ETV Bharat / state

ପଣସ ଖାଇ ଫେରାର ଭାଲୁ, ବନବିଭାଗ କର୍ମଚାରୀ ଜଳକା - nandahandi bear escape

ଗତକାଲି ଏକ ଭାଲୁ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଦହଣା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅଣ୍ଟାସର ଗାଁରେ ଏକ ନିର୍ମାଣାଧିନ ଘରେ ନିଜର ଦୁଇ ଛୁଆ ସହିତ ପଶିଯାଇଥିଲା । ବନ ବିଭାଗ କର୍ମଚାରୀ ଉଦ୍ଧାର ପାଇଁ ଘଟଣା ସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଭାଲୁ ସେଠାରୁ ଚାଲିଯାଇଥିଲା । ଅଧିକ ପଢନ୍ତୁ...

ପଣସ ଖାଇ ଫେରାର ଭଲୁ, ବନବିଭାଗ କର୍ମଚାରୀ ନିରାଶ

author img

By

Published : Aug 1, 2021, 7:23 PM IST

ନବରଙ୍ଗପୁର: ଗ୍ରାମବାସୀ ଦେଇଥିବା ପଣସ ଖାଇ ଜଙ୍ଗଲକୁ ଚାଲିଗଲା ଭାଲୁ । ଉଦ୍ଧାର ପାଇଁ ଥିବା ବନ କର୍ମଚାରୀଙ୍କୁ ଶେଷରେ ନିରାଶ ହେବାକୁ ପଡିଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଦହଣା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅଣ୍ଟାସର ଗାଁରେ ।

ପଣସ ଖାଇ ଫେରାର ଭଲୁ, ବନବିଭାଗ କର୍ମଚାରୀ ନିରାଶ

ଗ୍ରାମରେ ଦୀର୍ଘ ଦିନ ଧରି ଭାଲୁ ଆତଙ୍କ ଲାଗି ରହିଥିଲା । ଜଙ୍ଗଲକୁ ଲାଗି ରହିଥିବା ଏହି ଗ୍ରାମରେ ସନ୍ଧ୍ୟା ନଇଲେ ଭାଲୁ ଖାଦ୍ୟ ଅନ୍ୱେଷଣ ପାଇଁ ଗାଁ ମୁହାଁ ହୋଇଥା’ନ୍ତି । ପ୍ରତ୍ୟେକ ଦିନ ଭଳି ଏକ ମା’ ଭାଲୁ ଦୁଇଟି ଛୁଆକୁ ସାଥିରେ ଧରି ଗାଁ ଭିତରକୁ ଆସିଥିଲା। କିନ୍ତୁ ବର୍ଷା ହେବା ଫଳରେ ଆଉ ଜଙ୍ଗଲକୁ ଫେରି ନପାରି ଗାଁ ରାସ୍ତା ପାର୍ଶ୍ଵରେ ଥିବା ଏକ ନିର୍ମାଣଧୀନ ଘର ଭିତରେ ପଶିଯାଇଥିଲା । ମା’ ଭାଲୁ ସହ ଦୁଇଟି ଛୁଆ ଭାଲୁ ରହିଥିବା ବେଳେ ଏହାକୁ ନେଇ ଲୋକେ ଆତଙ୍କିତ ହୋଇପଡିଥିଲେ । ରାସ୍ତା କଡ଼ରେ ଘରଟି ଥିବାରୁ ଏବଂ ସେହି ରାସ୍ତା ଦେଇ ଲୋକମାନେ ଯାତାୟତ କରୁଥିବାରୁ ସମସ୍ତେ ଅଧିକ ଭୟଭୀତ ହୋଇ ଯାଇଥିଲେ।

ଖବର ପାଇ ଘଟଣା ସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ଅନୁଧ୍ୟାନ ଆରମ୍ଭ କରିଥିଲେ । ଭାଲୁ ମାନେ ଏପର୍ଯ୍ୟନ୍ତ କାହାକୁ କୌଣସି କ୍ଷତି ପହଞ୍ଚାଇ ନଥିବାବେଳେ ଗାଁ ନିକଟରେ ଜଙ୍ଗଲ ଥିବାରୁ ସବୁବେଳେ ଭାଲୁମାନଙ୍କ ଏପରି ଚଳପ୍ରଚଳ ହୋଇଥାଏ । ତିନୋଟି ଭାଲୁ ଏକ ନିର୍ମାଣଧିନ ଗୃହ ଭିତରେ ପଶିଥିବା ଗାଁ ଲୋକେ ଦେଖିଥିଲେ । ଏହାପରେ ଘଟଣା ସ୍ଥଳରେ ଭାଲୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗିବାରୁ ଭାଲୁମାନେ ଆଉ ଘରୁ ବାହାରି ପାରୁନଥିବା ବେଳେ ବନ ବିଭାଗ କର୍ମଚାରୀ ମାନେ ଭାଲୁ ମାନଙ୍କୁ କିଭଳି ସୁରକ୍ଷିତ ଭାବେ ସେ ସ୍ଥାନରୁ ଉଦ୍ଧାର କରିବେ ସେନେଇ ବନବିଭାଗ କର୍ମଚାରୀ ମାନେ ପ୍ରକ୍ରିୟା ଆରମ୍ଭ କରିଥିଲେ ଏବଂ ଘଉଡାଇବା ପାଇଁ ଚେଷ୍ଟା ଜାରି ରଖିଥିଲେ ।

କିଛି ଗ୍ରାମବାସୀ ତୁରନ୍ତ ଭାଲୁ ମାନଙ୍କୁ ସେହି ଘରରୁ ଘଉଡାଇବାକୁ ବନ ବିଭାଗକୁ ଗ୍ରାମବାସୀ ଅନୁରୋଧ କରିଥିଲେ । ବନ ବିଭାଗ କର୍ମଚାରୀ ମାନେ ଉଦ୍ଧାର କାର୍ଯ୍ୟ କରିବା ପାଇଁ ସେହି ଘର ପାଖରେ ଥିବା ଜନବସତିକୁ ଖାଲି କରିବା ପାଇଁ ଲୋକଙ୍କୁ ବୁଝାସୁଝା କରିଥିଲେ । କିଛି ଗ୍ରାମବାସୀ ବନ ବିଭାଗ କର୍ମଚାରୀଙ୍କ କଥାକୁ ନମାନି ଭାଲୁକୁ ଘଉଡାଇବା ପାଇଁ ପଣସ ଖାଇବାକୁ ଦେଇଥିଲେ ।

କିଛି ସମୟ ପରେ ଭାଲୁଟି ଘରରୁ ବାହାରି ପଣସକୁ ଧରି ଜଙ୍ଗଲ ଅଭିମୁଖେ ଚାଲି ଯାଇଥିଲା । ଏହି ସମୟରେ କିନ୍ତୁ, ଭାଲୁ ଛୁଆ ଦୁଇଟି ସେହିପରି ଘର ଭିତରେ ରହିଥିଲେ । କିଛି ସମୟ ପରେ ଭାଲୁ ଛୁଆ ଦୁଇଟି ସେହି ଘରରୁ ବାହାରି ମା’କୁ ଆଖପାଖରେ ନପାଇ ଗାଁ ଭିତରେ ଥିବା ତୋଟା ଅଭିମୁଖେ ଚାଲିଯାଇଥିଲେ । ପରେ ମା’ ଭାଲୁଟି ନିଜ ଛୁଆକୁ ଖୋଜି ଖୋଜି ତୋଟା ଅଭିମୁଖେ ଯାଇଥିଲା ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.