ନବରଙ୍ଗପୁର: କେନ୍ଦ୍ରୀୟ ସୁଗନ୍ଧି ଓ ଔଷଧୀୟ ଗୁଳ୍ମ ସଂସ୍ଥା ପକ୍ଷରୁ ଚାଷୀଙ୍କୁ ବଣ୍ଟନ ହେଲା ଲେମ୍ବୁ ଘାସ ଚାରା। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିନିଯୋଗରେ ନବରଙ୍ଗପୁର ଜିଲ୍ଲାର ସାମାଜିକ ଓ ଆର୍ଥିକ ଉନ୍ନତି ପ୍ରକଳ୍ପ ଅଧିନରେ ୨.୫ ଲେମ୍ବୁ ଘାସ ଚାରା ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ରଙ୍କ ଦ୍ଵାରା ବଣ୍ଟନ ହୋଇଛି ।
କେନ୍ଦ୍ରୀୟ ସୁଗନ୍ଧି ଓ ଔଷଧୀୟ ଗୁଳ୍ମ ସଂସ୍ଥାନ ଲକ୍ଷ୍ନୌ ପକ୍ଷରୁ କିଷ୍ଣା କିସମର ଲେମ୍ବୁ ଘାସ ଚାରା ତେନ୍ତୁଳିଖୁଣ୍ଟି, ପାପଡାହାଣ୍ଡି, ନନ୍ଦାହାଣ୍ଡି ଓ ନବରଙ୍ଗପୁର ବ୍ଲକର ୧୫ ଜଣ ଚାଷୀଙ୍କୁ ପ୍ରଦାନ କରାଯାଇଛି ।
ଏହି ଘାସରୁ ପରବର୍ତ୍ତୀ ସମୟରେ ପିଂନାଇଲ ସାବୁନ ପ୍ରସ୍ତୁତ ଦିଗରେ ସହାୟକ ହୋଇପାରିବ । ଅଦ୍ୟାବଧି ଜିଲ୍ଲାରେ ୭୫ ଏକର ଲେମ୍ବୁ ଘାସ ଚାରା ଚାଷ କରାଯାଉଛି । ଏହି ବଣ୍ଟନ ଉତ୍ସବରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରମାକାନ୍ତ ନାୟକ, ଉପଜିଲ୍ଲାପାଳ ଭାସ୍କର ରଇତ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଡ଼ଃ ପ୍ରଦୋଷ କୁମାର ପଣ୍ଡା ଚାଷୀମାନଙ୍କୁ ଚାରା ବଣ୍ଟନ କରିଥିଲେ ।
ସାମାଜିକ ଓ ଆର୍ଥିକ ଉନ୍ନତି ପ୍ରକଳ୍ପର କ୍ରିୟାଉନ୍ନୟନ କମିଟିର ସଦସ୍ୟ ଲକ୍ଷ୍ମୀ ନାରାୟଣ ବକ୍ସି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ନବରଙ୍ଗପୁର ରୁ ତପନ କୁମାର ବିଷୟି, ଇଟିଭି ଭାରତ