ETV Bharat / state

ଅସହାୟ ଶିଶୁ କନ୍ୟା ଦୁର୍ଗା ପାଖରେ ପହଞ୍ଚିଲା ଜିଲ୍ଲା ପ୍ରଶାସନ, ଆର୍ଥିକ ସହାୟତା ନେଇ ମିଳିଲା ପ୍ରତିଶ୍ରୁତି

author img

By

Published : Nov 27, 2021, 4:04 PM IST

ନବରଙ୍ଗପୁର ଇଚ୍ଛାବତୀଗୁଡାସ୍ଥିତ ବନ୍ଧମୁଣ୍ଡା ଠାରେ ନିଜ ମାଆକୁ ହରାଇ ଅସହାୟ ହୋଇଯାଇଥିଲେ ୪ ବର୍ଷର ଶିଶୁ କନ୍ୟା ଦୁର୍ଗା ଭତ୍ରା । ସହାୟତା ପାଇଁ ତାଙ୍କ ନିକଟରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନର ଏକ ମିଳିତ ଟିମ ଆଜି ପହଞ୍ଚିଛନ୍ତି । ଅଧିକ ପଢନ୍ତୁ

Ichhabatiguda mother dead: ସହାୟତା ପାଇଁ ପହଞ୍ଚିଲା ଜିଲ୍ଲା ପ୍ରଶାସନ

ନବରଙ୍ଗପୁର: ଗତ ନଭେମ୍ବର ୨୩ ତାରିଖ ଦିନ ନବରଙ୍ଗପୁର ଇଚ୍ଛାବତୀଗୁଡାସ୍ଥିତ ବନ୍ଧମୁଣ୍ଡା ଠାରେ ନିଜ ମାଆକୁ ହରାଇ ଅସହାୟ ହୋଇଯାଇଥିଲେ ୪ ବର୍ଷର ଶିଶୁ କନ୍ୟା ଦୁର୍ଗା ଭତ୍ରା । ତାଙ୍କ ନିକଟରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନର ଏକ ମିଳିତ ଟିମ ଆଜି ପହଞ୍ଚିଛନ୍ତି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକ, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଦିବାକର ବାହୁକ ଓ ଶିଶୁ ମଙ୍ଗଳ କମିଟି ସଦସ୍ୟ ପ୍ରସନ୍ନ ପ୍ରସାଦ ପଟ୍ଟନାୟକ ସେଠାରେ ପହଞ୍ଚିଛନ୍ତି ।

ପୂର୍ବରୁ ନିଜ ପିତାଙ୍କୁ ହରାଇଥିବା ଦୁର୍ଗା ଭତ୍ରା ବର୍ତ୍ତମାନ ନିଜ ମାମୁଁ ଜିତୁ ଭତ୍ରାଙ୍କ ଯତ୍ନ ଓ ସୁରକ୍ଷାରେ ରହିଛି । ଜିଲ୍ଲା ପ୍ରଶାସନର ଉକ୍ତ ଟିମ ଜିତୁ ଭତ୍ରାଙ୍କ ସହ କଥାହୋଇ ଜାଣିବାକୁ ପାଇଲେ ଯେ, ଯେହେତୁ ବର୍ତ୍ତମାନ ସମୟ ପାଇଁ ସେ ଉକ୍ତ ଶିଶୁଟିକୁ ଯତ୍ନ ଓ ସୁରକ୍ଷା ଦେବାରେ ସମର୍ଥ, ତେଣୁ ସେ ଉକ୍ତ ଶିଶୁଟିର କୌଣସି ଅନୁଷ୍ଠାନରେ ଥଇଥାନ କରିବା ପାଇଁ ମନା କରିଥିଲେ । ଜିତୁ ଭତ୍ରା ଶିଶୁଟିର ମାଆ ସ୍ବର୍ଗତ ନିଲା ଭତ୍ରାଙ୍କ ଅନ୍ତ୍ୟେଷ୍ଟିକ୍ରିୟା ତଥା ଦଶାହ କାର୍ଯ୍ୟ ପାଇଁ ଆର୍ଥିକ ସହାୟତା ନିମନ୍ତେ ଜିଲ୍ଲା ପ୍ରଶାସନଙ୍କ ନିକଟରେ ଆବେଦନ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଖୁବ ଶୀଘ୍ର ଉକ୍ତ ଆର୍ଥିକ ସହାୟତା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିବା ସହ ଉକ୍ତ ଶିଶୁଟିର ଆଗାମୀ ଭବିଷ୍ୟତ ପାଇଁ ମଧ୍ୟ ଉଚିତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଉକ୍ତ ଶିଶୁର ମାମୁଁ ଜିତୁ ଭତ୍ରାଙ୍କୁ ଦଶାହ କାର୍ଯ୍ୟ ସରିବା ପରେ ଶିଶୁଟିକୁ ନେଇ ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରାଇବା ପାଇଁ ପରାମର୍ଶ ଦେଇଥିଲେ, ଯାହାଦ୍ବାରା କି ଶିଶୁଟିର ଆଗାମୀ ଭବିଷ୍ୟତ ଓ ସୁରକ୍ଷା ଦିଗରେ ସରକାରଙ୍କ ତରଫରୁ କୌଣସି ସହାୟତା ପ୍ରଦାନ କରିବା ପାଇଁ ସହଜ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଜିଲ୍ଲା ପ୍ରଶାସନର ଏହି ଗସ୍ତ ସମୟରେ ସେଠାରେ କାଉନସିଲର ସୁଧୀର ମହାପାତ୍ରଙ୍କ ସମେତ ଅଙ୍ଗନବାଡି କର୍ମୀ ତଥା ସାହି ବାସିନ୍ଦା ଉପସ୍ଥିତ ଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.