ETV Bharat / state

କୋଡ଼ିଙ୍ଗା ଥାନାରେ ପଶିଲା କୋରୋନା: 5 ଯୋଦ୍ଧା ପଜିଟିଭ - କୋଡ଼ିଙ୍ଗା ଥାନାରେ କୋରୋନା

କୋଡ଼ିଙ୍ଗା ଥାନାର 5 କୋଭିଡ ଯୋଦ୍ଧା ପଜିଟିଭ ଚିହ୍ନଟ ପରେ ୪୮ଘଣ୍ଟା ପାଇଁ ଥାନାକୁ ସିଲ କରାଯାଇଛି । ଅଧିକ ପଢନ୍ତୁ...

Five covid warriors of Kodinga Police Station test positive for COVID-19
କୋଡ଼ିଙ୍ଗା ଥାନାରେ କୋରୋନା, 5 କୋଭିଡ ଯୋଦ୍ଧା ପଜିଟିଭ ଚିହ୍ନଟ
author img

By

Published : Aug 1, 2020, 7:27 AM IST

ନବରଙ୍ଗପୁର:ଶୁକ୍ରବାର ଜିଲ୍ଲାରେ ୩୩ ଜଣ କୋରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କୋଷାଗୁମୁଡା ବ୍ଲକ କୋଡ଼ିଙ୍ଗାରେ ୧୧ଜଣ ରହିଥିବା ଜଣାପଡିଛି ।

ଚିହ୍ନଟ ୧୧ ସଂକ୍ରମିତଙ୍କ ମଧ୍ୟରୁ କୋଡ଼ିଙ୍ଗା ଥାନାର 5 ଜଣ କୋଭିଡ ଯୋଦ୍ଧା ରହିଥିବା ଜଣାପଡିଛି । ଏହାପରେ କୋଡ଼ିଙ୍ଗା ଥାନା ପରିସରକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଯିବା ସହ ଥାନାକୁ ୪୮ଘଣ୍ଟା ପାଇଁ ସିଲ କରାଯାଇଛି ।

କୋଡ଼ିଙ୍ଗା ଥାନାରେ କୋରୋନା, 5 କୋଭିଡ ଯୋଦ୍ଧା ପଜିଟିଭ ଚିହ୍ନଟ

ସମସ୍ତ ପଜିଟିଭିଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟାଳୟରେ ଥିବା କୋଭିଡ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ନବରଙ୍ଗପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି । ନବରଙ୍ଗପୁର ଏସପି ନିତିନ କୁସଲକର କୋଡ଼ିଙ୍ଗା ଥାନା ପରିଦର୍ଶନ କରିବା ସହ ପୋଲିସ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି । ଥାନାର ଅନ୍ୟ ପୁଲିସ କର୍ମଚାରୀଙ୍କ ରାପିଡ୍ ଟେଷ୍ଟ କରାଯାଇଥିବା ଥାନା ଅଧିକାରୀ ସରିତା ମହାପାତ୍ର ସୂଚନା ଦେଇଛନ୍ତି । ବର୍ତ୍ତମାନ ଅସ୍ଥାୟୀ ଭାବେ ଥାନା ଗେଟ୍ ସମ୍ମୁଖରେ କାର୍ଯ୍ୟାଳୟ ଚାଲୁଛି । ଅନ୍ୟପଟେ ଆସନ୍ତା ୧୦ ତାରିଖ ଯାଏଁ କୋଡ଼ିଙ୍ଗା ଗ୍ରାମକୁ ଜିଲ୍ଲାପାଳ ସଟଡାଉନ୍ ଘୋଷଣା କରିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.