଣକ ହେଲେ ଚନ୍ଦ୍ରିକା ଗଣ୍ଡ ।

ସୂଚନା ଅନୁସାରେ,ନବରଙ୍ଗପୁର ଜିଲ୍ଲା ରେଙ୍ଗାଭାଟି ଗାଁର କୁଆଁର ଲାଲଙ୍କ ସ୍ତ୍ରୀ ଚନ୍ଦ୍ରିକା। ସାତଟି ପୁଅଝିଅଙ୍କୁ ତାଙ୍କ ସଂସାର । ହେଲେ ଗତ କିଛି ଦିନ ଧରି ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ ଅଶାନ୍ତି ଲାଗି ରହୁଥିଲା । ଏଥିପାଇଁ ପ୍ରାୟ ଏକ ମାସ ତଳେ ଗ୍ରାମ୍ୟ କମିଟି ଦ୍ବାରା ଆପୋଷ ବୁଝାମଣା ମଧ୍ୟ ହୋଇଥିଲା । ହେଲେ ଆଜି ଚନ୍ଦ୍ରିକାଙ୍କ ବଡ ଝିଅ ଜମିରେ କାମ କରି ଫେରିବା ପରେ ମାଆଙ୍କ କ୍ଷତ ବିକ୍ଷତ ମୃତଦେହ ଘର ନିକଟରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ପରେ ଏନେଇ ଗ୍ରାମବାସୀଙ୍କୁ ଡାକିଥିଲେ । ସେପଟେ,ଚନ୍ଦ୍ରିକାଙ୍କୁ ହତ୍ୟା କରାଯାଇଥିବା ନେଇ ରାଇଘର ଥାନାରେ ଏକ ମାମଲା ରୁଜୁ ହୋଇଛି । ଏତଲାକୁ ଭିତ୍ତି କରି ସ୍ବାମୀ କୁଆଁର ଲାଲଙ୍କୁ ଅଟକ ରଖିଛି ପୋଲିସ । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଇଟିଭି ଭାରତ,ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.