ETV Bharat / state

ଅସ୍ଥାୟୀ ଦୋକାନ ଭାଙ୍ଗିଲା ନବରଙ୍ଗପୁର ଜିଲ୍ଲା ପ୍ରଶାସନ, ରାଜରାସ୍ତାରେ ଆନ୍ଦୋଳନକାରୀ - ଜିଲ୍ଲା ପ୍ରଶାସନ

2003ରୁ ଆଦିବାସୀ, ହରିଜନ ସମ୍ପ୍ରଦାୟ ଏହି ସରକାରୀ ଜାଗାରେ ଛୋଟ ଛୋଟ ଅସ୍ଥାୟୀ ଦୋକାନ କରି ନିଜର ତଥା ନିଜ ପରିବାରର ପେଟ ପୋଷୁଥିଲେ । ତେବେ ଜିଲ୍ଲା ପ୍ରଶାସନ ରବିବାର ଏହି ଅସ୍ଥାୟୀ ଦୋକାନ ଗୃହ ଗୁଡିକୁ ଜୋର ଜବରଦସ୍ତି ଭାଙ୍ଗିଛନ୍ତି । ଶନିବାର ଏହାର ପ୍ରତିବାଦରେ  ମିର୍ଗାନୁଗୁଡା ଗ୍ରାମବାସୀ, ବ୍ୟବସାୟୀ,  ଏବଂ ଏଠାକାର ବାସିନ୍ଦା ମିଶି ରାଜରାସ୍ତାକୁ ଓହ୍ଲାଇଥିଲେ  ।

ଫଟୋ ସୌଜନ୍ୟ:ପ୍ରତିନିଧି, ନବରଙ୍ଗପୁର
author img

By

Published : Sep 1, 2019, 5:34 PM IST

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସାମ୍ନାରେ ଥିବା ସରକାରୀ ଜାଗାରେ ବହୁଦିନରୁ ଗଢି ଉଠିଥିବା ଅସ୍ଥାୟୀ ଦୋକାନ ଗୃହ ଉପରେ ଜେସିବି ଚଳାଇଲା ଜିଲ୍ଲା ପ୍ରଶାସନ ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ନବରଙ୍ଗପୁର

ଗତ 2003ରୁ ଆଦିବାସୀ, ହରିଜନ ସମ୍ପ୍ରଦାୟର ଲୋକମାନେ ଏହି ସରକାରୀ ଜାଗାରେ ଛୋଟ ଛୋଟ ଅସ୍ଥାୟୀ ଦୋକାନ କରି ନିଜର ତଥା ନିଜ ପରିବାରର ପେଟ ପୋଷୁଥିଲେ । ତେବେ ଜିଲ୍ଲା ପ୍ରଶାସନ ରବିବାର ଏହି ଅସ୍ଥାୟୀ ଦୋକାନ ଗୃହ ଗୁଡିକୁ ଜୋର ଜବରଦସ୍ତି ଭାଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି ।

2006 ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ, ଯେଉଁମାନେ 13 ଡିସେମ୍ବର 2005 ଆଗରୁ ଘର କରି ରହିଛନ୍ତି ସେମାନଙ୍କୁ ଏଠାରେ ରହିବାର ଅଧିକାର ଦିଆଯିବ ।

କିନ୍ତୁ ରବିବାର ସେମାନଙ୍କ ଘରକୁ ଜୋର ଜବରଦସ୍ତ ଭଙ୍ଗାଯାଇ ସେମାନଙ୍କୁ ତାଙ୍କ ଯାଗାରୁ ବେଆଇନ ଉଚ୍ଛେଦ କରାଯାଇଛି ବୋଲି ଅଭିଯୋଗ ହୋଇଛି । ଏଥିସହ ମିର୍ଗାନୁଗୁଡା ଗ୍ରାମବାସୀ ଯେଉଁ ଜଙ୍ଗଲ ଉପରେ ଭରସା କରି କାଠ , ସରଗି ପତ୍ର , ଛତୁ ,ଭଳି ସାମଗ୍ରୀ ଉପରେ ଭରସା କରି ଚଳୁଥିଲେ ଶନିବାର ସେମାନଙ୍କୁ ମଧ୍ୟ ସେମାନଙ୍କ ଗୋଷ୍ଠୀ ଜଙ୍ଗଲ ଅଧିକାରରୁ ବଞ୍ଚିତ କରାଯାଇଛି ।

ଶନିବାର ଏହା ବିରୋଧରେ ମିର୍ଗାନୁଗୁଡା ଗ୍ରାମବାସୀ, ବ୍ୟବସାୟୀ, ଏବଂ ଏଠାକାର ବାସିନ୍ଦା ମିଶି ରାଜରାସ୍ତାକୁ ଓହ୍ଲାଇଥିଲେ । ଖବର ପାଇ ନବରଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ ।

ତେବେ ଯଦି ନିଜ ଜମି ସେମାନଙ୍କୁ ଫେରସ୍ତ ନହୁଏ ତେବେ ଆନ୍ଦୋଳନ ଆହୁରି ତୀବ୍ରତର କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

ନବରଙ୍ଗପୁରରୁ ତପନ ବିଶୋଇ ଇଟିଭି ଭାରତ

Intro:ସ୍ଲଗ - ଜବରଦାଖଲ ଉଚ୍ଛେଦ ଜାଗରେ ତାରବାଢ଼ ।
ଫର୍ମାଟ - ଏଭିଵି, ୦୧/୦୯/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
----------------------------------------------------------------
ଆଙ୍କର- ନବରରଙ୍ଗପୁର ରେ ମେଡିକାଲ ନହେବା ଆଗରୁ ଆମେ ଏଠାରେ ଦୋକାନ କରିଛୁ ବୋଲି କହିଛନ୍ତି ଜବରଦଖଲକାରୀ । ଏହି ଜାଗା କଲେଜର ନାହି ଏହି ଜାଗା ଜଙ୍ଗଲ ଜମି ଆମେ ଛଟ ବେଳେରୁ ଜଙ୍ଗଲରୁ କାଠ , ସରଗି ପତ୍ର , ଛତୁ ,ଭଳି ସାମଗ୍ରୀ ନେଉଥିଲୁ । ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସାମନାରେ ଥିବା ସରକାରୀ ଜାଗାରେ ବହୁଦିନରୁ ଗଢି ଉଠିଥିବା ଦୋକାନ ଅସ୍ଥାୟୀ ଦୋକାନ ଗୃହ ଉପରେ ଯେ ସି ବି ଚଳାଇଲା ଜିଲ୍ଲା ପ୍ରଶାସନ ଦୁଇ ଥର ପାଇଁ ଉଚ୍ଛେଦ କରିଥିଲେ।ଗରିବ ଆଦିବାସୀ, ହରିଜନ ସମ୍ପ୍ରଦାୟର ଲୋକ ମାନେ ଏହି ସରକାରୀ ଜାଗାରେ ଗତ କେଇ ବର୍ଷ ଧରି ଅସ୍ଥାୟୀ ଦୋକାନ ଗୃହ ନିର୍ମାଣ କରି ଚା ଦୋକାନ,ପନିପରିବା,ପାନ ଦୋକାନ କରି ବଞ୍ଚୁଥିଲେ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଆସୁଥିବା ଲୋକଙ୍କୁ ନେଇ ଏହି ଦୋକାନ କରିଥିବା ଲୋକଙ୍କ ବ୍ୟବସାୟ ଚାଲୁଥିଲା, କେବଳ ଜିଲ୍ଲା ପ୍ରଶାସନ ଭାଙ୍ଗିଦେଲା ଦୋକାନ ଗୃହ, ସହରରେ ଅନେକ ବଡ ବଡ ଲୋକ ସରକାରୀ ଜମି ଅକ୍ତିଆର କରି ଦୋକାନ,ବାସ ଗୃହ କରି ରହୁଛନ୍ତି ତଥାପି ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ବେଳେ, ଆମ ଭଳି ଗରିବ ଖଟିଖିଆ ମାନଙ୍କର ଦୋକାନ ଘର ଭାଙ୍ଗିଦେଇଥିଲେ । ଏଠାରେ ତାରବାଢ଼ ବେଡିଛି କଲେଜ କତ୍ତୃପୟ । ତାରବାଢ଼ ବେଡିବା ରେ ପ୍ରତିବାଦ କରିଛନ୍ତି କ୍ଷତିଗ୍ରସ୍ତ ଦୋକାନ ମାନେ । ସରକାର ଆମକୁ ଥଇଥାନ ବେବସ୍ଥା କରନ୍ତୁ ବୋଲି କହିଛନ୍ତି । କିଛି ସମୟ ପାଇଁ ଉତ୍ତେଜନା ଦେଖା ଯାଉଥିଲା । ସେଠାରେ ନବରରଙ୍ଗପୁର ପୋଲିସ ଆସି ବୁଝାସୁଝା କରିଥିଲେ ଓ ତାରବାଢ଼ କାମ ଆରମ୍ଭ କରିଥିଲେ । ଜବରଦଖଲକାରୀ ଏବେ ଆମେ ରୋଜଗାର ହୀନ ହୋଇଯାଇଛି କେମିତି ବଂଚିବୁ ସରକାର ଆମକୁ ରାସ୍ତା ଦେଖନ୍ତୁ ବୋଲି କହିଛନ୍ତି । ଓ ଆମକୁ ଜାଗା ଦିଆଯାଉ ବୋଲି କହିଛନ୍ତି କ୍ଷତିଗ୍ରସ୍ତ ଦୋକାନୀ ମାନେ ଓ ଯଦି ଆମକୁ ଜାଗା ନଦିଅନ୍ତି ତାହା ହେଲେ ଆମେ ସମସ୍ତେ ଆନ୍ଦୋଳନ କରିବୁ ଓ ରଜ ରାସ୍ତା ଅବରୋଧ କରିବୁ ବୋଲି ଚେତାବନୀ ଦେଇଛନ୍ତି ।
ବାଇଟ-1--ରାଜେଶ କୁମାର ଜାନୀ
ବାଇଟ-2- କ୍ଷତିଗ୍ରସ୍ତBody:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.