ETV Bharat / state

ଶୋଷରେ କାଦୋଦୋରା ଗାଁ - ଜଳ ସଙ୍କଟ

ନବରଙ୍ଗପୁର ଜିଲ୍ଲାର କାଦୋଦୋରା ଗ୍ରାମରେ ଗ୍ରୀଷ୍ମଋତୁ ଆରମ୍ଭରୁ ଜଳ ସଙ୍କଟ ଦେଖାଦେଇଛି । ଅଧିକ ପଢନ୍ତୁ...

କାଦୋଦୋରା ଗ୍ରାମରେ ଜଳ ସଙ୍କଟ
କାଦୋଦୋରା ଗ୍ରାମରେ ଜଳ ସଙ୍କଟ
author img

By

Published : Apr 16, 2021, 8:05 AM IST

ନବରଙ୍ଗପୁର: ଜିଲ୍ଲାର ପାପଡାହାଣ୍ଡି ବ୍ଲକ ମୈଦଳପୁର ପଞ୍ଚାୟତ ଅନ୍ତର୍ଗତ କାଦୋଦୋରା ଗ୍ରାମରେ ଜଳ ସଙ୍କଟ ଦେଖାଦେଇଛି । ପାଣି ବୁନ୍ଦାଏ ପାଇଁ ଗ୍ରାମର 23ଟି ପରିବାର ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ।

କାଦୋଦୋରା ଗ୍ରାମରେ ଜଳ ସଙ୍କଟ

କାଦୋଦୋରା ଗ୍ରାମରେ ପ୍ରାୟ 23ଟି ପରିବାରର ପାଖା ପାଖି 70 ଜନସଂଖ୍ୟା ରହିଥିବା ବେଳେ ଦୀର୍ଘ କୋଡିଏ ବର୍ଷ ହେଲା ସେମାନେ ଘଞ୍ଚ ଜଙ୍ଗଲ ମଧ୍ୟରେ ବସବାସ କରିଆସୁଛନ୍ତି । ପିଇବା ପାଇଁ କେବଳ ନାଳର ଗୋଳିଆ ପାଣି ହିଁ ସେମାନଙ୍କର ଜୀବନ ବଞ୍ଚାଇବାର ଏକ ମାତ୍ର ମାଧ୍ୟମ । ଟାଣ ଖରାରେ ନାଳଟି ଶୁଖି ଯାଇଥିବାରୁ ପାଣି ପାଇଁ ସେମାନେ ଡହଳ ବିକଳ ହେଉଛନ୍ତି । ଯିବା ଆସିବା ପାଇଁ ଭଲ ରାସ୍ତା ନଥିବା କାରଣରୁ ସେମାନେ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଓ ସରକାରଙ୍କ ମାଗଣା ସ୍ୱାସ୍ଥ୍ୟ ସେବା ଓ ଅନେକ ବୃଦ୍ଧା ପେନସନ ପାଇବାରୁ ବଞ୍ଚିତ ହୋଇଛନ୍ତି ।

ଦୀର୍ଘ କୋଡିଏ ବର୍ଷ ଘଞ୍ଚ ଜଙ୍ଗଲ ମଧ୍ୟରେ ଜୀବନ ଅତିବାହିତ କରି ମଧ୍ୟ ସରକାରଙ୍କ ବିଭିନ୍ନ ମୌଳିକ ସୁବିଧା ପାଇପାରୁ ନାହାଁନ୍ତି । ଗ୍ରାମବାସୀମାନେ ଅନେକ ଥର ପ୍ରଶାସନଙ୍କ ନିକଟରେ ଗୁହାରି କରିଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.