ETV Bharat / state

ନବରଙ୍ଗପୁରରେ ବସିଲା ଜିଲ୍ଲା ପରିଷଦର ସାଧାରଣ ବୈଠକ, ବିଭିନ୍ନ ସମସ୍ୟା ଉପରେ ଫୋକସ୍‌ - ଜିଲ୍ଲାପରିଷଦର ୧ମ ସାଧାରଣ ବୈଠକ

ନବରଙ୍ଗପୁର ଜିଲ୍ଲାର 6ତମ ଜିଲ୍ଲାପରିଷଦ ସାଧାରଣ ବୈଠକ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

୬ତମ ନବରଙ୍ଗପୁର ଜିଲ୍ଲାପରିଷଦର ୧ମ ସାଧାରଣ ବୈଠକ ଅନୁଷ୍ଠିତ

author img

By

Published : May 5, 2022, 12:28 PM IST

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ଷଷ୍ଠ ତମ ଜିଲ୍ଲାପରିଷଦ ସାଧାରଣ ବୈଠକ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ନୂତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ପଞ୍ଚାୟତ ନିର୍ବାଚନ ପରେ ଏହା ଥିଲା ପ୍ରଥମ ସାଧାରଣ ବୈଠକ । ଏହି ବୈଠକରେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ରଙ୍କ ସମେତ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଓ ସମସ୍ତ ନବନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ ଓ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଯୋଗଦାନ କରିଥିଲେ ।

୬ତମ ନବରଙ୍ଗପୁର ଜିଲ୍ଲାପରିଷଦର ୧ମ ସାଧାରଣ ବୈଠକ ଅନୁଷ୍ଠିତ

ଜିଲ୍ଲାର ଶିକ୍ଷା, ପାନୀୟ ଜଳ ସମସ୍ୟା, ସ୍ୱାସ୍ଥ୍ୟ ବିଭାଗର ସମସ୍ୟା, ମେଡିକାଲରେ ଡାକ୍ତର ଅଭାବ ସମସ୍ୟା ସହ ନୂତନ ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ ମାନେ ନିଜ ନିଜ ଅଞ୍ଚଳର ସ୍ଥାନୀୟ ସମସ୍ୟା ଗୁଡିକୁ ଉତଥାପନ କରିବା ସହିତ ସମସ୍ୟାର ସମାଧାନ କରିବା ପାଇଁ ତ୍ୱରିତ ପଦକ୍ଷେପ ନେବା ପାଇଁ ଦାବି କରିଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.