ETV Bharat / state

ମୃତ୍ତିକା ସଂରକ୍ଷଣ ଉନ୍ନୟନ ବିଭାଗ ନିର୍ଦ୍ଦେଶକଙ୍କ ନବରଙ୍ଗପୁର ଗସ୍ତ - ମୃତ୍ତିକା ସଂରକ୍ଷଣ ଉନ୍ନୟନ ବିଭାଗ ନିର୍ଦ୍ଦେଶକ

ନବରଙ୍ଗପୁର ଜିଲ୍ଲାକୁ ୨ ଦିନିଆ ଗସ୍ତରେ ଯାଇଛନ୍ତି ମୃତ୍ତିକା ସଂରକ୍ଷଣ ଉନ୍ନୟନ ବିଭାଗ ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା । ଅଧିକ ପଢନ୍ତୁ...

ମୃତ୍ତିକା ସଂରକ୍ଷଣ ଉନ୍ନୟନ ବିଭାଗ ନିର୍ଦ୍ଦେଶକଙ୍କ ନବରଙ୍ଗପୁର ଗସ୍ତ

author img

By

Published : Nov 2, 2021, 7:52 PM IST

ନବରଙ୍ଗପୁର: ଦୁଇ ଦିନିଆ ନବରଙ୍ଗପୁର ଗସ୍ତରେ ମୃତ୍ତିକା ସଂରକ୍ଷଣ ଉନ୍ନୟନ ବିଭାଗ ଓ ଜଳଛାୟା ପ୍ରକଳ୍ପ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା । ସେ କୋଷାଗୁମୁଡ଼ା ଓ ପାପଡ଼ାହାଣ୍ଡି ବ୍ଲକର ବିଭିନ୍ନ ଉନ୍ନୟମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହାସହିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିବା ସହ ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ସେ ପ୍ରଥମେ ପାପଡ଼ାହାଣ୍ଡି ବ୍ଲକ ଗସ୍ତ କରି ଖଲିଗୁଡା ଗ୍ରାମପଞ୍ଚାୟତ ପାତ୍ରୀସ୍ଥିତ ୪୦ ହେକ୍ଟରରେ କାଜୁ ଚାଷ ମଧ୍ୟରେ ମିଶ୍ରିତ ଚାଷ, ଡେଙ୍ଗାଗୁଡା ଗ୍ରାମପଞ୍ଚାୟତ ଡଙ୍ଗରା ସ୍ଥିତ ୧୦ ହେକ୍ଟର, ଭାଣ୍ଡିଆ ଗ୍ରାମପଞ୍ଚାୟତସ୍ଥିତ ଡେଙ୍ଗାଗୁଡାର ୧୦ ହେକ୍ଟର, ଖୁଟୁବାଇ ପଞ୍ଚାୟତ ଖୁଟୁବାଲର ୪୦ ହେକ୍ଟର ଅଞ୍ଚଳ ବୁଲି ଅନୁଧ୍ୟାନ କରିଥିଲେ । ଏହାସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିବା ସହ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ ।

ପରେ କୋଷାଗୁମୁଡ଼ା ବ୍ଲକ କର୍ଚାମାଳ ପଞ୍ଚାୟତର MGNRGS ଯୋଜନାରେ ନିର୍ମାଣ ହୋଇଥିବା ୩୦ ହେକ୍ଟର କାଜୁ ବୃକ୍ଷରୋପଣ ସହ ମିଶ୍ରିତ ଚାଷ ଓ ଦୁଇଟି ୫ଟି ମୋ କ୍ଷେତ ପୋଖରୀ ପରିଦର୍ଶନ କରି କାର୍ଯ୍ୟର ତଦାରଖ କରିଥିଲେ। ଏଥିସହ ଗ୍ରାମର ପୋଖରୀ ହିତାଧିକାରୀ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ସହିତ ଆଲୋଚନା କରିଥିଲେ । କର୍ଚ୍ଚାମାଲର ୩୦ ହେକ୍ଟର କାଜୁ ବଗିଚା ଓ ଦୁଇଟି ୫ଟି ମୋ କ୍ଷେତ ପୋଖରୀ କାର୍ଯ୍ୟ ଦେଖି ନିର୍ଦ୍ଦେଶକ ଖୁସି ବ୍ୟକ୍ତ କରିବା ସହ ହିତାଧିକାରୀମାନେ ଏହି ଯୋଜନା ମାଧ୍ୟମରେ ଅଧିକ ଆତ୍ମନିର୍ଭରଶୀଳ ହେବା ସହ ଆର୍ଥିକ ସ୍ଥିତି ମଜବୁତ ହୋଇପାରିବେ ବୋଲି କହିଥିଲେ ।

ସୂଚନାଯୋଗ୍ୟ ଯେ, ୫ଟି ମୋ କ୍ଷେତ ପୋଖରୀ ହୁଡାରେ ଆମ୍ବ ଗଛ, କଦଳୀ ଗଛ, ପନିପରିବା ଚାଷ କରାଯାଉଥିବାବେଳେ ପୋଖରୀରେ ମାଛ ଯାଆଁଳ ଓ ବତକ ଛଡ଼ାଯାଇଛି । ଏହି ଗସ୍ତରେ ନିର୍ଦ୍ଦେଶକଙ୍କ ସହ ନବରଙ୍ଗପୁର ପିଡି ୱାଟର ସେଡ ଲକ୍ଷ୍ମୀଧର ଜେନା ଉପସ୍ଥିତ ଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.