ETV Bharat / state

ବାପାଙ୍କ ଦେହାନ୍ତ ପରେ ମୁଖାଗ୍ନି ଦେଲେ ଝିଅ

ନବରଙ୍ଗପୁରରେ ୨ ଝିଅ ବାପାଙ୍କ ଦେହାନ୍ତ ପରେ ମୁଖାଗ୍ନି ଦେଇ ଅନ୍ତିମ ସଂସ୍କାର କରିଛନ୍ତି । ସେମାନେ ବାପାଙ୍କ ଶେଷ ଇଚ୍ଛା ପୂରଣ କରିବା ପାଇଁ ଏହି ନିଆରା ପଦକ୍ଷେପ ନେଇଛନ୍ତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 6, 2023, 9:30 PM IST

last rites of father by dauther
ବାପାଙ୍କୁ ମୁଖାଗ୍ନି ଦେଲେ ଝିଅ
ବାପାଙ୍କୁ ମୁଖାଗ୍ନି ଦେଲେ ଝିଅ

ନବରଙ୍ଗପୁର: ବାପାଙ୍କ ମୃତ୍ୟୁ ପରେ ମୁଖାଗ୍ନି ଦେଲେ ଝିଅ । ଏଭଳି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁରର ଉପାନ୍ତ ଅଞ୍ଚଳରେ । ବାପାଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ଯାଇ ଝିଅ ଶ୍ମଶାନରେ ମୁଖାଗ୍ନି ଦେଇଛନ୍ତି । ବଡ଼ ବଡ଼ ସହରରେ ହୁଏତ ଏହା ଏକ ସାଧାରଣ ଦୃଶ୍ୟ ହୋଇଥାଇପାରେ । ହେଲେ ନବରଙ୍ଗପୁର ଜିଲ୍ଲାରେ କିଞ୍ଚିତ ଏହିପରି ଦୃଶ୍ୟ ଦେଖିବାକୁ ମିଳେ । କାରଣ ସମାଜର ପ୍ରତ୍ୟାଖ୍ୟାନ ଭୟରେ ଶ୍ମଶାନକୁ ଯାଇ ନିଜ ବାପାଙ୍କୁ ମୁଖାଗ୍ନି ଦେବା ସକାଶେ କେହି ଝିଅ ସାହସ କରିପାରନ୍ତି ନାହିଁ । ହେଲେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ମୃତ କଟେଶ୍ୱରଙ୍କ କ୍ଷେତ୍ରରେ । କଟେଶ୍ବରଙ୍କ ୨ ଝିଅ ବାପାଙ୍କ ଦେହାନ୍ତ ପରେ ମୁଖାଗ୍ନି ଦେଇ ଅନ୍ତିମ ସଂସ୍କାର କରିଛନ୍ତି ।

ସୂଚନା ଅନୁସାରେ, କଟେଶ୍ବରଙ୍କ କେହି ପୁଅ ନଥିଲେ । ତେଣୁ ଭାଇ ନଥିବା ଯୋଗୁଁ ରେଶମା ନିଜ ବାପା କଟେଶ୍ୱରଙ୍କ ମୂତ୍ୟୁ ପରେ ମୁଖାଗ୍ନି ଦେଇ ଉଦାହରଣ ସୃଷ୍ଟି କରିଛନ୍ତି । ତେବେ ବାପାଙ୍କ ପାଇଁ ଝିଅମାନଙ୍କର ଏହି କର୍ତ୍ତବ୍ୟ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା ବୋଲି କହିଛନ୍ତି ଅଞ୍ଚଳବାସୀ । ପୂର୍ବରୁ ସମାଜରେ ଅନେକ କୁସଂସ୍କାର ରହିଥିଲା । ଧୀରେ ଧୀରେ ମନୁଷ୍ୟ ସଭ୍ୟ ଓ ଶିକ୍ଷିତ ହେବା ପରେ ସତୀଦାହ, ଝିଅଙ୍କୁ ଶିକ୍ଷାଠାରୁ ଦୂରରେ ରଖିବା ଇତ୍ୟାଦି ପ୍ରଥା ଲୋପ ପାଇଗଲାଣି । ହେଲେ ବର୍ତ୍ତମାନ ସମୟରେ ମଧ୍ୟ ମୁଖାଗ୍ନି ଦେବା ତ ଦୂରର କଥା, ମହିଳାଙ୍କୁ ଶ୍ମଶାନ ଯିବାକୁ ବାରଣ କରାଯାଏ ।

ଏପରି ସ୍ଥିତିରେ ଏସବୁକୁ ଭ୍ରୂକ୍ଷେପ ନକରି ଝିଅମାନେ ଶ୍ମଶାନ ଯାଇ ବାପାଙ୍କୁ ମୁଖାଗ୍ନି ଦେବା ଘଟଣା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ପୂର୍ବରୁ ପୁଅ ମାନଙ୍କ ଏକଚାଟିଆ ଅଧିକାର ରହି ଆସିଥିବାବେଳେ ଆଜିକାଲି କେତେକ ବଡ଼ ସହରରେ ଝିଅମାନେ ମୁଖାଗ୍ନି ଦେଉଥିବା ଦେଖିବାକୁ ମିଳୁଛି । ହେଲେ ନବରଙ୍ଗପୁର ଭଳି ଉପାନ୍ତ ଜିଲ୍ଲାରେ ଏହି ଦୃଶ୍ୟ ଦେଖିବା ପରେ ସେମାନଙ୍କ ସାହସିକତାକୁ ପ୍ରଶଂସା କରିଛନ୍ତି ବୁଦ୍ଧିଜୀବୀ ।

ଏହା ବି ପଢନ୍ତୁ...ବାପାଙ୍କୁ ମୁଖାଗ୍ନି ଦେଲେ ଝିଅ, ପରିବାର ଚଳାଇବାକୁ ପୁଅ ଯାଇଛି ଦାଦନ ଖଟି

ସୂଚନା ମୁତାବକ, କଟେଶ୍ଵର ଜଣେ ସମାଜ ସଂସ୍କାରକ ଥିଲେ । ବିଭିନ୍ନ ସଂସ୍ଥା ସହ ଜଡ଼ିତ ରହି ସମାଜକୁ କୁସଂସ୍କାରଠାରୁ ଦୂରେଇବା ସକାଶେ ନିଜ ଜୀବନରେ ସେ ଅନେକ କାର୍ଯ୍ୟ କରିଛନ୍ତି । ତେଣୁ ମୃତ୍ୟୁ ପରେ ତାଙ୍କ ଝିଅମାନଙ୍କ ମୁଖାଗ୍ନି ଦେବା ବାପାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ସହରବାସୀ ମତ ପ୍ରକାଶ କରିଛନ୍ତି । ସମ୍ପର୍କୀୟ କହିଛନ୍ତି, "ବାପା ଯେହେତୁ ଜଣେ ସମାଜ ସଂସ୍କାରକ ଥିଲେ, ପୁଅ ଝିଅ ମଧ୍ୟରେ ଅନ୍ତର ଦେଖୁନଥିଲେ, ନିଜ ଦୁଇ ଝିଅଙ୍କୁ ପୁଅ ଭଳି ସ୍ନେହ ଆଦର ସହ ପାଳୁଥିଲେ ତେଣୁ ମୁତ୍ୟୁ ପରେ ଝିଅ ହିଁ ମୁଖାଗ୍ନି ଦେବା ଇଚ୍ଛା ତାଙ୍କର ପୂରଣ ହୋଇଛି । ସେପଟେ ମୁଖାଗ୍ନି ଦେବା ପରେ କଟେଶ୍ବରଙ୍କ ଝିଅ ରେଶମା କହିଛନ୍ତି, ବାପା ଆମକୁ ସବୁବେଳେ ପୁଅ ଭଳି ସମସ୍ତ ସ୍ବାଧୀନତା ଦେଇ ଲାଳନପାଳନ କରିଆସୁଥିଲେ । ତେଣୁ ତାଙ୍କର ଶେଷ ଇଚ୍ଛା ଅନୁସାରେ, ଆମେ ମୁଖାଗ୍ନି ଦେଇ ଅନ୍ତିମ ସଂସ୍କାର କରିଛୁ ।"

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.