ETV Bharat / state

ଅଟୋରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ

ନବରଙ୍ଗପୁର ଜିଲ୍ଲା ନୂଆ ବସଷ୍ଟାଣ୍ଡ ନିକଟରେ ଏକ ଅଟୋରୁ ଯୁବକଙ୍କ ମୃତଦେହ ଉଦ୍ଧାର । ଅଧିକ ପଢ଼ନ୍ତୁ

dead body found of youngman
ଯୁବକଙ୍କ ମୃତଦେହ ଉଦ୍ଧାର
author img

By

Published : Dec 31, 2022, 3:52 PM IST

ଅଟୋରୁ ଯୁବକଙ୍କ ମୃତଦେହ ଉଦ୍ଧାର

ନବରଙ୍ଗପୁର: ଅଟୋରୁ ଯୁବକଙ୍କ ମୃତଦେହ ଉଦ୍ଧାର । ନବରଙ୍ଗପୁର ନୂଆ ବସଷ୍ଟାଣ୍ଡ ପଛରେ ଥିବା ଲୋହରା ଶାଳ ନିକଟରେ ଏକ ଅଟୋ ମଧ୍ୟରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ ନବରଙ୍ଗପୁର ସହରର ମେଦ୍ରୀ ସାହିର ପି.ମାଣିକାଣ୍ଟା ବୋଲି ସୂଚନା ମିଳିଛି । ଏହି ଘଟଣା ନେଇ ପୋଲିସ ତଦନ୍ତ କରୁଛି ।

ଏହା ମଧ୍ୟ ପଢ଼ନ୍ତୁ: ମଥୁରା କାରାଗାରରେ କଂସକୁ ଦୈବବାଣୀ କଲେ ବିଜୁଳି କନ୍ୟା, ବିବ୍ରତ ହେଲେ କଂସ ମହାରାଜ

ସୂଚନା ଅନୁଯାୟୀ, ଗତ 28 ତାରିଖରେ ମୃତ ପି. ମାଣିକାଣ୍ଟାଙ୍କ ସହ ତିନି ଜଣ ଯୁବକ ବଲାଙ୍ଗୀର ଜିଲ୍ଲାକୁ ସିଜେରିଙ୍ଗ ଅଟୋ ଆଣିବା ପାଇଁ ଯାଇଥିଲେ । ସେମାନେ ପ୍ରାୟ ସବୁବେଳେ ଜବତ ଗାଡି ଗୁଡିକ ଆଣି ନବରଙ୍ଗପୁରରେ ତିଆରି କରି ବିକ୍ରି କରନ୍ତି । ଗତ ଶୁକ୍ରବାର ଅଟୋ କିଣି ବଲାଙ୍ଗୀରରୁ ଫେରୁଥିବା ବେଳେ ହଠାତ ଏକ ଦୁର୍ଘଟଣାର ଶିକାର ହୋଇଥିଲେ । ଏଥିରେ ପି. ମାଣିକାଣ୍ଟାଙ୍କ ମୃତ୍ୟୁ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ: 5 ବର୍ଷର ରେକର୍ଡ ଭାଙ୍ଗିଲା ଭିଜିଲାନ୍ସ, 2022ରେ ସର୍ବାଧିକ ଦୁର୍ନୀତିର ଖୋଳତାଡ଼

ତେବେ ଦୁର୍ଘଟଣା ପରେ ବଲାଙ୍ଗୀର ପୋଲିସକୁ ନଜାଇ ମୃତଦେହ ନେଇ ନବରଙ୍ଗପୁର ଚାଲିଆସିଥିଲେ ଏବଂ ପୋଲିସକୁ ଜଣାଇଥିଲେ । ନବରଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ସୂଚନା ପାଇ ବଲାଙ୍ଗୀର ପୋଲିସ ନବରଙ୍ଗପୁରରେ ପହଞ୍ଚିଥିବା ଜଣାପଡ଼ିଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.