ETV Bharat / state

ସରିଲା ମାହାମାୟାଙ୍କ ଦଶମୀ ପୂଜା - ମାହାମାୟାଙ୍କ ଦଶମି ପୂଜା

ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମା' ଭଣ୍ଡାରଘରଣୀଙ୍କ ବିଜୟା ଦଶମୀ ପୂଜା ଶେଷ ହୋଇଛି । ଗତ ନଅ ଦିନ ଧରି ମା' ବିଭିନ୍ନ ରୂପରେ ପୂଜା ପାଇଥିଲେ ।

ଶେଷ ହେଲା ମାହାମାୟାଙ୍କ ଦଶମି ପୂଜା
author img

By

Published : Oct 8, 2019, 11:55 AM IST

ନବରଙ୍ଗପୁର: ସହରରେ ଥିବା ମା ଭଣ୍ଡାରଘରଣୀଙ୍କ ପୀଠରେ ଖୁବ୍ ଧୁମଧାମରେ ପାଳିତ ହୋଇଯାଇଛି ଦଶହରା । ରାଜରାଜୁଡା ଅମଳରେ ଚାଲିଆସିଥିବା ଆଦିବାସୀ ରୀତି ନୀତି ଅନୁଯାୟୀ ପୂଜା କରି ମା'ଙ୍କ ଶାରଦୀୟ ପର୍ବ ପାଳନ ଶେଷ ହୋଇଛି ।

ଶେଷ ହେଲା ମାହାମାୟାଙ୍କ ଦଶମି ପୂଜା

ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମା' ଭଣ୍ଡାରଘରଣୀଙ୍କ ବିଜୟା ଦଶମୀ ପୂଜା ଶେଷ ହୋଇଛି । ଗତ ନଅ ଦିନ ଧରି ମା' ବିଭିନ୍ନ ରୂପରେ ପୂଜା ପାଇଥିଲେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ମନ୍ଦିର ପ୍ରାଙ୍ଗଣକୁ ସୁସଜ୍ଜିତ କରାଯାଇଛି । ଆଜି(ମଙ୍ଗଳବାର) ପୂଜା ଆରମ୍ଭ ମା'ଙ୍କ ପାଟ ଖଣ୍ଡାକୁ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇ ସ୍ଥାନୀୟ ଦଶରାପଦାରେ ମା'ଙ୍କ ବିମାନ, ଲାଠି, ଗାଦି ନିଆଯାଇଥିଲା ।

ସରିଲା ମାହାମାୟାଙ୍କ ଦଶମୀ ପୂଜା

ସେଠାରେ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ପାଟଖଣ୍ଡାକୁ ପୂଜାର୍ଚ୍ଚନା କରାଯାଇଥିଲା । ଦଶରାପଦାର ମନ୍ଦିରରେ ପାଟଖଣ୍ଡାକୁ ମା'ଙ୍କ ନିକଟରେ ଅବସ୍ଥାପିତ କରାଇଥିଲେ । ପାଟଖଣ୍ଡାକୁ ପୂଜା କରିବା ପରେ ମା' ଙ୍କ ସ୍ବତନ୍ତ୍ର ରୀତିନୀତି ଆରମ୍ଭ ହୋଇଥିଲା । ଏହି ପୂଜା ପରେ ବିଜୟା ଦଶମୀ ପୂଜା ଶେଷ ହୋଇଥିଲା । ଏହି ନବ ଦିନ ପୂଜା ସମୟରେ ମା' ବିଭିନ୍ନ ପ୍ରକାର ପୂଜା କରାଯାଇଥାଏ । ଦଶରାପଦାର ମନ୍ଦିରରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା ଏବଂ ଏଠାରେ ମୁଖ୍ୟ ଆକର୍ଷଣ ଥିଲା ଲାଖ ବନ୍ଧା । ଗୋଟିଏ ଧନୁସରରେ ତିନିଥର ଶର ଛଡାଯାଇଥିଲା ଲାଖ ପୋଖକୁ । ବିଭିନ୍ନ ପ୍ରକାର ନାଚ,ଗୀତରେ ସହର ପରିକ୍ରମା ହୋଇଥିଲା । ଶେଷରେ ଆଜି(ମଙ୍ଗଳବାର) ମା' ଭଣ୍ଡାରଘରଣୀଙ୍କ ପୀଠରେ ବିଜୟା ଦଶମି ପାଳନ କରାଯାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Intro:ସୁନା ବେଶBody:
ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ହେଉଛି ପବିତ୍ର ବିଜୟା ଦଶମୀ।ଅସତ୍ୟ ଉପରେ ସତ୍ୟର ଜୟ। ଶ୍ରୀମନ୍ଦିରରେ ଶ୍ରୀ ଜୀଉଙ୍କ ସୁନାବେଶ ।ଶ୍ରୀମନ୍ଦିରରେ ଅବକାଶ ନୀତି ପରେ ସୁନା ବେଶ ଆରଂଭ ହୋଇଛି।ନୂଆଲୁଗା ଓ ଜାମା ଲାଗି ପରେ କିରିଟି,ଚୂଳ,ଚନ୍ଦ୍ରିକା,ଆଡକାନି,ଚନ୍ଦ୍ରସୂର୍ଯ୍ୟ,ହରିଡା ମାଳ, ତବିଜ ମାଳ ଆଦି ସ୍ଵର୍ଣ୍ଣ ଅଳଙ୍କାରରେ ଶ୍ରୀଜୀଉଙ୍କୁ ବିଭୂଷିତ କରା ଯାଇଛି।ହେଲେ ମହାପ୍ରଭୁ ଆୟୁଧ ହସ୍ତରେ ଧରି ନଥିବେ।ସକାଳ ଧୂପ ନୀତି ଶେଷ ହେବାପରେ ଚକ୍ର ମାଜଣା ହେବ। ଆୟୁଧ ପୂଜା ହେବା ସହ ବେଢ଼ା ପରିକ୍ରମା ପରେ ମହାପ୍ରଭୁ ଅାୟୁଧ ହସ୍ତରେ ଧରିବା ପରେ ମଙ୍ଗଳାର୍ପଣ ନୀତି ପରେ ଦୁର୍ଗାମାଧବ,ମଦନମୋହନ ଓ ରାମକୃଷ୍ଣ ଆଜ୍ଞାମାଳ ପାଇ ରଥ,ବିମାନ ଓ ପାଲିଙ୍କିରେ ବିଜେ କରି ଜଗନ୍ନାଥବଲ୍ଲଭ ଦଶହରା ପଦାକୁ ବିଯେକରିବେ।ସେଠାରେ ବନ୍ଦାପନା,ପ୍ରସଦଲାଗୀ ଓ ରାଜନୀତି ପରେ ମହାପ୍ରଭୁ ମତ୍ସ୍ୟ ଶିକାର କରି ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ। ଦଶ ହରା ଦିନ ମହାପ୍ରଭୁଙ୍କ ସୁବର୍ଣ୍ଣ ବେଶକୁ ଭକ୍ତ ଦର୍ଶନ କଲେ ଅଶେଷ ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି।

ବାଇଟ,, ଜଗନ୍ନାଥ ଦାସ ମହାପାତ୍ର, ମହନ୍ତ , ବଡ଼ ଛତା ମଠ

ବାଇଟ2, ଭକ୍ତConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.