ନବରଙ୍ଗପୁର: ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ତେଲିଗୁଡା ଗୁନତାଡ ନଦୀ ପଠାରୁ ଗଳିତ ମୃତଦେହ ଉଦ୍ଧାର । ଦୀର୍ଘ ଚାରି ପାଞ୍ଚ ଦିନ ଧରି ନଦୀରେ ମୃତ ଦେହଟି ଭାସୁଥିବାବେଳେ ଆଜି ଉଦ୍ଧାର କରାଯାଇଛି । ମୃତଦେହଟି ସମ୍ପୂର୍ଣ୍ଣ ପଚି ଯିବାରୁ ପରିଚୟ ଜଣା ପଡିନାହିଁ ।
ନଦୀରେ ମୃତଦେହ ଭାସୁଥିବା ନେଇ ତେଲିଗୁଡା ଗୃହରକ୍ଷୀ ଜାଣିବା ପରେ ପାପଡାହାଣ୍ଡି ଥାନା ଅଧିକାରୀଙ୍କୁ ସୂଚନା ଦିଆଯାଇଥିଲା । ସୂଚନା ପାଇ ପାପଡାହାଣ୍ଡି ତହସିଲଦାର ପ୍ରେମଲାଲ ହିଆଲ ଏସଡିପିଓ ଆଦିତ୍ୟ ସେନ, ଆଇଆଇସି ସୁବେନ୍ଧୁ ଶବର ପହଞ୍ଚି ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦ୍ବାରା ଉଦ୍ଧାର କରିଛନ୍ତି ।
ସେପଟେ, ଏହି ଘଟଣାରେ ପାପଡାହାଣ୍ଡି ଥାନାରେ ଅପମୃତ୍ୟୁ ୨୦/୨୦ ରୁଜୁ କରାଯାଇ ଏହାର ତଦନ୍ତ ଆରମ୍ଭ କରାଯାଇଛି ବୋଲି ଏଏସଆଇ ମନୋରଞ୍ଜନ ପଣ୍ଡା ସୂଚନା ଦେଇଛନ୍ତି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ