ETV Bharat / state

ସରକାର ଶୁଣିଲେନି, ଗାଁ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ - ପାପଡାହାଣ୍ଡି ବ୍ଲକ ମୈଦଲପୁର ଗ୍ରାମ ପଞ୍ଚାୟତର ଗୁଡୁରିଗୁଡା ଓ ସିରାଗୁଡ଼ା ଗ୍ରାମ

ଆଜିଯାଏଁ ସରକାରଙ୍କ ବିକାଶ ଗାଡି ଗଡିନି ନବରଙ୍ଗପୁରର ଦୁଇଟି ଗ୍ରାମକୁ । ଶେଷରେ ବାଧ୍ୟହୋଇ ପାପଡାହାଣ୍ଡି ବ୍ଲକ ମୈଦଲପୁର ଗ୍ରାମ ପଞ୍ଚାୟତର ଗୁଡୁରିଗୁଡା ଓ ସିରାଗୁଡ଼ା ଗ୍ରାମବାସୀ ନିଜେ ନିର୍ମାଣ କଲେ ରାସ୍ତା ।

govt. scheme fail in nabarangpur
ନବରଙ୍ଗପୁର ଜିଲ୍ଲାରେ ଫେଲ୍ ମାରିଛି ସରକାରୀ ଯୋଜନା
author img

By

Published : Dec 5, 2019, 10:03 PM IST

ନବରଙ୍ଗପୁର: ସ୍ୱାଧୀନତାର ୭୨ ବର୍ଷ ବିତି ଯାଇଥିଲେ ମଧ୍ୟ ସରକାର ଗାଁକୁ ଭଲ ରାସ୍ତା ଟିଏ କରି ପାରିଲେନି । ସରକାରଙ୍କ ବିକାଶ ଗାଡି ବି ଗଡିନି ନବରଙ୍ଗପୁରର ଦୁଇଟି ଗ୍ରାମକୁ । କହିବାକୁ ଗଲେ ସରକାରଙ୍କ ମାଳମାଳ ଯୋଜନା ଏଠି ଫେଲ ୍ ମାରିଛି । ଆମେ କହୁଛୁ ନବରଙ୍ଗପୁର ଜିଲ୍ଲା, ପାପଡାହାଣ୍ଡି ବ୍ଲକ ମୈଦଲପୁର ଗ୍ରାମ ପଞ୍ଚାୟତର ଗୁଡୁରିଗୁଡା ଓ ସିରାଗୁଡ଼ା ଗ୍ରାମ ବିଷୟରେ ।

ନବରଙ୍ଗପୁର ଜିଲ୍ଲାରେ ଫେଲ୍ ମାରିଛି ସରକାରୀ ଯୋଜନା

ଏହି ଗାଁକୁ ପକ୍କା ରାସ୍ତା ନଥିବାରୁ ଆଧୁନିକତାରୁ ବଞ୍ଚିତ ହେଇଛନ୍ତି ଗ୍ରାମବାସୀ । ଭତ୍ତା, ଚାଉଳ, କିରୋସିନୀ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ୭ କିଲୋମିଟର ଦୁରରେ ଥିବା ମୈଦଲପୁର ପଞ୍ଚାୟତକୁ ନିର୍ଭର କରିଥାନ୍ତି । ପ୍ରଶାସନ ଓ ରାଜନେତାଙ୍କ ପାଖରେ ବାରମ୍ବାର ଗୁହାରୀ କରିଥିଲେ ମଧ୍ୟ ଆଜି ଯାଏଁ ଏହି ଗ୍ରାମକୁ ରାସ୍ତାଟିଏ ତିଆରି ହେଇ ପାରିଲାନାହିଁ, ତେଣୁ ଉକ୍ତ ଗ୍ରାମର ଲୋକମାନେ ମିଶି ନିଜେ ଶ୍ରମଦାନ କରି ରାସ୍ତା ନିର୍ମାଣ କରୁଛନ୍ତି ।

ସେପଟେ ଗ୍ରାମରେଆବାସ ଯୋଜନା କାର୍ଯ୍ୟକାରୀ ହୋଇପାରୁନାହିଁ । ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ଯିବାକୁ ହେଲେ ଜଙ୍ଗଲ ବାଟ ଦେଇ ଶିଶୁ ମାନଙ୍କୁ ୨ କିଲୋମିଟର ଚାଲିବାକୁ ପଡୁଛି । କେବଳ ସ୍ୱାସ୍ଥ୍ୟକର୍ମୀ ଓ ଆଶାକର୍ମୀଙ୍କୁ ଛାଡ଼ି ଦେଲେ ଆଉ କୌଣସି ସରକାରୀ ବାବୁଙ୍କ ପାଦ ପଡିନି ଏହି ଦୁଇ ଗ୍ରାମରେ । ତେଣୁ ଅତିଶୀଘ୍ର ସେମାନଙ୍କ ଦୁଃଖ ବୁଝି ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲୋଗ-ଫେଲ ମାରିଲା ସରକାରୀ ଯୋଜନା, ଗ୍ରାମବାସୀ କଲେ ରାସ୍ତା ନିର୍ମାଣ।
ଫର୍ମାଟ-ଏଭିଓ,୦୫.୧୨.୨୦୧୯
ରିପୋର୍ଟ-ତପନ ବିଷୟି, ନବରଙ୍ଗପୁର।
------------------------------------------
ଆଙ୍କର-ସ୍ୱାଧୀନତା ର ୭୨ ବର୍ଷ ବିତି ଯାଇଥିଲେ ମଧ୍ୟ ଗାଁ ରେ ଭଲ ରାସ୍ତା ଟିଏ କରି ପାରିଲେନି ସରକାର।ସରକାର ମାଳମାଳ ଯୋଜନା କରୁଥିଲେ ମଧ୍ୟ ଆଜି ପ୍ରଯ୍ୟନ୍ତ ଭଲ ରାସ୍ତାଟିଏ ହେଇ ପାରିନି ଏହି ଗ୍ରାମରେ।ତେଣୁ ସରକାର ଙ୍କ ମାଳ ମାଳ ଯୋଜନା ଏହି ଗ୍ରାମରେ ଫେଲ ମାରିଛି।ଗ୍ରାମରେ ବିଜୁଳି ଆଲୁଅ ମିଳିବା ଦୂରର କଥା ପିଇବା ପାଣି ମଧ୍ୟ ମିଳି ପାରୁନି।କେବେବି ସରକାରୀ ବାବୁଙ୍କ ପାଦ ବି ପଡିନି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ।ଏଭଳି ଦୁଇଟି ଗ୍ରାମ ହେଉଛି ନବରଙ୍ଗପୁର ଜିଲ୍ଲା, ପାପଡାହାଣ୍ଡି ବ୍ଲକ ମୈଦଲପୁର ଗ୍ରାମ ପଞ୍ଚାୟତର ଗୁଡୁରିଗୁଡା ଓ ସିରାଗୁଡ଼ା।ଏହି ଗାଁକୁ ପକ୍କା ରାସ୍ତା ନଥିବାରୁ ଆଧୁନିକତାରୁ ବଞ୍ଚିତ ହେଇଛନ୍ତି ଗ୍ରାମବାସୀ।ଭତ୍ତା,ଚାଉଳ, କିରୋସିନୀ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ୭ କିଲୋମିଟର ଦୁରରେ ଥିବା ନିଜ ପଞ୍ଚାୟତ ମୈଦଲପୁର କୁ ନିର୍ଭର କରିଥାନ୍ତି।ପ୍ରଶାସନ ଓ ରାଜନେତା ଙ୍କ ପାଖରେ ବାରମ୍ବାର ଗୁହାରୀ କରିଥିଲେ ମଧ୍ୟ ଆଜି ଯାଏଁ ଏହି ଗ୍ରାମକୁ ରାସ୍ତାଟିଏ ତିଆରି ହେଇ ପାରିଲାନି, ତେଣୁ ଉକ୍ତ ଗ୍ରାମର ଲୋକମାନେ ମିଶି ନିଜେ ଶ୍ରମଦାନ କରି ରାସ୍ତା ନିର୍ମାଣ କରୁଛନ୍ତି।ସେପଟେ ସେହି ଗ୍ରାମର ଲୋକମାନଙ୍କ ଜମି ପଟ୍ଟା ନଥିବାରୁ ସରକାରଙ୍କ ଠାରୁ ଆସିଥିବା ଘର କରି ପାରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି।ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ଯିବାକୁ ହେଲେ ଜଙ୍ଗଲ ବାଟ ଦେଇ କୁନି କୁନି ଶିଶୁ ମାନଙ୍କୁ ୨ କିଲୋମିଟର ଯିବାକୁ ପଡ଼ୁଛି।କେବଳ ସ୍ୱାସ୍ଥ୍ୟକର୍ମୀ ଓ ଆଶାକର୍ମୀ ଙ୍କୁ ଛାଡ଼ି ଦେଲେ ଆଉ କୌଣସି ସରକାରୀ ବାବୁଙ୍କ ପାଦ ପଡିନି ଏହି ଦୁଇ ଗ୍ରାମରେ।ତେଣୁ ଅତିଶୀଘ୍ର ସେମାନଙ୍କ ଦୁଃଖ ବୁଝି ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି ଗ୍ରାମବାସୀ।ତେଣୁ ସରକାର ଙ୍କ ମାଳମାଳ ଯୋଜନା କେବେ ଏହି ଦୁଇ ଗ୍ରାମରେ କାର୍ଯ୍ୟକାରୀ ହେବ ତାହା ଦେଖିବାକୁ ବାକି ରହିଲା।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.