ETV Bharat / state

ସାଇବର ଠକେଇ: ଗୋଟିଏ କ୍ଲିକରେ 23 ହଜାର ଉଭାନ

author img

By

Published : Apr 30, 2021, 1:21 PM IST

ସାଇବର ଠକାମୀର ଶିକାର ହେଲେ ନବରଙ୍ଗପୁର ଜିଲ୍ଲା କଣ୍ଟାଗାଁ ଗ୍ରାମର ଦୀପା ମଞ୍ଜରୀ ବିଷୋୟୀ । ଫୋନକୁ ମେସେଜ ଆସିବା ପରେ ଆକାଉଣ୍ଟରୁ ଚାଲିଗଲା ୨୩ ହଜାର ୫୦୦ ଟଙ୍କା । ଅଧିକ ପଢନ୍ତୁ...

Cyber fraud: in one click 23,000 deducted

ନବରଙ୍ଗପୁର: ପୁଣି ସାମ୍ମାକୁ ଆସିଲା ସାଇବର ଠକେଇର ଅଭିଯୋଗ । ଆକାଉଣ୍ଟରୁ ଲୁଟିନେଲେ 23 ହଜାର ଟଙ୍କା । ଏଭଳି ସାଇବର ଠକେଇର ଶିକାର ହୋଇଛନ୍ତି ନବରଙ୍ଗପୁର ଜିଲ୍ଲା କଣ୍ଟାଗାଁ ଗ୍ରାମର ଦୀପା ମଞ୍ଜରୀ ବିଷୋୟୀ । ସୂଚନମୁତାବକ ୨୦୧୫ ମସିହାରେ କଣ୍ଟାଗାଁ ଷ୍ଟେଟ ବ୍ୟାଙ୍କରେ ଥିବା ଆକାଉଣ୍ଟରେ ୨୪୦୦୦ରୁ ଉର୍ଦ୍ଧ୍ବ ଟଙ୍କା ଥିଲା ।

ସାଇବର ଠକେଇ: ମେସେଜ କ୍ଲିକ କରିବା କ୍ଷଣି 23 ହଜାର ଉଭାନ

ସୂଚନମୁତାବକ ୨୦୧୫ ମସିହାରେ କଣ୍ଟା ଗାଁ ଷ୍ଟେଟ ବ୍ୟାଙ୍କରେ ଥିବା ଆକାଉଣ୍ଟରେ ୨୪୦୦୦ରୁ ଉର୍ଦ୍ଧ୍ବ ଟଙ୍କା ଥିଲା। ଗତ ୨୫ ତାରିଖ ଦିନ ଏକ ନୂଆ ନମ୍ବରରୁ ଦୀପାଙ୍କ ମୋବାଇଲକୁ ଗୋଟିଏ ମେସେଜ ଆସିଥିଲା। ମେସେଜ ଟିକୁ କ୍ଲିକ କରିବା କ୍ଷଣି ପୁନର୍ବାର ଆଉ ଗୋଟିଏ ମେସେଜ ଆସିଥିଲା ଯେଉଁଥିରେ କି ଆକାଉଣ୍ଟରେ ଥିବା ଟଙ୍କାରୁ ୨୩ ହଜାର ୫୦୦ ଟଙ୍କା ଉଭାନ ହୋଇଯାଇଥିଲା ।

ଆକାଉଣ୍ଟରୁ ମୋଟ ୨୩୫୦୦ ଟଙ୍କା ଗାଏବ ହେବାପରେ, ଦୀପା ସ୍ଥାନୀୟ କଣ୍ଟାଗାଁ ବ୍ରାଞ୍ଚର ଶାଖା ପରିଚାଳକଙ୍କୁ ପଚାରିବୁଝିବା ସହ ସମସ୍ତ ତଥ୍ୟ ନେଇ ତେନ୍ତୁଳିଖୁଣ୍ଟି ଥାନାରେ ଏତଲା ଦେଇଛନ୍ତି। ପରେ ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.