ETV Bharat / state

ବର୍ଷାକୁ ନେଇ ଚିନ୍ତାରେ ନବରଙ୍ଗପୁର ଚାଷୀ - issue

ଚଳିତବର୍ଷ ବିଳମ୍ବରେ ମୌସୁମୀ ବର୍ଷା ହେବା ସହ ଆବଶ୍ୟକ ପରିମାଣରେ ବର୍ଷା ହୋଇନଥିବାରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଯାହାକୁ ନେଇ ଚିନ୍ତାରେ ଚାଷୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Jul 4, 2019, 9:48 PM IST

ନବରଙ୍ଗପୁର: ମୌସୁମୀର ଲୁଚକାଳି ଖେଳରେ ହଜିଯାଇଛି ଚାଷୀଙ୍କ ଭାଗ୍ୟ । ଅନିୟମିତତା ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲାରେ ଚାଷ କାମ ଆଗେଇ ପାରୁନାହିଁ । କିଛି ଜମିରେ ଧାନ ବୁଣା ସରିଗଲାଣି ତ ଆଉ କିଛି ଜମିରେ କେବଳ ଧାନ ତଳି ପକାଇ ଚୁପ୍ ହୋଇ ବସିଛି ଚାଷୀ । ଚଳିତବର୍ଷ ବିଳମ୍ବରେ ମୌସୁମୀ ବର୍ଷା ହେବା ସହ ଆବଶ୍ୟକ ପରିମାଣରେ ବର୍ଷା ହୋଇନଥିବାରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ, ବିଗତ ବର୍ଷ ଗୁଡିକରେ ଏହି ସମୟରେ ଚାଷକାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା । କିନ୍ତୁ ଚଳିତ ବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାର ଚାଷୀମାନେ ବିହନ ସଂଗ୍ରହ କରି ଧାନବୁଣା ଓ ରୁଆ କାର୍ଯ୍ୟ ଆରମ୍ଭ କରିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ 60 ପ୍ରତିଶତ ଚାଷ ଆରମ୍ଭ ହୋଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲା କୃଷି ଉପ ନିର୍ଦ୍ଦେଶକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଏପଟେ ନବରଙ୍ଗପୁର ଜିଲ୍ଲାରେ ଉପଯୁକ୍ତ ପରିମାଣର ବର୍ଷା ନ ହେଉଥିବା କାରଣରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଏହାଛଡା କେବଳ ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି, ପାପଡାହାଣ୍ଡି ନୁହେଁ ଜିଲ୍ଲାର ସବୁ ଅଞ୍ଚଳରେ ଏପରି ଭାବେ ଚାଷ କାର୍ଯ୍ୟ ତ୍ବରାନିତ ହୋଇପାରୁନାହିଁ ।
ଅନିୟମିତତା ବର୍ଷା ଯୋଗୁଁ ଜିଲ୍ଲାର ଚାଷୀ ନିଜ ଚାଷ କାର୍ଯ୍ୟକୁ ନେଇ ଚିନ୍ତାରେ ଥିବାବେଳେ ଆବଶ୍ୟକ ପରିମାଣ ବର୍ଷାକୁ ଅପେକ୍ଷା କରିଛନ୍ତି ଚାଷୀ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Intro:ମୌସୁମୀ ର ଲୁଚକାଳୀ ଖେଳ ରେ ହଜିଯାଇଛି ଚାଷୀ ମାନଙ୍କ ଭାଗ୍ୟ।ଅନିୟମିତତା ବର୍ଷା ଯୋଗୁଁ ଜିଲ୍ଲାରେ ଚାଷ କାମ ଆଗେଇ ପାରୁନାହିଁ।କିଛି ଜମିରେ ଧାନ ବୁଣା ସରି ଗଲାଣି ତ ଆଉ କିଛି ଜମିରେ କେବଳ ଧାନ ତଳି ପକାଇ ଚୁପ ହୋଇବସିଛି ଚାଷୀ ।ଚଳିତବର୍ଷ ବିଲମ୍ଭରେ ମୌସୁମୀ ବର୍ଷା ହେବା ଓ ଆବଶ୍ୟକ ପରିମାଣ ରେ ବର୍ଷା ହୋଇନାହିଁ ଏଥିପାଇଁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ବୋଲି ଚାଷୀମାନେ ଅଭିଯୋଗ କରିଥିବା ବେଳେ କୃଷି ବିଭାଗ ସୂଚନା ଠିକ ଅଲଟା।ନବରଙ୍ଗପୁର ଜିଲ୍ଲାର ଚାଷ କାର୍ଯ୍ୟ କୁ ନେଇ ଆମ ରିପୋର୍ଟ।

Body:ଭିଓ-1-ଏବେ ଜମି ରେ ଚାଲିଛି ଚଷା କାମ ଚାଲିଛି।କିଛି ଜମିରେ ହଳ ମାଡ଼ିନି ।ଏବର୍ଷ ଚାଷୀମାନେ ନିଜ ନିଜର ଚାଷ ଙ୍କୁ ଆଶା ଓ ଆଶଙ୍କା ରେ ,କାରଣ ବର୍ଷା ର ଠିକ ଠିକଣା ନାହିଁ ।କେତେବେଳେ ଅଧିକ ବର୍ଷା ତ ଆଉ କେତେବେଳେ ସ୍ୱଳ୍ପ ବୃଷ୍ଟିପାତ ହେଉଥିବା ରୁ ଚାଷ କାର୍ଯ୍ୟ ରେ ବାଧାପ୍ରାପ୍ତ ହେଉଥିବା ଜଣାପଡିଛି।ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି, ପାପଡାହାଣ୍ଡି ନୁହେଁ ଜିଲାର ସବୁ ଅଞ୍ଚଳରେ ଏପରି ଭାବେ ଚାଷ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରୁନାହିଁ।
ବାଇଟ-ରଘୁନାଥ ପୂଜାରୀ-ଚାଷୀ
ବାଇଟ-ଆଦିତ୍ୟ ସାହୁ -ଚାଷୀ
ଭିଓ-2-ବିଗତ ବର୍ଷ ଗୁଡିକ ରେ ଏହି ସମୟରେ ଚାଷକାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ହୋଇଥିଲା କିନ୍ତୁ ଚଳିତ ବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ଜିଲାର ଚାଷୀମାନେ ବିହନ ସଂଗ୍ରହ କରି ଧାନ ବୁଣା ଓ ରୁଆ କାର୍ଯ୍ୟ ବେଶୀ ମନ୍ତର ଗତି ରେ ଚାଲୁଥିବା ଅଭିଯୋଗ ହୋଇଛି।ତେବେ ବର୍ତ୍ତମାନ ଶୁଦ୍ଧ 60 ପ୍ରତିଶତ ଚାଷ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ଜିଲା କୃଷି ଉପ ନିର୍ଦ୍ଦେଶକ।
ବାଇଟ -ସଂକରା ପଟ୍ଟନାୟକ-ଚାଷୀ
ବାଇଟ-ବ୍ରଜ କିଶୋର ଲେଙ୍କା-ଡି ଡି ଏ -ନବରଙ୍ଗପୁର

Conclusion:ଫାଭିଓ-ଅନିୟମିତତା ବର୍ଷା ଯୋଗୁଁ ଜିଲାର ଚାଷୀ ନିଜ ଚାଷ କାର୍ଯ୍ୟ କୁ ନେଇ ଚିନ୍ତାରେ ଥିବାବେଳେ ସବୁ ଆବଶ୍ୟକ ପରିମାଣ ବର୍ଷା କୁ ଅପେକ୍ଷା କରିଛନ୍ତି ଚାଷୀ ।
ନବରଙ୍ଗପୁର ରୁ ତପନ କୁମାର ବିଷୋୟୀ, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.