ETV Bharat / state

Municipal Election: ନବରଙ୍ଗପୁରରେ EVM ମେସିନ ଅଦଳ ବଦଳ, ମତଦାନ ବନ୍ଦ - ନବରଙ୍ଗପୁରରେ ଇଭିଏମ ମେସିନ ଅଦଳ ବଦଳ

ଅଭିଯୋଗ ଅନୁସାରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌର ପରିଷଦର 8ନଂ ୱାର୍ଡ 14 ନଂ ବୁଥରେ ଅଧ୍ୟକ୍ଷା ପଦ ପାଇଁ ଉଦ୍ଦିଷ୍ଟ ଇଭିଏମରେ ହୋଇଛି ଅଦଳ ବଦଳ । ଇଭିଏମରେ ଉମରକୋଟ ପ୍ରାର୍ଥୀନୀଙ୍କ ବଦଳରେ ନବରଙ୍ଗପୁର ପୌର ପରିଷଦର ପ୍ରାର୍ଥୀଙ୍କ ନାମ ଥିବା ଯୋଗୁଁ ଭୋଟ ଗ୍ରହଣକୁ ବାତିଲ କରିଛନ୍ତି ନିର୍ବାଚନ ଅଧିକାରୀ। ଅଧିକ ପଢନ୍ତୁ

ନବରଙ୍ଗପୁରରେ EVM ମେସିନ ଅଦଳ ବଦଳ, ମତଦାନ ବନ୍ଦ

author img

By

Published : Mar 24, 2022, 8:27 PM IST

ନବରଙ୍ଗପୁର: ପୌର ପରିଷଦ ନିର୍ବାଚନ ବେଳେ ଇଭିଏମ ମେସିନ ଅଦଳ ବଦଳ ଅଭିଯୋଗ । ଫଳରେ ବନ୍ଦ ହେଲା ମତଦାନ। ଅଭିଯୋଗ ଅନୁସାରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌର ପରିଷଦର 8ନ‌ଂ ୱାର୍ଡ 14 ନଂ ବୁଥରେ ଅଧ୍ୟକ୍ଷା ପଦ ପାଇଁ ଉଦ୍ଦିଷ୍ଟ ଇଭିଏମରେ ହୋଇଛି ଅଦଳ ବଦଳ । ଇଭିଏମରେ ଉମରକୋଟ ପ୍ରାର୍ଥୀନୀଙ୍କ ବଦଳରେ ନବରଙ୍ଗପୁର ପୌର ପରିଷଦର ପ୍ରାର୍ଥୀଙ୍କ ନାମ ଥିବା ଯୋଗୁଁ ଭୋଟ ଗ୍ରହଣକୁ ବାତିଲ କରିଛନ୍ତି ନିର୍ବାଚନ ଅଧିକାରୀ ।

ନବରଙ୍ଗପୁରରେ EVM ମେସିନ ଅଦଳ ବଦଳ, ମତଦାନ ବନ୍ଦ

ତେବେ ଦୀର୍ଘ ୨ ଘଣ୍ଟା ପର୍ଯ୍ୟନ୍ତ ମତଦାନ ଚାଲିଥିଲେ ମଧ୍ୟ ଏଥିପ୍ରତି କାହାର ନଜର ପଡିନଥିଲା। ଯାହା ଫଳରେ ଅଯଥାରେ ମତଦାତା ହିଁ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି ଭୋଟର। କଂଗ୍ରେସ ଅଧ୍ୟକ୍ଷା ପ୍ରାର୍ଥିନୀ ଦମୟନ୍ତୀ ଦିଶାରୀ କହିଛନ୍ତି ଏହା ସମ୍ପୂର୍ଣ୍ଣ ଭାବେ ସରକାରୀ କଳ ଏବଂ ସରକାରୀ ଦଳର ଭୁଲ। ସେମାନେ ହାରିଯିବା ଭୟରେ ଜାଣିଶୁଣି ଏଭଳି କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି। ପ୍ରିଜାଇଡିଂ ଅଫିସର ମଧ୍ୟ ଏହି ତ୍ରୁଟିକୁ ସ୍ବୀକାର କରିଥିବା ବେଳେ, ନିର୍ବାଚନ ଅଧିକାରୀ ସ୍ବୀକୃତି ଦେବା ପରେ ମତଦାନ ଆରମ୍ଭ ହୋଇଥିଲା। ତେଣୁ ଏଠାରେ ଆମର କୌଣସି ଭୁଲ ନାହିଁ ବୋଲି କହିଛନ୍ତି

ତେବେ ବର୍ତ୍ତମାନ ପାଇଁ ଏଠାରେ ଅଧ୍ୟକ୍ଷା ପଦବୀ ପାଇଁ ମତଦାନ ବନ୍ଦ ରହିଥିବା ବେଳେ ପୁଣି ଥରେ କେବେ ନିର୍ବାଚନ ହେବ ସେନେଇ କୌଣସି ସୂଚନା ମିଳି ପାରିନାହିଁ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.