ETV Bharat / state

ମହଙ୍ଗା ପଡିଲା ବରିଷ୍ଠ କିରାଣୀଙ୍କୁ ମାଡ, ବଦଳି ହେଲେ CDPO

author img

By

Published : Jul 7, 2023, 10:13 AM IST

Updated : Jul 7, 2023, 6:41 PM IST

ବରିଷ୍ଠ କିରାଣୀଙ୍କୁ ମାଡମାରି ଅନ୍ୟତ୍ର ବଳଦି ହେଲେ ଡାବୁଗାଁ ସିଡିପିଓ । ଅଧିକ ପଢନ୍ତୁ

cdpo transferred over attacked senior clerk

ନବରଙ୍ଗପୁର: ବରିଷ୍ଠ କିରାଣୀଙ୍କୁ ସିଡିପିଓ ମାଡ଼ ମାରିବା ଘଟଣା । କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ମହିଳା ଓ ଶିଶୁ କଲ୍ୟାଣ ବିଭାଗ । ଡାବୁଗାଁ ସିଡିପିଓ ଗୀତାଞ୍ଜଳି ମହାରଣାଙ୍କୁ କୋରାପୁଟ ଜିଲ୍ଲା ବନ୍ଧୁଗାଁକୁ ବଦଳି କରାଯାଇଛି । ଡାବୁଗାଁ ଆଇସିଡିଏସ ବିଭାଗର ବରିଷ୍ଠ କିରାଣୀ ସନ୍ତୋଷିନୀ ମିଶ୍ରଙ୍କୁ ମାଡ଼ ମାରିବା ସହ ତାଙ୍କୁ ବସିଥିବା ଚୌକିରୁ ଠେଲି ଦେଇଥିଲେ ସିଡିପିଓ ଗୀତାଞ୍ଜଳି । ଫଳରେ ମହିଳା କିରାଣୀଙ୍କ ମୁଣ୍ଡ କାନ୍ଥରେ ପିଟି ହୋଇ ଆଘାତ ଲାଗିଥିଲା ।

ଗତ ଜୁଲାଇ 1 ତାରିଖ ଦିନ ଏହି ଘଟଣା ସାମ୍ନାକୁ ଆସିଥିଲା । ଦରମା ନକରିବା ଘଟଣାକୁ ନେଇ ସିଡିପିଓ ଗୀତାଞ୍ଜଳି ମହାରଣା ଏବଂ ବରିଷ୍ଠ କିରାଣୀ ସନ୍ତୋଷିନୀ ମିଶ୍ରଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ସହ ଯୁକ୍ତିତର୍କ ହୋଇଥିଲା । ଏହାପରେ ସିଡିପିଓ ମହାଶୟା ଉତକ୍ଷିପ୍ତ ହୋଇ ବରିଷ୍ଠ ମହିଳା କିରାଣୀଙ୍କ ପାଖକୁ ଯାଇ ତାଙ୍କୁ ବସିଥିବା ଚେୟାର ସହ ଧକ୍କା ଦେଇଥିଲେ । ଫଳରେ ବରିଷ୍ଠ କିରାଣୀ ଜଣକ ଚେୟାରରୁ ତଳେ ଗଡିଯାଇଥିଲେ । ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-ମରିଗଲା ମାନବିକତା, ବରିଷ୍ଠ କିରାଣୀଙ୍କୁ ମାଡ଼ ମାରିଲେ CDPO

ଏହାପରେ ନବରଙ୍ଗପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ଡିଏସଡବ୍ଲ୍ୟୁଓ ଓ ପ୍ରୋଟେକ୍ସନ ଅଫିସର ସସ୍ମିତା ମହାନ୍ତି ଘଟଣାର ତଦନ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ଜିଲ୍ଲାପାଳ ଏହି ରିପୋର୍ଟକୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସଚିବ ଭୁବନେଶ୍ୱରଙ୍କୁ ପଠାଇଥିଲେ, ଏହି ତଦନ୍ତ ରିପୋର୍ଟକୁ ଆଧାର କରି ଆଜି ବିଭାଗ ପକ୍ଷରୁ ଚିଠି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଏହା ମଧ୍ୟ ପଢନ୍ତୁ-ସମାଜସେବୀଙ୍କୁ ମାଡ ମାରି ଲହୁଲୁହାଣ କଲେ IIC ! ହସ୍ପିଟାଲରେ ଭର୍ତ୍ତି; ଦୁଇ ମାସରେ ଅଧିକାରୀଙ୍କ ବିରୋଧରେ ୫ ଅଭିଯୋଗ

ସେପଟେ ଦରମା ବିଲ କରିବାକୁ ନେଇ କିରାଣୀ ପାଟିତୁଣ୍ଡ କରୁଥିବାରୁ ତାଙ୍କୁ ଚୁପ୍ କରିବାକୁ ଯାଇ ଏହି ପରିସ୍ଥିତି ସୃଷ୍ଟି ହୋଇଥିବା ସିଡିପିଓ କହିଥିଲେ । ସେ ମାଡ଼ ମାରି ନାହାନ୍ତି, ବରଂ ମିଟିଂ ଚାଲିଥିବା ବେଳେ ଅଯଥା ପାଟିତୁଣ୍ଡ କରୁଥିଲେ ବୋଲି ଅଫିସରୁ ବହାରି ଯିବାକୁ କହି ଚେୟାର ଟାଣି ଦେଇଥିବା ସଫେଇ ଦେଇଥିଲେ । ଏହି ଘଟଣାପରେ ସିଡିପିଓଙ୍କୁ ବଦଳି କରାଯାଉ ବୋଲି ଦାବି କରିଥିଲେ କିରାଣୀ । ଜିଲ୍ଲାପାଳ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଘଟଣାର 5 ଦିନ ପରେ ସିଡିପିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଡାବୁଗାଁ ସିଡିପିଓ ଗୀତାଞ୍ଜଳି ମହାରଣାଙ୍କୁ କୋରାପୁଟ ଜିଲ୍ଲା ବନ୍ଧୁଗାଁକୁ ବଦଳି କରାଯାଇଛି ।

ଇଟିଭି ଭାରତ, ନବରଙ୍ଗପୁର

Last Updated : Jul 7, 2023, 6:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.